ଅନ୍ୟ ନାରୀ ପଛରେ କଣ ପାଇଁ ଗୋଡାନ୍ତି ବିବାହିତ ପୁରୁଷ, ଏବେ ହିଁ ଜାଣନ୍ତୁ

ଆପଣଙ୍କ ପରିସରରେ ଏପରି ଅନେକ ପୁରୁଷ ଥିବେ ଯେଉଁମାନେ ବିବାହିତ ହୋଇ ମଧ୍ୟ ଅନ୍ୟ ମହିଳାଙ୍କ ପ୍ରତି ଆର୍କଷିତ ହୋଇଥାନ୍ତି । ଏପରି ବ୍ୟକ୍ତି ଘରେ ସ୍ତ୍ରୀର ସମସ୍ତ କଥାରେ ହଁ ମାରି ତାଙ୍କର ପ୍ରିୟ ହୋଇରହିଥିବା ବେଳେ ବାହାରକୁ ଆସିବା ପରେ ପ୍ରେମିକାଙ୍କ ଗୁଣଗାନ କରିବା ଆରମ୍ଭ କରିଦିଅନ୍ତି । ତେବେ ଏହ ଫଛରେ କିଛି ସାଧାରଣ କାରଣ ରହିଥାଏ ଆସନ୍ତୁ ଜାଣିବା ତାହା ବିଷୟରେ ।

ବାନ୍ଧି ହୋଇ ଗୋଟିଏ ନିର୍ଦ୍ଧିଷ୍ଟ ସୀମାରେଖା ମଧ୍ୟରେ ରହିବା କୌଣସି ପୁରୁଷଙ୍କୁ ପସନ୍ଦ ନଥାଏ । ଏଣୁ ବିବାହ ପରେ ଯେତେବେଳେ ସ୍ତ୍ରୀ କୁଆଡ଼େ ଯିବାଆସିବା ଉପରେ ନିୟମ ପ୍ରସ୍ତୁତ କରିଥାଏ

ତାହା ପୁରୁଷଙ୍କ ପାଇଁ ବହୁ ଅସୁବିଧା ସୃଷ୍ଟି କରିଥାଏ । ଏଣୁ ପୁରୁଷ ପ୍ରେମିକାକୁ ଏହି ପରିପେକ୍ଷିରେ ପସନ୍ଦ କରିଥାନ୍ତି ।ମହିଳା ବିବାହ ପରେ କୌଣସି ନିର୍ଦ୍ଧିଷ୍ଟ ଜିନିଷକୁ ନେଇ ବହୁ ମାତ୍ରାରେ ପ୍ରଶ୍ନ କରିଥାନ୍ତି । ତେବେ ଏହି ଜିନିଷରେ ପ୍ରେମିକାଙ୍କୁ ଏଥି ପାଇଁ କିଛି ଫରକ ପଡ଼ିନଥାଏ । ସ୍ତ୍ରୀ ସର୍ବଦା ସ୍ୱାମୀଙ୍କୁ ନିୟନ୍ତ୍ରଣରେ ରଖିବାକୁ ପସନ୍ଦ କରିଥାନ୍ତି ଯାହା ପୁରୁଷଙ୍କୁ ଅଦୌ ଭଲ ଲାଗିନଥାଏ ।

ଏଣୁ ସେମାନେ ପ୍ରେମିକାଙ୍କୁ ସାଥ ଏଥିପାଇଁ ଅଧିକ ଖୋଜିଥାନ୍ତି ।ପ୍ରେମିକାଙ୍କ ସହିତ ଜୀବନ ବିତାଇବା ପାଇଁ କିମ୍ବା ଆଗକୁ ସମ୍ବନ୍ଧ ବଢ଼ାଇବା ନେଇ କୌଣସି ଜବାବ ଦିଆଯାଇନଥାଏ। ଏଣୁ ତାଙ୍କ ସହ ସଂପର୍କ ଭାଙ୍ଗିଥିଲେ କାହାକୁ ଏତେ ଫରକ ପଡ଼ିନଥାଏକିନ୍ତୁ ଅପର ପକ୍ଷରେ ସ୍ତ୍ରୀ କୁ ଜୀବନର ସମସ୍ତ ସର୍ତ୍ତପାଳନ ପାଇଁ ଜବାବ ଦେବାକୁ ପଡ଼ିଥାଏ ।

ଏପରି କି ବୈବାହିକ ସଂପର୍କ ଭାଙ୍ଗିବା ବା ଅଧାରୁ ଛାଡ଼ି ପଳାଇବା କୌଣସି ସହଜ କଥା ନୁହଁ ।ବିବାହ ପରେ ସ୍ତ୍ରୀଙ୍କର ସମସ୍ତ ଜିନିଷରେ ମଞ୍ଜୁରୀ ଆବଶ୍ୟକତା ହୋଇଥାଏ । ସେ ଘର ହେଉବା ବାହାର କାମ ସବୁଥିରେ ସ୍ତ୍ରୀଙ୍କ ମଞ୍ଜୁରୀ ନିହାତି ଆବଶ୍ୟକତା ରହିଥାଏ ।ଯାହା ପୁରୁଷଙ୍କୁ ବିଲକୁଲ୍‌ ପସନ୍ଦ ନଥାଏ । ଏଥି ସହ ବିବାହ ପରେ ମହିଳା ମାନେ ନିଜ ଶରୀର ଏବଂ ସୁନ୍ଦରତାର ସଠିକ୍‌ ଧ୍ୟାନ ରଖିନଥାନ୍ତି । ଯାହା ଫଳରେ ପୁରୁଷ ମାନେ ବାହାରେ ମହିଳା ବା ପ୍ରମିକାଙ୍କ ପ୍ରତି ଅଧିକ ଆକୃଷ୍ଟ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *