Sawan Special: ଶ୍ରାବଣ ମାସରେ ଏହି ଗଛ ମୂଳେ ପୋତି ଦିୟନ୍ତୁ ହଳଦୀ, ହେବ ଏତେ ଧନ ବର୍ଷା କି ସମ୍ଭାଳି ପାରିବେନି

ଧନ ପ୍ରାପ୍ତି ପାଇଁ ମଣିଷ ଅନେକ ପ୍ରକାରର ବିଧି ବିଧାନ କରିଥାଏ । କିଛି ଗଛ ଲତା ମାଧ୍ୟମରେ ମଧ୍ୟ ଅନେକ ରୀତି ନୀତି କରି ଧନ ପ୍ରାପ୍ତ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଗଛ ଲଗାଇଲେ ଘର ଉନ୍ନତି ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ଶ୍ରାବଣ ମାସରେ ହଳଦୀ ପୋତି ଦେଲେ କେଉଁ ପ୍ରକାରର ଲାଭ ହୋଇଥାଏ ତାହା ମଧ୍ୟ ଆଜି ଆମେ ଆଲୋଚନା କରିବାକୁ ଯାଉଛୁ । ହଳଦୀ ଏମିତି ଏକ ପବିତ୍ର ଜିନିଷ ଯାହା ସବୁ କାମରେ ଲାଗିଥାଏ । ଏହା ଏକ ଏମିତି ଚମତ୍କାରୀ ଜିନିଷ ଯାହା ନାକରାତ୍ମକ ଶକ୍ତିର ବିନାଶ ହୋଇଥାଏ । ଏହା ସାକାରାତ୍ମକ ଊର୍ଜାକୁ ଟାଣି ଆଣିଥାଏ ।

ଏହା ଏମିତି ଏକ ଜିନିଷ ଯାହା ଦ୍ଵାରା ଧନ ପ୍ରାପ୍ତ ହେବା ସହ ଆମ ଲକ୍ଷ୍ମୀଙ୍କର ମଧ୍ୟ ଆଗମନ ହୋଇଥାଏ । ଏହି ଶ୍ରାବଣ ମାସ ଟି ଅତ୍ୟନ୍ତ ପବିତ୍ର ମାସ ଅଟେ । ଏହି ମାସରେ ମହାଦେବଙ୍କୁ ପୂଜା ଆରାଧନା କରାଯାଏ । ଶ୍ରାବଣ ମାସରେ ନିଜର ଇଚ୍ଛା ପୂରଣ କରିବା ପାଇଁ କଦଳୀ ଗଛରେ ଦୁଇଟି ହଳଦୀ ଖଣ୍ଡ କୁ ପୋତି ଦିଅନ୍ତୁ ।

ନିଜର ମନ କଥା ସ୍ମରଣ କରି କେବଳ ଗୁରୁବାର ଦିନ ଏହି କାମ କରିବା ଉଚିତ । ହଳଦୀ ପୋତିବାର ୬ ଦିନ ଯାଏଁ ସେହି ଭଳି କଦଳୀ ଗଛରେ ରହିବାକୁ ଦିଅନ୍ତୁ । ୭ ଦିନ ପରେ କଦଳୀ ଗଛ ମୂଳରୁ ସେହି ହଳଦୀ ଖଣ୍ଡକୁ ବାହାର କରି ଦିଅନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କର ମନସ୍କାମନା ପୂରଣ ହୋଇଥାଏ । ପୋତା ହୋଇଥିବା ହଳଦୀ ଖଣ୍ଡକୁ ଆଣି ନିଜ ଘରର ପୂଜା ଘରେ ବା ସିନ୍ଧୁକରେ ରଖି ଦିଅନ୍ତୁ । ନିଶ୍ଚିନ୍ତ ଭାବେ ଏହି ଉପାୟ କରିଲେ ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ ।

ଯଦି ଆପଣଙ୍କ ଘରେ କେହି ଅଧିକ ଦିନ ଯାଏଁ ରୋଗାଗ୍ରସ୍ତ ହୋଇ ପଡି ରହିଛନ୍ତି ବା ଘରେ ନାକାରାତ୍ମକ ଶକ୍ତିର ବାସ ରହିଛି ବୋଲି ଅନୁଭବ କରୁଛନ୍ତି ବା ଆପଣଙ୍କ ମୁଣ୍ଡ କିଛି ସମୟରେ ଭାରି ଭାରି ଲାଗୁଛି ତେବେ ଏହାର ନିବାରଣ ପାଇଁ ତୁଳସୀ ଗଛ ମୂଳରେ ଦୁଇଟି ହଳଦୀ ଖଣ୍ଡ ପୋତି ଦିଅନ୍ତୁ । ହଳଦୀ ପୋତିବାର ୭ ଦିନ ଯାଏଁ ସେମିତି ରହିବାକୁ ଦିଅନ୍ତୁ । ଏହି ନିୟମକୁ ରବିବାର ଦିନକୁ ଛାଡି ଦେଲେ ଅନ୍ୟ ଯେ କୌଣସି ଦିନରେ କରି ପାରିବେ ।

୭ ଦିନ ପରେ ସେହି ହଳଦୀ ଖଣ୍ଡକୁ ବାହାର କରି ଗୋଟେ ତାବିଜରେ ପୁରାଇ ଏହାକୁ ପିନ୍ଧିଲେ ଯେ କୌଣସି ରୋଗ ହୋଇଥିବା ତାହା ଭଲ ହେବାରେ ଲାଗିବ । ଧନ ପ୍ରାପ୍ତି ପାଇଁ ଆଉ ଏକ ଉପାୟ ହେଉଛି ଗୁରୁବାର ବା ଶୁକ୍ରବାର ଦିନ ୭ ଦିନ ଯାଏଁ ଅଁଳା ଗଛରେ ଦୁଇଟି ହଳଦୀ ପୋତି ଦିଅନ୍ତୁ । ୭ ଦିନ ପରେ ସେହି ହଳଦୀକୁ ବାହାର କରି ନିଜ ଘରେ ରଖିବା ପରେ ଧନ ପ୍ରାପ୍ତ ହେବାରେ ଲାଗିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀଟି ପସନ୍ଦ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *