କରଜ ନେବା ପୂର୍ବରୁ ରଖନ୍ତୁ ଏହି ଜ୍ୟୋତିଷ ନିୟମର ବିଶେଷ ଧ୍ୟାନ, ନହେଲେ ହେବ ବହୁତ ସମସ୍ୟା

କେତେକ ଲୋକ କିଛି ବଡ଼ କାମ କରିବା ପାଇଁ କରଜ ନେଇଥାନ୍ତି । ସମସ୍ତେ ଚାହାଁନ୍ତି ଏମିତି ସମୟ କେବେ ନ ଆସୁ ଯେ କରଜ ନେବାକୁ ପଡିବ ହେଲେ ଥରେ ଥରେ ପରିସ୍ଥିତି ଏମିତି କରିବାକୁ ବାଧ୍ୟ କରିଥାଏ । ଋଣ ନେବା ଓ ଦେବା ଦୁଇଟି ଯାକ ରିକ୍ସ କାମ ହୋଇଥାଏ । ଆସନ୍ତୁ ଜାଣିବା ଜ୍ୟୋତିଷଙ୍କ ଅନୁଯାୟୀ କେଉଁ ଦିନ ଋଣ ନେବା ଓ ଦେବା ଶୁଭ ବା ଅଶୁଭ ହୋଇଥାଏ ।

ସୋମବାର ଦିନ ଋଣ ନେବା ବା ଦେବା ଶୁଭ ହୋଇଥାଏ, କାରଣ କୁହାଯାଏ ଏହି ଦିନର ଅଧିଷ୍ଠାତ୍ରୀ ମା ପାର୍ବତୀ ଓ ସମ୍ବନ୍ଧିତ ଗ୍ରହ ଚନ୍ଦ୍ରମା ହୋଇଥାନ୍ତି ।

ମଙ୍ଗଳବାର ଋଣ ନେବା ଅଶୁଭ ହୋଇଥାଏ । ଯଦି ପୁରୁଣା କରଜ ଥାଏ ଏହି ଦିନ ଶୁଝିବା ଶୁଭ ହୋଇଥାଏ । ବୁଧବାର ଦିନ ବୁଧ ଗ୍ରହଙ୍କର ତୀବ୍ର ପ୍ରଭାବ ରହିଥାଏ, ଏଥିପାଇଁ କୁହାଯାଏ ଏହିଦିନ ଋଣ ନେବା ବା ଦେବା ଉଚିତ ନୁହେଁ । ଗୁରୁବାର କୁ ଶୁଭବାର କୁହାଯାଏ । ପ୍ରାଚୀନ କାଳରୁ ରହିଚି ଏହିଦିନ ଋଣଦେବା ଅନୁଚିତ, କିନ୍ତୁ ଋଣ ନେବା ଲାଭଦାୟକ ହୋଇଥାଏ । ଏହିଦିନ ନେଇଥିବା କରଜ ଜଲଦି ଶୁଝିବା ଉଚିତ ।

ଶୁକ୍ରବାର ଶୁକ୍ରଙ୍କ ପ୍ରଭାବ ହୋଇଥାଏ । ତେଣୁ ଏହି ବାର ଋଣ ନେବା ବା ଦେବା ଶୁଭ ହୋଇଥାଏ । ଶନିବାର ଦିନ ଋଣ ନେବା ବା ଦେବା ଅଶୁଭ ହୋଇଥାଏ । ହେଲେ ରବିବାର ସୂର୍ଯ୍ୟଙ୍କ ପ୍ରଭାବ ପାଇ ଏହାକୁ କୁର ସଂଜ୍ଞକ ହୋଇଥାଏ ତେଣୁ ଏହି ଦିନ ଋଣ ନେବା ବା ଦେବାରୁ ଦୂରେଇ ରହିବା ଉଚିତ ।

Leave a Reply

Your email address will not be published. Required fields are marked *