ଝିଅ ଜନ୍ମ ହେଲେ ବଢିଯାଏ ବାପାର ଆୟୁଷ, ସବୁ ଝିଅଙ୍କ ଜନ୍ମ ହେବା ପରେ ୭୪ ସପ୍ତାହ ବଢିଥାଏ ବାପାର ଆୟୁ

ଭାରତରେ ପ୍ରଥମରୁ ପୁରୁଷ ର ପ୍ରାଧାନ୍ୟ ରହିଛି । ଏଠି ପୁରୁଷ ଙ୍କ ବଦଳରେ ମହିଳା ଙ୍କୁ ଦୁର୍ବଳ ଦେଖାଯାଏ । ଆମ ଦେଶରେ ଆରମ୍ଭରୁ ଝିଅ ଠୁ ଅଧିକ ପୁଅ କୁ ଗୁରୁତ୍ଵ ଦିଆଯାଏ । ହେଲେ ସମୟ ସହ ଲୋକ ମାନଙ୍କ ଭାବନା ବଦଳିବାରେ ଲାଗିଛି ଏବଂ ଏହି କଥା ଗୋଟେ ରିସର୍ଚ ରେ ବି ପ୍ରମାଣ କରିଛି ଯେ ଝିଅ ଜନ୍ମ ହେଲେ ପିତା କୁ ଖୁସି ହବା କଥା କାରଣ ଝିଅ ତା ପିତା ର ଜୀବନ କୁ ଆଉ କିଛି ଅଧିକ ବର୍ଷ ବଞ୍ଚିବାକୁ ଦେଇଥାଏ ।

ଏହି କଥା ରିସର୍ଚ କରାଯାଇଛି ଯେ ଝିଅ ର ବାପା ହେଲେ ଅଧିକ ବର୍ଷ ବଞ୍ଚନ୍ତି ।

ଗୋଟେ ରିସର୍ଚରୁ ଜଣା ଯାଇଛି ଯେ ଯଦି ଗୋଟେ ଲୋକ ର ପୁଅ ହୁଏ ତାହାଲେ ତାର ବୟସର କିଛି ବି ପରିବର୍ତନ ହୁଏ ନାହିଁ । ହେଲେ ଯଦି ଝିଅ ହୁଏ ବାପା ର ବୟସ ସୀମା ୭୪ ସପ୍ତାହ ଅଧିକ ହୋଇଥାଏ । ଗବେଷକ ମାନେ ପୃଥିବୀ ର ୪୩୧୦ ଲୋକଙ୍କ ଡାଟା କଲେକ୍ଟ କରିଥିଲେ ଯେଉଥିରେ ୨୧୪୭ ମା ମାନେ ଏବଂ ୨୧୬୩ ବାପା ମାନେ ଥିଲେ, ଏହା ଫଳରେ ବୟସ ସୀମା ବାପା ମାନଙ୍କର ଦେଖାଯାଇଥିଲା, ଯେଉଁ ଲୋକ ର ଝିଅ ଅଛି ତାର ବୟସ ସୀମା ବଢିଛି ।

ପିତା ପାଇଁ ଝିଅ ର ଜନ୍ମ ହେବା ଭଲ ହୋଇଥାଏ । ହେଲେ ମା ପାଇଁ କୌଣସି ସନ୍ତାନକୁ ବି ଜନ୍ମ ଦେବା ତାର ସ୍ୱାସ୍ଥ୍ୟ ରେ ଅବନତି ଅନିଠାଏ । କାରଣ(ଆମେରିକାନ ଜନରଲ ଓଫ ହ୍ୟୁମାନ ବାୟୋଲୋଜୀ)ରେ ଏକ ରିସର୍ଚ ରେ ପ୍ରମାଣ ହେଇଛି ଯେ ପୁଅ କିମ୍ବା ଝିଅ ର ଜନ୍ମ ହେବା ଫଳରେ ମା ର ଶରୀର ପ୍ରତି ନକରାତ୍ମକ ପ୍ରଭାବ ପଡିଥାଏ । ଯାହା ଫଳରେ ମା ର ବୟସ କମ ହେଇଯାଇଥାଏ ।

ଅନ୍ୟ ଏକ ରିସର୍ଚ ରେ ଏହା ପ୍ରମାଣ କରଯାଇଥିଲା ଯେ ପିଲା ଜନ୍ମ ହେବ ପରେ ମା ଓ ବାପା ଉଭୟ ଙ୍କ ବୟସ ୨ କିମ୍ବା ୪ବର୍ଷ ଅଧିକ ହୋଇଥାଏ, ଏହି ରିସର୍ଚ ରେ ୧୪ ବର୍ଷ ର ଡାଟା ସଂଗ୍ରହ କରାଯାଇଥିଲା । ଏଥିରେ ଏହା ପ୍ରମାଣ ହେଇଛି ଯେ ଯେଉଁ ବାପା ମା ତାଙ୍କ ଛୁଆ ମାନଙ୍କ ସହ ରହିଥାନ୍ତି ସେମାନେ ସବୁଠୁ ଅଧିକ ଖୁସିରେ ରହିଥାନ୍ତି ।

Leave a Reply

Your email address will not be published. Required fields are marked *