ସୋରିଷ ତେଲରେ ଏହି ଜିନିଷ ମିଶାଇ ଲଗାଇଲେ ଧଳା କେଶ ହେଇଯିବ କଳା

ଆସନ୍ତୁ ଜାଣିବା ପ୍ରଦୂଷଣ ଓ ଷ୍ଟ୍ରେଶ କାରଣରୁ ଆମ କେଶ ଅବସ୍ଥା ଖରାପ ହୋଇଥାଏ । କେଶ ଝଡ଼ିବା ସହ ଧଳା ମଧ୍ୟ ହୋଇଯାଏ । କେଶର ଯତ୍ନ ନେବା ସହ ଯଦି କଳା କରିବାକୁ ଚାହାନ୍ତି ତ ସୋରିଷ ତେଲ ମସାଜ କରନ୍ତୁ । ଯଦି ସୋରିଷ ତେଲ ସହ ମେହେନ୍ଦି ମିଶାଇ ଲଗେଇବେ, ତ କେଶ ମଜବୁତ ସହ ମୂଳରୁ କଳାବି ହେବ । ଆସନ୍ତୁ ଜାଣିବା କେଶ ପାଇଁ କି ତେଲ କିପରି ଲଗାଇବେ ।

1. ସୋରିଷ ତେଲର ଫାଇଦା

ସପ୍ତାହକୁ ଯଦି 2 ଦିନ ସୋରିଷ ତେଲ ମସାଜ କରିବେ କେଶ ପାଇଁ ଭଲ ହୋଇଥାଏ ।

2. ସୋରିଷ ତେଲରେ ହିନା ବା ମେହେନ୍ଦି ମିଶାନ୍ତୁ

ଆୟୁର୍ବେଦ ଅନୁସାରେ ଚନ୍ଦାପଣ ଦୂର ପାଇଁ ସୋରିଷ ତେଲରେ ହିନା ବା ମେହେନ୍ଦିର ପତ୍ର ମିଶାଇ ଲଗାଇଲେ କେଶ ମଜବୁତ ହୋଇଥାଏ ।

କିପରି ପ୍ରସ୍ତୁତ କରିବା କେଶ କଳା କରିବା ପାଇଁ, ତେଲ ଗୋଟେ କପ ସୋରିଷ ତେଲ 3 ଚାମଚ ହିନା ପାଉଡର ନେବେ ।

ତେଲ ପ୍ରସ୍ତୁତ ବିଧି

ଗ୍ୟାସରେ ଏକ କଡ଼େଇରେ ସୋରିଷ ତେଲ ଢାଳି ଗରମ କରିବେ । ଗ୍ୟାସକୁ କମେଇ ହିନା ପାଉଡର ପକେଇବ । ତେଲ ଫୁଟି ଯାଇ ମେହେନ୍ଦି ମିଶି ସମ୍ପୂର୍ଣ ତେଲ କଳା ପଡିଗଲେ, ଗ୍ୟାସ ବନ୍ଦ କରି କଡ଼େଇକୁ 1 ଘଣ୍ଟା ଘୋଡେଇ ଦେଇ ଥଣ୍ଡା ହେବା ଯାଏ ଛାଡ଼ିଦେବେ । ଥଣ୍ଡା ହେବା ପରେ ବୋତଲରେ ରଖିଦେବେ ।

ଏହାକୁ ଗୋଟେ ମାସ ଯାଏ ଲଗାନ୍ତୁ । ସପ୍ତାହକୁ 2 ବା 3 ଥର ଲଗାନ୍ତୁ । ସବୁବେଳେ ଚାହିଁଲେ ବି ଲଗେଇପାରିବେ ।

ତେଲକୁ କେଶ ମୂଳରେ ଅଳ୍ପ ଅଳ୍ପ କରି ଲଗାଇବେ ।

ତେଲକୁ ରାତି ସାରା ଲଗେଇ ରଖିବ । ସକାଳୁ ଉଠି ସାମ୍ପୁ ରେ ଧୋଇଦେବ । ଗୋଟେ ମାସ ଭିତରେ ଫରକ ଦେଖିବେ ଓ ଧଳା କେଶ କଳା ହୋଇଯାଇଥିବ ।

Leave a Reply

Your email address will not be published. Required fields are marked *