ଆପଣଙ୍କୁ କେହି ନାମ ପଚାରିଲେ କରନ୍ତୁ ନାହିଁ ଏହି ଭୁଲ- Ajira Anuchinta

ବନ୍ଧୁଗଣ ଆଜି ଆମେ ଆଲୋଚନା କରିବା ଯାହା ଆମର ବ୍ୟବହାରିକ ଜୀବନ ରେ ଏ ସବୁ ଶିକ୍ଷା ର ନିହାତି ଆବଶ୍ୟକ ରହିଛି । ଆପଣଙ୍କ ଠାରୁ ବୟସରେ ବଡ, ଆଗନ୍ତୁକ ବା ଗୁରୁଜନ ଙ୍କୁ ବିଦାୟ ଦେଲା ବେଳେ ଆପଣ ଦ୍ଵାରଦେଶ ପର୍ଯ୍ୟନ୍ତ ଛାଡିବାକୁ ନିଶ୍ଚିନ୍ତ ଯାଅନ୍ତୁ । ଯଦି ଗାଡିରେ କୌଣସି ବ୍ୟକ୍ତିଙ୍କ ସହ ଯାଉଛନ୍ତି ଯେଉଁ ବ୍ୟକ୍ତି ଆପଣଙ୍କ ଠୁ ବୟସରେ ବଡ ତାଙ୍କୁ ପ୍ରଥମେ ଗାଡିରେ ବସିବାକୁ କୁହନ୍ତୁ । ଗୁରୁଜନ କିମ୍ବା ନିଜ ଠାରୁ ବ୍ୟୟଜେଷ୍ଟ ବ୍ୟକ୍ତି ଗୃହରେ ପ୍ରବେଶ ହେଲେ ଯଦି ଆପଣ ସୟନ କରିଛନ୍ତି ବା ବସିଛନ୍ତି ତେବେ ତୁରନ୍ତ ଛିଡା ହୋଇଯିବ ଆବଶ୍ୟକ ଅଟେ ।

ଗୁରୁଜନ ଙ୍କ ସମକ୍ଷରେ ଅଥବା କୌଣସି ସଭା ମଧ୍ୟରେ ବସି ଗୋଡ ହଲାଇବା, ଦାନ୍ତରେ ନଖ ଖୁଣ୍ଟିବା, ଦେହକୁ ରଗଡି ମଳି ବାହାର କରିବା, ଅସଂଯତ ଭାବରେ ବସିବା ଇତ୍ୟାଦି ଶିଷ୍ଥାଚାର ବିରୁଦ୍ଧ ଅଟେ । ତେଣୁ ଏ ସବୁ କାର୍ଯ୍ୟ ଭୁଲରେ ବି କରନ୍ତୁ ନାହିଁ ।

କାହାର ନିମନ୍ତ୍ରଣ ରକ୍ଷା କରି ଯଦି ଆପଣ ବସିଛନ୍ତି ସେହି ସମୟରେ କେବେ ବି ଖାଦ୍ୟ ସମ୍ବନ୍ଧିତ ଭଲ ମନ୍ଦ ସମ୍ପର୍କୀୟ କୌଣସି ମନ୍ତବ୍ୟ ଦେବା ଉଚିତ ନୁହେଁ । କାହା ଘରକୁ ଭୋଜନ କରିବାକୁ ଗଲେ ତାଙ୍କ ଘରର ଖାଦ୍ୟ ବିଷୟରେ କେବେ ବି କିଛି ଟିପ୍ପଣୀ ଦିଅନ୍ତୁ ନାହିଁ । ଯଦି ଆପଣଙ୍କୁ କେଉଁ ଜାଗାରେ କିଏ ଆପଣଙ୍କ ନାମ ପଚାରନ୍ତି ବା ଲେଖିବାକୁ କୁହନ୍ତି ତେବେ ଆପଣ କେବେ ବି ନିଜ ନାମ ଆଗରେ ବାବୁ ବା ଅନ୍ୟ କୌଣସି ଶିଷ୍ଟାଚାର ସମ୍ପର୍ଣ ଶବ୍ଦ ବ୍ୟବହାର କରନ୍ତୁ ନାହିଁ ।

ନିଜ ଠାରୁ ନିଜ ପୁତ୍ର କନ୍ୟା ଙ୍କର ସମ୍ମାନ ବଢାଇ କହିବା ଅଥବା ନିଜ ତୁଣ୍ଡରେ ଅନ୍ୟ ମାନଙ୍କ ନିକଟରେ ସେମାନଙ୍କର ପ୍ରଶଂସା କରିବା ଏହା ଶୋଭନୀୟ କାର୍ଯ୍ୟ ନୁହେଁ । ସଦ୍ୟ ପରିଚିତ ଲୋକଙ୍କୁ ତାଙ୍କ ବେତନ, ଭତା, ଓ ତାଙ୍କ ପାରିବାରିକ ଜୀବନ ସମ୍ବନ୍ଧରେ ପଚାରିବା ଅନୁଚିତ ଅଟେ । କାରଣ କାହାକୁ ବି କେବେ ତାଙ୍କର ରୋଜଗାର ସମ୍ବନ୍ଧୀୟ କଥା କେବେ ବି ପଚାରନ୍ତୁ ନାହିଁ । ଏହା ଦ୍ଵାରା ଆପଣ ଙ୍କ ସମ୍ପର୍କ ରେ ତିକ୍ତତା ଆସିଥାଏ ।

ପାଟିରେ କୌଣସି ନିଶା ଦ୍ରବ୍ଯ ରଖିଛନ୍ତି ତେବେ ତାକୁ ପାଟିରେ ରାଖୀ କାହା ସହ କଥା ବାର୍ତା କରିବା ଅନୁଚିତ । ଯଦି ଆପଣଙ୍କୁ କୌଣସି ଜାଗାରେ କିଏ ପ୍ରଶଂସା କରେ ତେବେ ସେ ସମୟରେ କେବେ ବି ଆପଣ ଉତ୍ସାହିତ ହୁଅନ୍ତୁ ନାହିଁ । କାରଣ ନିଜ ପ୍ରଶଂସା ଶୁଣି ଉତ୍ସାହିତ ହେବା ଏହା ଭାଦ୍ର ବ୍ୟକ୍ତିଙ୍କ କାର୍ଯ୍ୟ ନୁହେଁ । ଆପଣଙ୍କୁ ଯିଏ ଯେଉଁ ସମୟରେ ସମ୍ମାନ କରିବ ଆପଣ ସେହି ସମୟରେ ନମ୍ର ହୋଇଯିବେ ।

ଯଦି ଆପଣ ଅସୁସ୍ଥ ଥାନ୍ତି କିମ୍ବା କୌଣସି ରୋଗ ଆପଣଙ୍କୁ ହୋଇଛି ତେବେ ଅନ୍ୟ ମାନଙ୍କ ସମ୍ମୁଖ ରେ ତାର ବିସ୍ତ୍ରୁତ ବିବରଣୀ ଦିଅନ୍ତୁ ନାହିନ । କେହି ଯଦି ଏହି ବିଷୟରେ ବିସ୍ତ୍ରୁତ ଭାବେ ଜାଣିବାକୁ ଇଚ୍ଛା ପ୍ରକାଶ କରୁଥାଏ ତେବେ ସେହି ୨ ବ୍ୟକ୍ତିଙ୍କୁ ଆପଣ କହି ପାରିବେ ପ୍ରମାତାହ ହେଉଛନ୍ତି ଆପଣଙ୍କ ଅନ୍ତରଙ୍ଗ ବନ୍ଧୁ ଓ ଦ୍ବିତୀଯରେ ହେଉଛନ୍ତି ଡାକ୍ତର । ତା ବ୍ୟବିତ ନିଜ ରୋଗ ସମ୍ପର୍କ ରେ ଔ କାହାକୁ ବି କହିବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *