ଶ୍ରାବଣ ମାସରେ ଏହି ଗଛ ମୂଳରେ ପୋତି ଦିଅନ୍ତୁ ହଳଦୀ, ହେବ ଧନର ବର୍ଷା ?

ବନ୍ଧୁଗଣ ଆପଣ ମାନଙ୍କୁ ଧନ ପ୍ରାପ୍ତି କରିବାର ଅନେକ ଉପାୟମାନ ବିଷୟରେ ଯାହା ବି ବିଧି ରହିଛି ତାହା ବିଷୟରେ ପୂର୍ବରୁ ଜଣାଇ ଆସିଛୁ । ଅନେକ ଗଛଲତା ବିଷୟରେ ମଧ୍ୟ ଆମେ ଆପଣଙ୍କୁ ଜଣାଇ ଆସିଛୁ ଯାହାକି ଆପଣ ନିଜର ଦାରିଦ୍ରତାକୁ ଶେଷ କରି ପାରିବେ । ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ନିଜ ଘର ପାଖରେ ପୋତି ଦେଲେ ସବୁ ପ୍ରକାରର ଇଚ୍ଛା ପୂରଣ ହୋଇଥାଏ । ସେହି ବିଷୟରେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ହଳଦୀ ହେଉଛି ଏମିତି ପବିତ୍ର ଓ ଚମତ୍କାରୀ ଜିନିଷ ଯାହାକି ନାକାରାତ୍ମକ ଊର୍ଜାକୁ ଦୂର କରି ସାକାରାତ୍ମକ ଊର୍ଜାକୁ ଟାଣି ଆଣିଥାଏ । ଏହି ହଳଦୀ ଏପରି ଏକ ଜିନିଷ ଯାହା ମଧ୍ୟରେ ଏପରି ଚମତ୍କାର ଗୁଣ ରହିଛି ଯାହା ଦ୍ଵାରା ଧନ ବା ଧାନ ଲକ୍ଷ୍ମୀଙ୍କୁ ଚୁମ୍ବକ ପରି ଆକର୍ଷଣ କରିବାର ଶକ୍ତି ରହିଛି । ଏହି ଶ୍ରାବଣ ମାସଟି ଅତ୍ୟନ୍ତ ପବିତ୍ର ମାସ ଅଟେ । ଏହି ମାସଟି ମହାଦେବଙ୍କୁ ସମର୍ପିତ ଅଟେ । ତେବେ ଆସନ୍ତୁ ଜାଣିବା ଉପାୟଗୁଡ଼ିକ ବିଷୟରେ ।

୧- କଦଳୀ ଗଛ ମୂଳରେ ଦୁଇଟି ହଳଦୀ ଖଣ୍ଡକୁ ନିଜର ଇଚ୍ଛା ସ୍ମରଣ କରି ପୋତି ଦିଅନ୍ତୁ । ଏହାକୁ ଗୁରୁବାର ଦିନ କରନ୍ତୁ । ୭ ଦିନ ଯାଏଁ ହଲଦିକୁ କଦଳୀ ଗଛ ମୂଳରେ ରହିବାକୁ ଦିଅନ୍ତୁ । ୭ ଦିନ ପରେ ଯେଉଁ ଗୁରୁବାର ପଡିବ ସେଦିନ ସନ୍ଧ୍ୟାରେ ଖୋଳିକି ନେଇ ଆସନ୍ତୁ । ଏହା ଦ୍ଵାରା ଇଚ୍ଛା ପୂର୍ତ୍ତି ହୋଇଥାଏ । ପୂଜା ଘରେ ଆଣି ହଳଦୀ ରଖନ୍ତୁ ।

୨- ଘରେ ଯଦି କେହି ଦୀର୍ଘ ଦିନରୁ ରୋଗରେ ପଡିଛନ୍ତି ବା ବାରମ୍ବାର ରୋଗର ଶିକାର ହେଉଛନ୍ତି ବ ଘରେ ଖରାପ ଶକ୍ତିର ବାସ ରହିଛି ବୋଲି ଅନୁମାନ କରୁଛନ୍ତି ବା ଆପଣଙ୍କ ମୁଣ୍ଡ ଭାରି ଲାଗୁଛି ବୋଲି ଅନୁଭବ ହେଉଛି ତେବେ ତୁଳସୀ ଗଛ ମୂଳରେ ଦୁଇଟି ହଳଦୀ ଖଣ୍ଡ ପୋତି ଦିଅନ୍ତୁ । ୭ ଦିନ ଯାଏଁ ତାହାକୁ ରହିବାକୁ ଦିଅନ୍ତୁ । ଏହି ଉପାୟ ରବିବାରକୁ ଛାଡି ଅନ୍ୟ କୌଣସି ଦିନ କରିପାରିବେ । ୭ ଦିନ ପରେ ଏହାକୁ ଆଣି ଏକ ତାବିଜ ଭିତରେ ଭର୍ତ୍ତି କରି ପିନ୍ଧାନ୍ତୁ ।

୩- ଅଁଳା ଗଛ ମୂଳରେ ଦୁଇଟି ହଳଦୀ ପୋତି ଏହାକୁ ୭ ଦିନ ଯାଏଁ ରହିବାକୁ ଦିଅନ୍ତୁ । ଏହି ଉପାୟକୁ ଆପଣ ଗୁରୁବାର ବା ଶୁକ୍ରବାର ଦିନ କରିପାରିବେ । ୭ ଦିନ ପରେ ଏହାକୁ ଖୋଳିକୁ ଆଣି ସିନ୍ଧୁକ ବା ତାଙ୍କ ରଖୁଥିବା ଜାଗାରେ ରଖି ଦିଅନ୍ତୁ । ଏପରି କରିଲେ ଧନର ବୃଦ୍ଧି ଘଟିଥାଏ ।

୪- ଧନ ପ୍ରାପ୍ତି ହେଉ ବା କରଜରୁ ମୁକ୍ତି ପାଇବା ପାଇଁ ବା ଧନ ଆସିବାର ବାଟ ବନ୍ଦ ହୋଇଥିଲେ ଦୁଇଟି ହଳଦୀକୁ ଓସ୍ତ ଗଛରେ ପୋତି ଏହାକୁ ୭ ଦିନ ରହିବାକୁ ଦିଅନ୍ତୁ । ୭ଦିନ ପରେ ଏହାକୁ ଆଣି ପଇସା ରଖୁଥିବା ଜାଗାରେ ରଖି ଦିଅନ୍ତୁ । ଏହା ଦ୍ଵାରା ଧନର ବୃଦ୍ଧି ହୋଇଥାଏ । ବନ୍ଧୁଗଣ ଆପଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *