ସ୍ନାନ କରିବା ପୂର୍ବରୁ ଫୁଲ ତୋଳିବା ଠିକ ନା ଭୁଲ ଓ ଫୁଲ ତୋଳିବାର କଣ ରହିଛି ନିୟମ ? Ajira Anuchinta

ନମସ୍କାର ବନ୍ଧୁଗଣ । ଆପଣ ମାନେ ପ୍ରକୃତି ଅନେକ ବସ୍ତୁ ଦେଖିଥିବେ । ସେଥି ମଧ୍ୟରୁ ସବୁଠାରୁ ସୁନ୍ଦର ବସ୍ତୁ ହେଉଛି ଫୁଲ । ଫୁଲକୁ ସମସ୍ତେ ପସନ୍ଦ କରିବା ସହ ଏହା ଦେଖିବାକୁ ଖୁବ ସୁନ୍ଦର ଓ ମନୋହର ଅଟେ । ଫୁଲକୁ ପୂଜା କର୍ମ ଓ ବିବାହ କାର୍ଯ୍ୟରେ ବ୍ୟବହାର କରାଯାଏ ।

ଏହା ସହ ଅନ୍ୟ କାହାକୁ ଉପହାର ଦେବା ପାଇଁ ମଧ୍ୟ ଫୁଲକୁ ବ୍ୟବହାର କରାଯାଏ । ସବୁଠାରୁ ଅଧିକ ଠାକୁର କାମରେ ଫୁଲ ବ୍ୟବହାର କରାଯାଏ । ଫୁଲ ତୋଳିବାର କିଛି ବିଶେଷ ନିୟମ ରହିଛି । ଯଦି ଏହାକୁ ଭଙ୍ଗ କରାଯାଏ ତେବେ ଆମର ଅନେକ ଅନିଷ୍ଟ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଫୁଲ ତୋଳିବାର କିଛି ବିଶେଷ ନିୟମ ବିଷୟରେ କହିବାକୁ ଯାଉଛୁ । ଠାକୁର ପୂଜା ସ୍ନାନ କରିବା ପରେ କରାଯାଏ ।

ସେଥିପାଇଁ ସ୍ନାନ କରିବା ପରେ ଗଛରୁ ଫୁଲ ତୋଳାଯାଏ ଏହା କିଛି ଲୋକଙ୍କ ମନରେ ଧାରଣା ରହିଛି । କିନ୍ତୁ ଏହି ଧାରଣା ସଂପୂର୍ଣ୍ଣ ଭାବେ ଭୁଲ । ଶାସ୍ତ୍ର ଓ ପୁରାଣରେ ବର୍ଣ୍ଣିତ ରହିଛି ସର୍ବଦା ସ୍ନାନ କରିବା ପୂର୍ବରୁ ଫୁଲ ତୋଳିବା ଉଚିତ । ଫୁଲ ତୋଳିବା ସମାୟରେ ନିଜର କନିଷ୍ଠ ଓ ବିଶି ଆଙ୍ଗୁଳି ଲାଗିବା ଉଚିତ ନୁହେ । କିଛି ଲୋକ ମାନେ ଗଛରେ ଥିବା କଢକୁ ରାତିରେ ପାଣି ପକାଇ ଦେଇଥାନ୍ତି । ସକାଳେ ପାଣିରେ ପଡିଥିବା କଢ ଫୁଟିଯାଏ ଓ ଏହାକୁ ଠାକୁର ପୂଜାରେ ବ୍ୟବହାର କରାଯାଏ ।

ଏପରି କରିବା ଅନୁଚିତ ଅଟେ । କାରଣ ଏପରି କରିଲେ ଆମକୁ ପାପ ମଧ୍ୟ ଲାଗିଥାଏ । ଅପ୍ରାକୃତିକ ଭାବେ ଆମେ ପାଣିରେ ପକାଇ କଢ ରୁ ଫୁଲ କରିଥାଉ ଯାହା ସଂପୂର୍ଣ୍ଣ ଭାବେ ଭୁଲ ଅଟେ । ତେଣୁ ସରବଦା ପ୍ରାକୃତିକ ଉପାୟରେ ଫୁଟିବା ଫୁଲ କୁ ହିଁ ଠାକୁର ଙ୍କ ପାଖରେ ସମର୍ପଣ କରିବା ଉଚିତ । ଏହା ଛଡା ଅନ୍ୟ କାହାରି ଗଛରୁ ଫୁଲ ଚୋରୀ କରି ଆଣି ଠାକୁର ପୂଜା କରିଲେ ଏହା ଭୁଲ ହୋଇଥାଏ ।

ଏହାକୁ ଭଗବାନ କେବେ ବି ଗ୍ରହଣ କରନ୍ତି ନାହି । ଯେଉଁ ଗଚରୁ ଫୁଲ ଆଣିବେ ସେହି ଘର ମାଲିକଙ୍କ ଠାରୁ ଅନୁମତି ନେଇ ଆଣିବା ଉଚିତ । ଏହା ଛଡା ଫୁଲ ତୋଳିବା ସମୟରେ ଜୋତା ବା ଚପଲ ପିନ୍ଧିବା ଉଚିତ ନୁହେଁ । ଶୋଇବା ସମୟରେ ଯେଉଁ ବସ୍ତ୍ର ପରିଧାନ କରିଥିବେ ସେହି ବସ୍ତ୍ର ପିନ୍ଧି ଫୁଲ ତୋଳିବା ଅନୁଚିତ ଅଟେ । ଖାଲି ପାଦରେ ଫୁଲ ତୋଳିବା ଉଚିତ । ଏହା ଛଡା ଯେଉଁ ଗଛରେ ଫୁଲ ରହିଥିବ ସେହି ଗଛ ରୁ ଫୁଲ ତୋଳିବା ସମୟରେ ଗଛ କୁ କଷ୍ଟ ହେଲା ଭଳି କିଛି କାମ କରିବା ଉଚିତ ନୁହେ ।

ସବୁବେଳେ ଅଲଗା ବସ୍ତ୍ର ପିନ୍ଧି ଫୁଲ ତୋଳିବା ଉଚିତ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *