ସୋନୁ ଦେବେ ଲକ୍ଷ ଲୋକଙ୍କୁ ଚାକିରି, ଜାଣନ୍ତୁ କଣ ସମ୍ପୁର୍ଣ୍ଣ ଖବର

ପୁଣି ଲକ୍ଷ ଲୋକଙ୍କୁ ଚାକିରି ଦେବେ ସୋନୁ ସୂଦ । ଘୋଷଣା କଲେ ନୂଆ ଅଭିଯାନ । ସୋନୁ ସୂଦ କେବଳ ଗୋଟିଏ ନାମ ନୁହେଁ ଗରିବ ଓ ଅସହାୟ ଲୋକଙ୍କ ପାଇଁ ଜଣ ବଡ ଦେବତା । ଅସୁବିଧାରେ ପଡି ଥରେ ଡାକିଦେଲା ଭଳି ଭଗବାନଙ୍କ ଭଳି ସୋନୁ ବହୁତ ଅସହାୟଙ୍କ ଦୁଃଖ ଶୁଣିଛନ୍ତି । ସେଥିପାଇଁ ସୋନୁଙ୍କୁ କିଏ ଗରିବଙ୍କ ମସିହା କହେତ ଆଉ କିଏ ସଙ୍କଟରେ ପଡିଥିବା ଲୋକଙ୍କ ସଙ୍କଟ ମୋଚନ ବୋଲି କୁହନ୍ତି । ଏବେ ସୋନୁ ଆଉ ଏକ ଅଭିଯାନ ଆରମ୍ଭ କରିଛନ୍ତି । 1 ଲକ୍ଷ ବେରୋଜଗାର ଲୋକଙ୍କୁ ରୋଜଗାର ଦେବାକୁ ପଣ କରିଛନ୍ତି ।


ତେବେ ଆସନ୍ତୁ ଜାଣିବା ସୋନୁଙ୍କ ଏହି ପ୍ଳାନ ବିଷୟରେ । ସୋନୁ ତାଙ୍କ ପେଜରେ ଟ୍ବିଟର କରି ଲେଖିଛନ୍ତି ନୂଆ ବର୍ଷ ନୂଆ ଆଶା ନୂଆ ଚାକିରିର ଅବସର । ଆଉ ଏହି ଅବସରକୁ ଆପଣଙ୍କ ପାଖକୁ ପହଞ୍ଚାଇବି ମୁଁ । ଆଉ କେହି ରହିବେନି ବେରୋଜଗାର । ରୋଜଗାରର ରାହା ଦେଖାଇବା ଗୁଡ ୱର୍କର । ଆଜି ହିଁ ଗୁଡ ୱୋର୍କର ଆପକୁ ଡାଉନ ଲୋଡ କରନ୍ତୁ ଆଉ ଆପଣଙ୍କ ଭବିଷ୍ୟତ ଉଜ୍ଜଳ କରନ୍ତୁ । ଟ୍ବିଟ ଦ୍ଵାରା ସୋନୁ ୧ ଲକ୍ଷ ଲୋକଙ୍କୁ ଚାକିରି ଦେବା ଘୋଷଣା କରିଛନ୍ତି ।


ଆଗକୁ ୧୦ କୋଟି ଲୋକଙ୍କୁ ରୋଜଗାର କ୍ଷମ କରିବାକୁ ଯୋଜନା ରଖିଛନ୍ତି । ତାଙ୍କର ଏହି ଘୋଷଣା ପରେ ଅନେକ ଲୋକଙ୍କ ଭିତରେ ଏକ ପ୍ରକାର ଉଶ୍ଚାହ  ଖେଳି ଯାଇଛି । ସୋନୁଙ୍କ ଏହି ଯୋଜନାରେ ୧ଲକ୍ଷ ୨୦ହଜାର ୫୨ ଜଣ ଲୋକ ଚାକିରି ପାଇସାରିଥିବା ବେଳେ ଆଉ ଏକ ଲକ୍ଷ ଲୋକଙ୍କୁ ଯୋଜନା ମାଧ୍ୟମରେ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଦେଶରେ ଲକ ଡାଉନରେ ଲୋକ ଯେତେବେଳେ ହନ୍ତଶନ୍ତ ହେଉଥିଲେ ସେତେବେଳେ ରିଲ ଲାଇଫର ହିରୋ ଲୋକଙ୍କୁ ସହାୟତାର ହାତ ବଢାଇ ଥିଲେ ।

ସେବେଠୁ ସୋନୁ ସମସ୍ତ ଅସହାୟ ଗରିବ ଲୋକଙ୍କ ପାଇଁ ସଙ୍କଟ ମୋଚନ ସାଜିଛନ୍ତି । ଘର ନଥିବା ଲୋକଙ୍କୁ ଘର କରାଇ ଦେଇଛନ୍ତି । ବିଲରେ ଖଟୁଥିବା ଗରିବ ଲୋକଙ୍କୁ ଟ୍ର୍ଯାକ୍ଟର କିଣି ଦେଇଛନ୍ତି । ନିକଟରେ ଉତ୍ତର ପ୍ରଦେଶର ଗୋଟିଏ ଗାଁ ରେ ନଳକୂପ ବସାଇ ବହୁତ ଦିନର ଜଳ ସଙ୍କଟକୁ ଦୂର କରିଛନ୍ତି । ଆଉ ପୁରା ଗାଁ ଲୋକଙ୍କ ମୁହଁରେ ହସ ଫୁଟାଇଛନ୍ତି । ଆଉ ଏବେ ସୋନୁଙ୍କ ବେରୋଜଗାର ଲୋକଙ୍କୁ ରୋଜଗାର କ୍ଷମ କରିବାର ଯୋଜନା କେତେଦୂର ସଫଳ ହେଉଛି ଆଉ କେତେ ଲୋକ ତା ଉପରେ ଉପକୃତ ହେଉଛନ୍ତୁ ତା ଉପରେ ରହିବା ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *