ପ୍ରତେକ ବ୍ୟକ୍ତିଙ୍କର ଇଚ୍ଛା ଥାଏ କି ଅଧିକ ଟଙ୍କା ରୋଜଗାର କରିବା ପାଇଁ ଯାହା ପାଇଁ ସେମାନେ ନିଜର ସବୁ ଇଚ୍ଛା ପୁରା କରି ପାରିବେ । ଏଥିପାଇଁ କିଛି ଲୋକେ ଠିକ ରାସ୍ତା ବାଛିଥାନ୍ତି ତ ଆଉ କିଛି ଲୋକେ ଖରାପ ମାର୍ଗ ବାଛିଥାନ୍ତି । ଏମିତି ଲୋକେ ଅଛନ୍ତି ଯେଉଁ ମାନଙ୍କ ପାଇଁ ଟଙ୍କା ଆସେ କିନ୍ତୁ କିଛି ସମୟରେ ସବୁ ଟଙ୍କା ସଋ ଯାଇଥାଏ । ଶୁକ୍ରବାର ଦିନ କେଉଁ ଜିନିଷ ପର୍ସରେ ରଖିଲେ ଧନ ଜନିତ ସମସ୍ୟା ଦୂର ହୋଇଥାଏ ସେହି ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।
୧- ଧନର ଦେବୀ ମା ଲକ୍ଷ୍ମୀଙ୍କ ଫୋଟୋ ପର୍ସରେ ରଖିଲେ କେବେ ବି ଟଙ୍କାର ଅଭାବ ହେବ ନାହି । ଏମିତି ମା ଲକ୍ଷ୍ମୀଙ୍କ ଫୋଟୋ ରଖିବା ଉଚିତ ଯେଉଁଥିରେ ସେ ମୁଦ୍ରା ଆସନରେ ବସିଥିବେ । ଏପରି କରିବା ଦ୍ଵାରା ଆପଣଙ୍କର ପର୍ସରେ ଟଙ୍କା ସର୍ବଦା ଭାରି ହୋଇ ରହିବ ।
୨- ହିନ୍ଦୁ ଧର୍ମରେ ଓସ୍ତ ଗଛ ଓ ତୁଳସୀ ଗଛକୁ ପୂଜା କରାଯାଏ । ଏହି ଦୁଇଟି ଗଛକୁ ନେଇ ଅନେକ ଉପାୟ ରହିଛି ଯାହା ଦ୍ଵାରା ଧନ ଜନିତ ସମସ୍ୟା ଦୂର ହେବ । ଓସ୍ତ ଗଛର ପତ୍ର ପର୍ସରେ ରଖିଲେ କେବେ ବି ଟଙ୍କାର ଅଭାବ ରହିବ ନାହି । ସବୁବେଳେ ଆପଣଙ୍କ ପର୍ସ ଭାରି ହୋଇ ରହିବା ସହ ଅଧିକ ଲାଭ ମିଳିଥାଏ ।
୩- ନାଲି ରଙ୍ଗର କାଜ ଦ୍ଵାରା ଆପଣଙ୍କର ଅନେକ ଇଚ୍ଛା ପୂରଣ ହୋଇ ପାରିବ । ଏହି କାଗଜକୁ ଆପଣ ନିଜର ଇଚ୍ଛା ଲେଖି ଆପଣଙ୍କ ପୂଜା ଘରେ ରଖି ପୂଜା କରିବା ସମୟରେ ବିଧି ବିଧାନ ସହ ପୂଜା କରିବେ । ଏହି ପୂଜା କରିବା ପରେ ଠିକ ସମୟ ଦେଖି ପର୍ସରେ ରଖିବା ଦ୍ଵାରା ପଇସାର ଅଭାବ ରହିବ ନାହି ।
୪- ଚାଉଳକୁ ପର୍ସରେ ରଖିଲେ ଅନେକ ସମସ୍ୟାର ନିବାରଣ ହୋଇଥାଏ । ଚାଉଳ ମା ଲକ୍ଷ୍ମୀଙ୍କର ପ୍ରତୀକ ହୋଇଥାଏ । ଚାଉଳ ପର୍ସରେ ରଖିଲେ ଅଯଥା ଖର୍ଚ୍ଚରୁ ମୁକ୍ତି ମିଳିଥାଏ । ପୂଜା ଘରେ ମା ଲକ୍ଷ୍ମୀଙ୍କ ଆଗରେ ଚାଉଳ ପୂଜା କରି ନିଜ ପର୍ସରେ ରଖିଲେ ଟଙ୍କା ସଞ୍ଚୟ ହେବ ।
୫- ଶାସ୍ତ୍ର ଅନୁସାରେ କାଚର ଖଣ୍ଡ ବା ଚିତ ଛୁରୀ ପର୍ସରେ ରଖିଲେ ଏହା ଆପଣଙ୍କ ପାଇଁ ଧନ ବୃଦ୍ଧିର କାରଣ ହୋଇଥାଏ । ଏହା ସହ ପର୍ସରେ ଗୋମତୀ ଚକ୍ର ବା କଉଡି ପୂଜା କରି ପର୍ସରେ ରଖିଲେ ଧନ ଜନିତ ସମସ୍ଯା ଦୂର ହୋଇଥାଏ ।
୬- ଯଦି ଆପଣଙ୍କ ପାଖରେ ରୂପର କଏନ ଅଛି ତେବେ ପର୍ସରେ ରଖିଲେ ଧନର ବୃଦ୍ଧି ହୋଇଥାଏ । ଏହି କଏନ ରଖିବା ପୂର୍ବରୁ ପୂଜା କରି ରଖିବା ଉଚିତ । ଏହା ଦ୍ଵାରା ଆର୍ଥିକ ସମସ୍ଯା ଦୂର ହୋଇଥାଏର ।
୭- ରୁଦ୍ରାକ୍ଷ ପର୍ସରେ ରଖିଲେ ଦରିଦ୍ରତା ଓ ଧନ ଜନିତ ସମସ୍ୟା ଦୂର ହୋଇଥାଏ । ଏହାକୁ ପୂଜା କରି ନିଜ ପର୍ସରେ ରଖିବା ଉଚିତ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।