ଯେଉଁ ଘରେ ଏହି ଗଛ ଥାଏ ସେମାନେ ହୋଇ ଯାଆନ୍ତି କୋଟିପତି- Shiv Purana

ଆଜି ଆମେ ଆପଣଙ୍କୁ ଏମିତି କିଛି ଗଛଲତା ବିଷୟରେ କହିବୁ ଯାହା ବିଷୟରେ ଜାଣିବା ପରେ ଆପଣ ନିଜ ଜୀବନରେ ସୁଖ ସମୃଦ୍ଧି, ଧନ, ଯଶ, ମାନ ସମ୍ମାନ ପାଇ ପାରିବେ । ବହୁତ ଲୋକମାନେ ନିଜ ଘରେ ବିଭିନ୍ନ ପ୍ରକାରର ଗଛ ତ ଲଗାଇଥାନ୍ତି । କିନ୍ତୁ କେଉଁ ଗଛକୁ ଲଗାଇବା ଉଚିତ ଓ କେମିତି ଲଗାଇବା ଉଚିତ ଏହା ବିଷୟରେ ସେମାନେ ଜାଣି ନ ଥାନ୍ତି । ତେବେ ଚାଳନ୍ତୁ ସେହି ଗଛ ବିଷୟରେ । କହିବାକୁ ଗଲେ ଏହି ସବୁ ଗଛ ଆପଣଙ୍କୁ ଧନୀ ବି କରିଦେବେ ଓ ଏହି ସବୁ ଗଛକୁ ଘରେ ଲଗାଇବା ଦ୍ଵାରା ଘରେ ନକରାତ୍ମକ ଉର୍ଜା ବି ପ୍ରବେଶ କରି ନ ଥାଏ । ଏହା ସହିତ ଘରେ ସକରାତ୍ମକ ଉର୍ଜା ସଂଚାର କରିଥାଏ ।

ତୁଲସୀ ଗଛ: ଏହା ଏକ ଏମିତି ଗଛ ଅଟେ ଯାହା ସମସ୍ତଙ୍କ ଘରେ ନିଶ୍ଚିତ ରୂପରେ ଥାଏ । କିନ୍ତୁ କହିଦେଉଛୁ କି ଯଦି ଆପଣ ଇଶାନ କୋଣରେ ତୁଲସୀ ଗଛ ରଖୁଛନ୍ତି ତେବେ ଏହା ଲକ୍ଷ୍ମୀ ସ୍ୱରୂପ ହୋଇଯିବ । ଏହି ଗଛକୁ ଯଦି ଆପଣ ନିଜର ମୁଖ୍ୟ ଦ୍ଵାରରେ ରଖୁଛନ୍ତି ତେବେ ଏହା ଦ୍ଵାରା ଘରେ କୌଣସି ବି ପ୍ରକାରର ନକରାତ୍ମକ ଊର୍ଜା ପ୍ରବେଶ କରେ ନାହିଁ । ସବୁଦିନ ଏଥିରେ ପାଣି ବି ଦିଅନ୍ତୁ ।

କଦଳୀ ଗଛ: ଏହା ଛଡା ତୁଲସୀ ଗଛ ପାଖରେ ଯଦି ଗୋଟିଏ କଦଳୀ ଗଛ ଲଗାଇ ଦେଉଛନ୍ତି ତେବେ ଏହା ବହୁତ ଫଳଦାୟୀ ହୋଇଯିବ । ଯେଉଁ ଘରେ କଦଳୀ ଗଛ ଥାଏ ସେହି ଘରର ଲୋକମାନଙ୍କ ମଧ୍ୟରେ ପ୍ରେମର ଭାବନା ଥାଏ ।

ଶମି ଗଛ : ଯଦି ଆପଣ ଅଧିକ ଚିନ୍ତାରେ ରହୁଛନ୍ତି ତେବେ ଶମି ଗଛ ପାଖରେ ରହି ସମୟ ଅତି ବାହିତ କରିବା ଉଚିତ । ଏହା ଦ୍ଵାରା ଆପଣ ଚିନ୍ତା ମୁକ୍ତ ହୋଇଯିବେ । ଏହି ଗଛ ସମସ୍ତ ପ୍ରକାରର ନକରାତ୍ମକ ଉର୍ଜାକୁ ନଷ୍ଟ କରିଥାଏ ।

ପଣସ ଗଛ: ପଣସ ଗଛରେ ଯେଉଁ ଫଳ ଫୁଟିଥାଏ ଶିବଲିଙ୍ଗ ଉପରେ ଅର୍ପଣ କରୁଛନ୍ତି ତେବେ ଏହିଭଳି କରିବା ଦ୍ଵାରା ଆପଣଙ୍କ କାର୍ଯ୍ୟରେ ଆସୁଥିବା ସମସ୍ତ ବାଧା ଦୂର ହୋଇଯିବ । କିନ୍ତୁ ଧ୍ୟାନ ରଖିବେ କି ଏହି ଗଛର ଫୁଲ ଆପଣଙ୍କ ଘରର ହୋଇଥିବା ଦରକାର ।

ବେଳ ଗଛ: ବେଳ ଗଛକୁ ଘରେ ରଖିବା ସହିତ କିଛି ନିୟମ ଅଛି ଯାହାକୁ ସବୁଦିନ କରିବା ଉଚିତ । ଯେମିତି କି ସବୁଦିନ ଘରେ ରଖା ଯାଇ ଥିବା ଶିବଲିଙ୍ଗ ଉପରେ ଜଳ ଅଭିଷେକ କରନ୍ତୁ । ଯେଉଁ ବ୍ୟକ୍ତି ସବୁଦିନ ଏହି ନିଜ ଘରେ ଲଗାଯାଇଥିବା ବେଳ ଗଛରୁ ପତ୍ର ତୋଳି ଶିବଲିଙ୍ଗ ଉପରେ ଅର୍ପଣ କରି ଥାଏ ତାକୁ ବିଶେଷ କୃପା ମିଳିଥାଏ । ଏହା ବ୍ଯତୀତ ଆପଣ ଗହରେ ମନି ପ୍ଳାଣ୍ଟ, ବମ୍ବୋ ପ୍ଳାଣ୍ଟ ଏବଂ ନଡିଆ ଗଛ ଲଗାଇଲେ ବି ଏହା ଆପଣଙ୍କ ଧନ ବୃଦ୍ଧି କରିଥାଏ ।

Leave a Reply

Your email address will not be published. Required fields are marked *