ସାବଧାନ! ଭେଜ୍ ଭାବି ଖାଉଥିବା ଖାଦ୍ୟ ନନଭେଜ୍ ହୋଇପାରେ, ଏବେ ହିଁ ଜାଣି ରଖନ୍ତୁ

ଅନେକ ସମୟରେ ଆପଣ ବାହାରେ କିଛି ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି । ତାହା ହୋଟେଲ୍ ହେଉ ବା କୌଣସି ଭୋଜି । ହେଲେ ବେଳେବେଳେ ଏମିତି ହୁଏ କି ଆପଣ ଯାହାକୁ ଶାକାହାରୀ ଖାଦ୍ୟ ଭାବି ଖାଇଥାନ୍ତି । ତାହା ବାସ୍ତବରେ ନନଭେଜ ହୋଇଥାଏ ।

ଖାଇବା ବେଳେ ଏହି ସବୁ ଖାଦ୍ୟ ଉପରେ ନଜର ଦିଅନ୍ତୁ

ଯଦି ଆପଣ ମଧ୍ୟ ଜେଲି ଓ ଜାମ୍ ଖାଇବାର ଇଚ୍ଛା ରଖିଛନ୍ତି ଏବଂ ନିଜକୁ ଶାକାହାରୀ ବୋଲି ମାନନ୍ତି ତ , ଜାଣିନିଅନ୍ତୁ ଯେ, ଜାମ୍ ରେ ଜିଲେଟିନ୍ ଥାଏ ଏବଂ ଜିଲେଟିନ୍ ପଶୁଙ୍କ ଠାରୁ ମିଳୁଥିବା ପ୍ରଡକ୍ଟ ।

ସୁପ୍ ବହୁତ ଲୋକଙ୍କର ପ୍ରଥମ ପସନ୍ଦ ହୋଇଥାଏ । ଯଦି ଆପଣ ଘରେ ସୁପ୍ ବନାଉଛନ୍ତି ତ ଠିକ୍ , କିନ୍ତୁ ଯଦି ଆପଣ ବାହାରେ କୌଣସି ହୋଟେଲ ବା ରେଷ୍ଟୁରାଣ୍ଟରେ ସୁପ୍ ଅର୍ଡର କରୁଛନ୍ତି ତ ଏହି କଥା ଜାଣିବା ଜରୁରି । ରେଷ୍ଟୁରାଣ୍ଟରେ ସୁପ୍ କୁ ବନେଇବା ପାଇଁ ଯେଉଁ ସସେସ୍ ର ବ୍ୟବହାର କରାଯାଏ , ତାହା ମାଛରୁ ମିଳୁଥିବା ଉତ୍ପାଦରୁ ତିଆରି ହୋଇଥାଏ ।

ହ୍ୱାଇଟ୍ ସୁଗାରକୁ ସଫା କରିବାକୁ ଯେଉଁ ପ୍ରକ୍ରିୟା ଆପଣାଯାଇଥାଏ ,ଏଥିରେ ନାଚୁରାଲ୍ କାର୍ବନର ବ୍ୟବହାର କରାଯାଇଥାଏ । ଆପଣ ଜାଣନ୍ତି କି ଏହା କେଉଁଥିରୁ ମିଳିଥାଏ ? ଏହା ବୋନ୍ ଚାର୍ ହୋଇଥାଏ । ଯାହା ପଶୁଙ୍କର ହାଡରୁ ତିଆରି ହୋଇଥାଏ । ଯଦି ଆପଣ ଶାକାହାରୀ ତ ଭୁଲରେ ମଧ୍ୟ ରିଫାଇଣ୍ଡ ସୁଗାର କିଣନ୍ତୁ ନାହିଁ ।

ତେଲ ଯେଉଁଥିରେ ଓମେଗା -୩ ଫ୍ୟାଟି ଏସିଡ୍ ମିଳିଥାଏ । ତାହା ପ୍ରକୃତରେ ଶାକାହାରୀ ନୁହେଁ । କିଛି ତେଲ ଯେଉଁଥିରେ ଭିଟାମିନ୍ ଡି ହେବାର ଦାବି କରାଯାଏ । ଏଥିରେ ଲେନୋଲିନ୍ ମିଳିଥାଏ , ଯାହା ମେଣ୍ଢାରୁ ତିଆରି ହୋଇଥାଏ ।

 

Leave a Reply

Your email address will not be published. Required fields are marked *