ଭଗବାନ ଶ୍ରୀ କୃଷ୍ଣ ମହାଭାରତ ସମୟରୁ ହିଁ କହି ଯାଇଛନ୍ତି କଳି ଯୁଗ ର ଏହି ୫ ଟି ସତ୍ୟ- ଦେଖନ୍ତୁ କଣ

କଳି ଯୁଗରେ ଲୋକ ମାନଙ୍କ ଚାଲିଚଳନ ଓ ଜୀବନ ଶୈଳୀ କେମିତି ହବ ଏ ସବୁ କଥା ପ୍ରଭୁ ଶ୍ରୀ କୃଷ୍ଣ ମହାଭାରତ ସମୟରେ ହି କହି ଦେଇଥିଲେ । ମହାଭାରତ ସମୟରେ କୌରବ ଓ ପାଣ୍ଡବ ମାନଙ୍କ ମଧ୍ୟରେ ଯୁଧ୍ୟ ହୋଇଥିଲା । ଭଗବାନ ଶ୍ରୀ କୃଷ୍ଣ ପଞ୍ଚୁ ପାଣ୍ଡବ ଙ୍କ ସହ ଥିଲେ । ପାଣ୍ଡବ ମାନଙ୍କ ମନରେ ଏକ ପ୍ରଶ୍ନ ଆସିଥିଲା, କଳି ଯୁଗରେ ଲୋକମାନଙ୍କ ବିଚାର କେମିତି ହବ ।

ଏହା ଶୁଣି ଶ୍ରୀ କୃଷ୍ଣ ପାଣ୍ଡବ ମାନଙ୍କୁ ଜଙ୍ଗଲ ଭ୍ରମଣ କରିବା କୁ ପଠେଇଲେ, ଶ୍ରୀ କୃଷ୍ଣ କହିଲେ ଯାହାବି ଦେଖିବ ମୋତେ ଆସି ବିସ୍ତାର ରେ କହିବ । ପଞ୍ଚୁ ପାଣ୍ଡବ ଜଙ୍ଗଲ ଭ୍ରମଣ କରିକି ଆସିଲେ,

୧_ ପ୍ରଥମେ ଶ୍ରୀ କୃଷ୍ଣ ଙ୍କୁ ଯୁଧିଷ୍ଟିର କହିଲେ ମୁ ଜଙ୍ଗଲ ରେ ଗଲା ସମୟରେ ୨ ଶୁଣ୍ଢ ଥିବା ହାତୀ ଦେଖିଲି, ସେଇଠି ଶ୍ରୀ କୃଷ୍ଣ କହିଲେ କଳି ଯୁଗକୁ ଶାସନ କରୁଥିବା ଲୋକ କଥା ଗୋଟେ କହିବେ ହେଲେ କାମ ଅଲଗା କରିବେ ।

୨_ଭୀମ କହିଲେ ଗୋଟେ ଗାଈ ତା ଛୁଆ କୁ ଏପରି ଚାଟୁଥିଲା ଯାହା ଦ୍ଵାରା ରକ୍ତ ବାହାରିବ, ଭଗବାନ ଶ୍ରୀ କୃଷ୍ଣ କହିଲେ କଳି ଯୁଗରେ ବାପା ମା ତାଙ୍କ ଛୁଆ ଙ୍କୁ ଏମିତି ସ୍ନେହ ଶ୍ରଦ୍ଧା କରିବେ ଯାହା ମୋହ ରେ ତାଙ୍କୁ ବାନ୍ଧିଦେବୋ । ସେ ଭବିଷ୍ୟତ ରେ ସାଂସାରିକ ହୋଇଯିବେ । ଯଦି ଅନ୍ୟ କଉ ସନ୍ତାନ ସାଧୁ ହୁଏ ତାଙ୍କ ପାଖକୁ ଆଶୀର୍ବାଦ ଦବାକୁ ଚାଲିଯିବେ ହେଲେ ନିଜ ସନ୍ତାନ ସାଧୁ ହେଲେ ସେମାନେ କହିବେ ଏଇଟା ଠିକ ନୁହ ।

୩ _ଅର୍ଜୁନ କହିଲେ ପକ୍ଷୀ ଡେଣା ରେ ମନ୍ତ୍ର ଲେଖାହୋଇଛି,ସେ କିନ୍ତୁ ମାଂସ ଭୋଜୋନ କରୁଛି । ଏହି କଥା ଶୁଣି ଭଗବାନ ଶ୍ରୀ କୃଷ୍ଣ କହିଲେ କଳିଯୁଗରେ ଏପରି ଲୋକ ଥିବେ ଯେଉଁମାନେ ଲୋକଙ୍କ ଆଗରେ ଭଗବାନ ଙ୍କ ନାମ ଧରୁଥିବେ ହେଲେ ପଛରେ ତାଙ୍କୁ ଠକୁ ଥିବେ ।

୪_ନକୁଳ କହିଲେ ସେ ଦେଖିଲେ ଗୋଟେ ବଡ ପଥର ଖସିଯାଇ ଗୋଟେ ବଡ ଗଛ ରେ ବାଜିକି ରହିଯାଇଛି ,ଭଗବାନ ଶ୍ରୀ କୃଷ୍ଣ କହିଲେ କଳିଯୁଗରେ ଲୋକ ମାନଙ୍କୁ ବୁଭିନ୍ନ ମୋହ ବାନ୍ଧି ରଖିବା ହେଲେ ଶେଷରେ ସେମାନେ ହରି ନାମରେ ହି ମୁକ୍ତି ପାଇବେ ।

୫ _ସହଦେବ କହିଲେ ଜଙ୍ଗଲରେ ବହୁତ କୂପ ଦେଖିଲି ସେକୁପ ଗୁଡିକ ଗଭୀର ଥିଲା କିନ୍ତୁ ସେଥିରେ ପାଣି ନଥିଲା, ଶ୍ରୀ କୃଷ୍ଣ କହିଲେ କଳି ଯୁଗରେ ଲୋକ ନିଜ ବିଳାସ ରେ ପଇସା ଖର୍ଚ କରିବେ ହେଲେ ଭିକାରି ଟିକୁ ସାହାର୍ଯ୍ୟ କରିବେନି ।

Leave a Reply

Your email address will not be published. Required fields are marked *