ମୋଦିଙ୍କ ଚେତାବନୀ ! ଆତଙ୍କବାଦୀଙ୍କୁ ଦିଆଯିବ କଡାଯବାବ – ସେନାକୁ ଦିଆଗଲା ପୂର୍ଣ୍ଣ ସ୍ୱାଧୀନତା

ଏବେ ପୁରା ଦେଶରେ କେବଳ ଗୋଟେ ଚର୍ଚ୍ଚା, ପୁଲୱାମାରେ ହୋଇଥିବା ଆକ୍ରମଣ ବିଷୟରେ । ଯେଉଁଥିରେ ବହୁତ ଗୁଡେ ଯବାନ ସହିଦ ହେବା ସହ ଅନେକ ଆହତ ମଧ୍ୟ ହୋଇଛନ୍ତି । ତେବେ ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡା ଆଭିମୁଖ୍ୟ ପୋଷଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଲୱାମା ଆକ୍ରମଣରେ ପ୍ରାଣହରାଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ।

ଏବେ ସମଗ୍ର ଦେଶର ଲୋକଙ୍କ ଭିତରେ ଆକ୍ରୋଶ ଭରି ରହିଛି, ଏହାର କଡ଼ା ମୁକାବିଲା କରିବ । ପୁଲୱାମା ଆତଙ୍କୀ ଆକ୍ରମଣ ପରେ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ସୁରକ୍ଷା କମିଟି ବୈଠକ ଶେଷ ହୋଇଛି । ଆହୁରି ମଧ୍ୟ ମୋଦି କହିଛନ୍ତି ସୁରକ୍ଷାକର୍ମୀଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି । ଆମ ସୈନିକଙ୍କ ବୀରତା ଉପରେ ପୁରା ଆମର ସମ୍ପୂର୍ଣ୍ଣ ଭରସା ରହିଛି । ଆମକୁ ଏକଜୁଟ ହୋଇ ଲଢେଇ କରିବାକୁ ପଡିବ । ଆକ୍ରମଣରେ ସମ୍ପୃକ୍ତ ଥିବା ଲୋକଙ୍କୁ କରୋଠ ଦଣ୍ଡ ଦିଆଯିବ ।

ଆତଙ୍କବାଦକୁ ସମାପ୍ତ କରିବାକୁ ପଡିବ । ବର୍ତ୍ତମାନ ସମୟରେ ଆତଙ୍କବାଦୀ ବିରୋଧରେ ସମସ୍ତେ ମିଳିତ ଭାବେ ସ୍ୱର ଉତ୍ତୋଳନ କରିବା ଦରକାର । ଭାରତର ସମସ୍ତ ନାଗରିକ ଏହି ଘଟଣାର ମୁହଁତୋଡ଼ ଜବାବ ଦେବେ । ତେବେ ଯାଇ ଏହାକୁ ସମାପ୍ତ କରାଯାଇ ପାରିବ । ହାବ୍ୟତୀତ ସମସ୍ତ ରାଜନୈତିକ ଦଳଗୁଡ଼ିକୁ କୌଣସି ବୟାନବାଜି ନକରି ଏକାଠି ସ୍ୱର ଉତ୍ତୋଳନ କରିବା ପାଇଁ ମଧ୍ୟ ଅପିଲ କରିଛନ୍ତି ମୋଦି । ଭାରତର ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ସମର୍ଥନ ଜଣାଇଥିବା ସମସ୍ତ ଦେଶକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ମୋଦି ।

Leave a Reply

Your email address will not be published. Required fields are marked *