କେବେ ସିଧା(ସରଳ)ହୁଅ ନାହିଁ, କାରଣ ସିଧା ହୋଇ ଠିଆ ହୋଇଥିବା ଗଛକୁ ପ୍ରଥମେ କଟାଯାଏ- Chanakya Niti

ଆଚାର୍ଯ୍ୟ ଚାଣକ୍ୟ ମାନବ ଜାତିର କଲ୍ୟାଣ ନିମନ୍ତେ ଅନେକ କଥା ଚାଣକ୍ୟ ନୀତିରେ ଉଲେଖା କରିଛନ୍ତି । ଚାଣକ୍ୟଙ୍କ ମତରେ ଯେଉଁ ବ୍ୟକ୍ତି ଆର୍ଥିକ ବ୍ୟବହାର କରିବାରେ । କାମ କରିବାରେ, ଜ୍ଞାନ ଅର୍ଜନ କରିବାରେ ଲାଜ କରେ ନାହି ସେ ସୁଖୀ ବ୍ୟକ୍ତି ହୋଇଥାଏ । ଜୀବନରେ ଏତେ ବି ସିଧା ସରଳ ହେବା ନୁହେଁ କି ଲୋକ ମାନେ ଆପଣାକୁ ଧୋକା ଦେବେ ବୋଲି ଚାଣକ୍ୟ କହିଛନ୍ତି । ଯଦି ଆପଣ ସିଂହର ଗୁମ୍ଫାକୁ ଯାଉଛନ୍ତି ତେବେ ଆପଣଙ୍କୁ ହାତୀର ମଥାର ମଣି ମିଳିପାରେ ।

ଯେଉଁ ପ୍ରକାରରେ ଫୁଲରେ ସୁଗନ୍ଧ ରହିଛି, ତିଳରେ ତେଲ ରହିଛି, କାଠରେ ନିଆଁ ରହିଛି, କ୍ଷିରରେ ଘିଅ ଅଛି ଠିକ ସେହିପରି ଯଦି ଆପଣ ଅନ୍ୟକୁ ସଠିକ ନଜରରେ ଦେଖିବେ ତେବେ ତାଙ୍କ ମଧ୍ୟରେ ପରମାତ୍ମା ରହିଥାଏ ବୋଲି ଜାଣି ପାରିବେ । ଯଦି ଜ୍ଞାନର ସଠିକ ବ୍ୟବହାର ନ ହୁଏ ତେବେ ଏହା ହଜିଯାଏ । ଠିକ ସେହିପରି ମଣିଷ ଅଜ୍ଞାନୀ ଥିଲେ ରାସ୍ତା ଭୁଲିଯାଏ ।

ସେନାପତି ବିନା ସେନା ହଜିଯାଏ ଓ ସ୍ଵାମୀ ବିନା ସ୍ତ୍ରୀ ହଜିଯାଏ । ସନ୍ତୋଷ ସମାନ କୌଣସି ସୁଖ ନାହି, ଲୋଭ ସମାନ କୌଣସି ରୋଗ ନାହି, ଦୟା ସମାନ କୌଣସି ଗୁଣ ନାହି । ଯେଉଁ ଜଳ ଧରିତ୍ରିରେ ସମର୍ପିତ ହୋଇଯାଏ ତାହା ଶୁଦ୍ଧ ହୋଇଥାଏ । ଠିକ ସେହିପରି ପରିବାରରେ ସମର୍ପିତ ସ୍ତ୍ରୀ ଶୁଦ୍ଧ ହୋଇଥାଏ । ଲୋକ ମାନଙ୍କର କଲ୍ୟାଣ କରୁଥିବା ରାଜା ଶୁଦ୍ଧ ଅଟନ୍ତି ଓ ସେହି ପୂଜକ ଶୁଦ୍ଧ ଅଟନ୍ତି ଯିଏ ସନ୍ତୁଷ୍ଟ ହୋଇଥାନ୍ତି । ଯେଉଁ ବ୍ୟକ୍ତି ଅନ୍ୟ ମାନଙ୍କର ଭୁଲକୁ ପରିହାସ କରିଥାନ୍ତି ସେହିପରି ନଷ୍ଟ ହୋଇଯାନ୍ତି ଯେପରି ସାପ ପକ୍ଷୀ ମାନଙ୍କର ମେଳକୁ ଯାଇ ମରିଥାଏ ।

ଯାହାକୁ ଯେତେ ଗାଳି ଦେଲେ ମଧ୍ୟ ତା ଉପରେ କୌଣସି ଫରକ ପଡେ ନାହି ଓ ଯିଏ ପ୍ରସନ୍ନ ହେବା ପରେ ସାମନା ଥିବା ବ୍ୟକ୍ତିକୁ କିଛି ଦିଏ ନାହି ସେଭଳି ବ୍ୟକ୍ତି କାହାକୁ ରକ୍ଷା କରିପାରେ ନାହି କି କାହାକି ନିୟନ୍ତ୍ରିତ କରିପାରେ ନାହି । ସକାଳୁ ଉଠିବା ପରେ ନିଜର କର୍ମ ବିଷୟରେ ଭବାଇବା, ମଧ୍ୟାହ୍ନରେ ନିଜ ମାକୁ ସ୍ମରଣ କରିବା ଓ ରାତିରେ ଚୋର ମାନଙ୍କୁ ନ ଭୁଲିବା । ଯାହା ପାଖରେ ଟଙ୍କା ନାହି ସେ ଗରିବ ନୁହେଁ ବର୍ମ ପ୍ରକୃତରେ ଧନୀ ହୋଇଥାଏ ଯଦି ତା ପାଖରେ ବିଦ୍ୟା ରହିଥାଏ ।

ଯାହା ପାଖରେ ବିଦ୍ୟା ନାହି ସେ ସବୁ କ୍ଷେତ୍ରରେ ନିର୍ଧନ ହୋଇଥାଏ । ତେବେ ଏହା ଥିଲା ଆଚାର୍ଯ୍ୟ ଚାଣକ୍ୟଙ୍କ କିଛି ନୀତି ଉପଦେଶ ଯାହାକୁ ମାନବ ଜାତି ସ୍ମରଣ କଇ ଏହାର ସଠିକ ଉପଯୋଗ କରିବା ଉଚିତ । ତେବେ ଯାଇ ମଣିଷ ଜୀବନରେ ବଡ ସଫଳତା ହାସଲ କରିବାରେ ଆଗକୁ ବଢି ପାରିବ ।

ଚାଣକ୍ୟଙ୍କ ମତରେ ବଣରେ ଯେଉଁ ଗଛ ସିଧା ରହିଥାଏ ତାହା ପ୍ରଥମେ କଟାଯାଏ କିନ୍ତୁ ଯେଉଁ ଗଛ ବଙ୍କା ରହିଥାଏ ତାହା ସେମିତି ଠିଆ ହୋଇ ଅନେକ ଦିନ ଯାଏଁ ରହିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *