ଶ୍ରାବଣ ମାସରେ ମାହଦେବଙ୍କୁ ଅର୍ପଣ କରନ୍ତୁ ଏହି 8ଟି ଜିନିଷ, ଘରେ ହେବ ଧନର ବର୍ଷା

ହିନ୍ଦୁ ଧର୍ମରେ ଶ୍ରାବଣ ମାସର ବିଶେଷ ମହତ୍ଵ ରହିଥାଏ । ହିନ୍ଦୁ ଧର୍ମ ଅନୁଯାୟୀ ଶ୍ରାବଣ ମାସ ଟି ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ମାସ ଅଟେ । ଆଉ ଯେଉଁ ଭକ୍ତ ଏହି ମାସରେ ମହାଦେବଙ୍କ ପୂଜା ନିଷ୍ଠାର ସହ କରିଥାଏ ତାଙ୍କୁ ଶିବଙ୍କର ବିଶେଷ କୃପା ମିଳିଥାଏ । ତେବେ ଆସନ୍ତୁ ଜାଣିବା ଶ୍ରାବଣ ମାସ ସୋମବାର ଦିନ କେଉଁ କେଉଁ ଜିନିଷ ଶିବଲିଙ୍ଗ ଉପରେ ଅର୍ପଣ କରିଲେ ମହାଦେବ ପ୍ରସନ୍ନ ହୋଇଥାନ୍ତି । ୧- ଯଦି ଆପଣ ଶ୍ରାବଣ ମାସ ସୋମବାର ଦିନ ଶିବଲିଙ୍ଗ ଉପରେ ଜଳାଭିଷେକ କରିବା ସମୟରେ ୧୦୮ ଥର ଓମ ନମହ ସିବାୟ ମନ୍ତ୍ର ଜପ କରିବେ ତେବେ ନିଶ୍ଚିନ୍ତ ଭେବ ଆପଣଙ୍କର ମନସ୍କାମନା ପୂରଣ ହେବ । ଏହି କାମକୁ ଏହି ଶ୍ରାବଣ ମାସରେ କରିଲେ ଭାଗ୍ୟ ବଦଳିଯିବ ।

୨- ଯଦି ଆପଣ ଶ୍ରାବଣ ମାସ ସୋମବାର ଦିନ ଭଗବାନ ଶିବଙ୍କର କ୍ଷୀର ରେ ଅଭିଷେକ କରିବେ ତେବେ ଦେଖିବେ ଆପଣଙ୍କୁ ସବୁ କ୍ଷେତ୍ର ରେ ଲାଭ ମିଳିବ । ଏହା ସହ ଆପଣଙ୍କ ଶାରୀରିକ ମାନସିକ ରୂପରେ ଶାନ୍ତି ପ୍ରାପ୍ତ ହେବ ।

୩- ଯଦି ଆପଣ ଶ୍ରାବଣ ମାସ ସୋମବାର ଦିନ ଚିନି ଶିବଲିଙ୍ଗ ଉପରେ ଅର୍ପଣ କରିବେ ତେବେ ଘରେ ସୁଖ ସମୃଦ୍ଧି ବଢିବା ସହ ଆପଣଙ୍କ ଉପରେ ଭଗବାନ ଶିବଙ୍କର କୃପା ଦ୍ରୁଷ୍ଟି ଲାଗି ରହିବ । ଏହା ସହ ଆପଣଙ୍କର ସବୁ ଅଭିଳାଷ ପୂରଣ ମଧ୍ୟ ହେବ ।

୪- ଯଦି ଆପଣ ଶ୍ରାବଣ ମାସ ଷୋମବାର ଦିନ ଭଗବାନ ଶିବଙ୍କର ଅଭିଷେକ ଶୁଦ୍ଧ ଘିଅ ରେ କରିବେ ତା ହେଲେ ଆପଣଙ୍କ ଜୀବନରେ ସବୁ ଦୁଖ କଷ୍ଟ ଦୂର ହେବାରେ ଲାଗିବ । ଯେଉଁ ଏମାନେ ସନ୍ତାନ ସୁଖ ରୁ ବଞ୍ଚିତ ଅଛନ୍ତି ସେମାନେ ଏହି ଉପାୟ କରିଲେ ନିଶ୍ଚିନ୍ତ ଭାବେ ସୁଖଦ ସମାଚାର ପ୍ରାପ୍ତ କରିବେ ।

୫- ଯଦି ଆପଣ ଭଗବାନ ଶିବଙ୍କର ଶ୍ରାବଣ ମାସ ସୋମବାର ଦିନ ଅଭିଷେକ ମହୁ ରେ କରିବେ ତେବେ ଆପଣଙ୍କର ସବୁ କ୍ଷେତ୍ର ରେ ସଫଳତା ମିଳିବା ସହ କେବେ ବି ଆର୍ଥିକ ଅଭବର ସମୁଖିନ୍ନ ହେବାକୁ ପଡିବ ନାହି । କେବେ ବି ଆପଣଙ୍କ ପାଖରେ ଅଭାବ ଲାଗି ରହିବ ନାହି ।

୬- ଯଦି ଆପଣ ଶ୍ରାବଣ ମାସ ସୋମବାର ଦିନ ଶିବଲିଙ୍ଗ ଉପରେ ଭଙ୍ଗ ଅର୍ପଣ କରିବେ ତେବେ ଭଗବାନ ଶିବ ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ହେବେ । ଆପଣ ଜୀବନରେ ସବୁ ସୁଖ ଭୋଗ କରିବେ ।

୭- ଯଦି ଆପଣ ଶ୍ରବଣ ମାସ ସୋମବାର ଦିନ ଶିବଲିଙ୍ଗ ଉପରେ ଚନ୍ଦନ ଲଗାଇବେ ତେବେ ଆପଣଙ୍କର ଅଭିଳାସ ଖୁବ ଜଲ୍ଦି ପୂରଣ ହେବ । ସବୁ ଇଚ୍ଛା ପୂରଣ ହେବାରେ ଲାଗିବ ।

୮- ଯଦି ଆପଣ ଶ୍ରାବଣ ମାସ ସୋମବାର ଦିନ ଶିବଲିଙ୍ଗ ଉପରେ କେସର ଅର୍ପଣ କରିବେ ଆପଣଙ୍କ ଜୀବନରେ ଚାଲିଥିବା ସବୁ ସମସ୍ଯା ଦୂର ହେବାରେ ଲାଗିବ । ଏହି ସବୁ ଉପାୟମାନ ଶ୍ରାବଣ ମାସ ସୋମବାର ଦିନ କରିଲେ ଆପଣଙ୍କର ସବୁ ଇଚ୍ଛା ବହୁତ ଜଲ୍ଦି ପୂରଣ ହେବା ସହ ଧନ ଲାଭର ଯୋଗ ହେବ । ବନ୍ଧୁଗଣ ଆପଣମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *