ଆଜିକା ସମୟରେ ସମସ୍ତଙ୍କୁ କେବଳ ଧନ ଆବଶ୍ୟକ ଅଟେ, ତେବେ ଦରିଦ୍ରତା ଦୂର କରିବା ପାଇଁ ସମସ୍ତଙ୍କ ମନରେ ଇଛା ହୋଇଥାଏ କିନ୍ତୁ ଏହି ଦରିଦ୍ରତା କେମିତି ଯିବ ତାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ଆଜି ଆମେ ଆପଣଙ୍କୁ ଭଗବାନ ଶ୍ରୀ କୃଷ୍ଣ ଦ୍ଵାରା କୁହା ଯାଇଥିବା ଏମିତି ୩ଟି କାର୍ଯ୍ୟ କରିବା ଦ୍ଵାରା ଦରିଦ୍ରତା କେବେ ଘରକୁ ଆସି ନଥାଏ । ଶାସ୍ତ୍ର ଅନୁଯାଇ ଓ ଭଗବାନ ଶ୍ରୀ କୃଷ୍ଣଙ୍କ ଅନୁଯାଇ ମଣିଷ କର୍ମ ଅନୁଯାଇ ତାଙ୍କ ଭବିଷତ ଓ ଜୀବନ ସୁଖ ଦୁଃଖ ହୋଇଥାଏ ।
ତେବେ ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ମଣିଷକୁ ସୂର୍ଯ୍ୟ ଉଦୟ ଆଗରୁ ଉଠି ନିତ୍ୟ କର୍ମ ସାରି ସ୍ନାନ କରି ପୂଜା ଇତ୍ୟାଦି କରିବା ଉଚିତ ।

ତେବେ ଶାସ୍ତ୍ରରେ କୁହା ଯାଇଛି ସକାଳେ ଉଠିବା ପରେ ସର୍ବପ୍ରଥମେ ଭଗବାନଙ୍କ ନାମ ନବା ଉଚିତ ଏହା ପରେ ପୃଥିବୀ ଉପରେ ପାଦ ରଖିବା ଆଗରୁ ମାତା ପୃଥିବୀଙ୍କୁ କଷ୍ଟ ଦବା ପାଇଁ କ୍ଷମା ମାଗିବା ଉଚିତ ଏହା ପରେ ନିଜ ଦୁଇ ପାପୁଲି ରଗଡି ତା ଦର୍ଶମ କରିବା ଉଚିତ, ତେବେ ହାତ ପାପୁଲି ଦର୍ଶନ କରିବା ସମୟରେ ଏହି ମନ୍ତ୍ର ଜାପ କରିବା ଉଚିତ ।
କରାଗ୍ରେ ବସ୍ତେ ଲକ୍ଷ୍ମୀ, କରମଧ୍ୟେ ସରସ୍ଵତୀ ।
କରମୂଲେ ତୁ ଗୋବିନ୍ଦ, ପ୍ରଭାତେ କର ଦର୍ଶନମ ॥

ଏହି ମନ୍ତ୍ର ଜାପ ଯେଉଁ ବ୍ୟକ୍ତି କରିଥାଏ ସେ ନିଜ ଜୀବନରେ କିଛି ଭୁଲ କାମ କରେ ନାହିଁ କାହିଁକିନା ସେ ସବୁବେଳେ ଭଗବାନଙ୍କୁ ଏହା ଅନୁରୋଧ କରିଥାଏ ଯେ ମୋ ଦ୍ଵାରା ଯେମିତି କିଛି ପାପ ବା ଭୁଲ କାମ ନହେଉ । ଏହି ମନ୍ତ୍ର ଅନୁଯାଇ ଆମ ହାତ ଉପରେ ଭାଗରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ ମଝିରେ ମାତା ସରସ୍ଵତୀଙ୍କ ବାସ ହୋଇଥାଏ ଓ ପୁରା ହାତରେ ଗୋବିନ୍ଦଙ୍କ ବାସ ହୋଇଥାଏ ସେଥିପାଇଁ ସକାଳେ ଉଠି ନିଜ ହାତ ଦର୍ଶନ କରିବା ଶୁଭକାରୀ ହୋଇଥାଏ ।

ଯଦି ଆପଣ କିଛି ଭଲ କାର୍ଯ୍ୟ କରିବାକୁ ଇଛା କାରୁଛନ୍ତି ତେବେ ଆପଣଙ୍କୁ ତାମ୍ବା ଢାଳରେ ପାଣି ନେଇ ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରିବା ଉଚିତ ଓ ନିଜ ଘର ଛୁଆଙ୍କୁ ମଧ୍ୟ ଏହି ଜିନିଷ ଶିଖେଇବା ଉଚିତ ଅଟେ । ଯେଉଁ ଘରେ ସମସ୍ତେ ବ୍ରହ୍ମ ମୁହୂର୍ତରେ ଉଠି ସ୍ନାନ ଇତ୍ୟାଦି ସମାପ୍ତ କରି ପୂଜା କରନ୍ତି ତାଙ୍କ ଜୀବନରେ କୌଣସି ପ୍ରକାର ଅସୁବିଧା କେବେ ଆସିନଥାଏ । ଯଦି ଆପଣଙ୍କୁ କୌଣସି ସମସ୍ଯା ଅଛି ତେବେ ସପାତକୁ ଥରେ ଗୋ ମୁତ୍ରରେ ଘର ଢୋଇବା ଉଚିତ ଅଟେ । ଏହା ଛଡା ଯଦି ଶତ୍ରୁ ସଂଖ୍ୟା ବହୁତ ଅଧିକ ହୋଇଯାଇଛି ତେବେ ଆପଣଙ୍କୁ ଶନିବାର ଦିନ ଲୁଣ ପକାଇ ସେହି ପାଣିରେ ଘର ପୋଛା ମାରିବା ଉଚିତ ଅଟେ ।