ସ୍ତ୍ରୀ ଯଦି ସକାଳୁ ଏହି କାମ କରି ଦେବେ ତେବେ ତାଙ୍କ ସ୍ଵାମୀଙ୍କୁ କୋଟିପତି ହେବାରୁ କେହି ବି ଅଟକାଇ ପାରିବେନି…

ବନ୍ଧୁଗଣ ଯଦି କୌଣସି ବ୍ୟକ୍ତି ର ଜାତକରେ କିଛି ଦୋଷ ଥାଏ ତେବେ ତାହାର ଭାଗ୍ୟ ସାଥ ଦିଏ ନାହିଁ । ଜାତକର ଦୋଷ ଦୂର କରିବା ପାଇଁ ଜ୍ଯୋତିଷ ଶାସ୍ତ୍ର ରେ ଅନେକ ଉପାୟମାନ ଉଲେଖ ରହିଛି । ଏହି ଉପାୟ ଗୁଡିକ କରିବା ଦ୍ଵାରା ବ୍ଯକ୍ତିର ଭାଗ୍ୟ ସଂପୂର୍ଣ୍ଣ ଭାବେ ବଦଳିଯାଏ । ଶାସ୍ତ୍ର ରେ ସ୍ତ୍ରୀ ଙ୍କୁ ସ୍ଵାମୀ ଙ୍କର ଅର୍ଦ୍ଧାଙ୍ଗିନୀ ଭାବେ ବିଚାର କରା ଯାଇଛି । ସ୍ତ୍ରୀ ଯେଉଁ ବି ଭଲ କାମ କରିଥାଏ ତାହାର ପୂଣ୍ୟ ସ୍ଵାମୀ କୁ ମିଳିଥାଏ ।

ଜ୍ଯୋତିଷରେ କିଛି ଏମିତି କାମ କୁହା ଯାଇଛି ଜଡ ସ୍ତ୍ରୀ ତାହା କରିବ ତେବେ ସ୍ଵାମୀ ର ଦୁର୍ଭାଗ୍ୟ ଦୂର ହୋଇ ପାରିବ । ଆସନ୍ତୁ ଜାଣିବା ସେହି କାମ ବିଷୟରେ । ମା ଲକ୍ଷ୍ମୀ ଙ୍କ ବିନା କୃପା ରେ କୌଣସି କାମ ହୋଇପାରେ ନାହିଁ । ମା ଲକ୍ଷ୍ମୀ ଙ୍କ କୃପା ପାଇବା ପାଇଁ ଶାସ୍ତ୍ର ରେ ଅନେକ ଉପାୟ ବିଷୟରେ କୁହା ଯାଇଛି । ଆଜି ଆମେ ଯେଉଁ କାମ ବିଷୟରେ କହିବାକୁ ଯାଉଛୁ ତାହାକୁ କରିବା ଦ୍ଵାରା ମଧ୍ୟ ମା ଲକ୍ଷ୍ମୀ ଙ୍କ କୃପା ମିଳିଥାଏ ।

ଶାସ୍ତ୍ର ରେ ସ୍ତ୍ରୀ ବା ନାରୀ ମାନଙ୍କୁ ମା ଲକ୍ଷ୍ମୀ ଙ୍କ ସ୍ଵରୁପା ମାନାଯାଏ । ପ୍ରତେକ ସ୍ତ୍ରୀ ଙ୍କୁ ସକାଳୁ ଜଲ୍ଦି ଉଠିବା ଉଚିତ ଯାହା ଶାସ୍ତ୍ର ରେ ଉଲେଖ ରହିଛି । ସ୍ତ୍ରୀ ଉଠିବା ପରେ ପ୍ରଥମେ ନିଜର ହାତ ପାପୁଲି କୁ ଦେଖିବା ଉଚିତ । ସେହି ସମୟରେ କରାଗରେ ବସତି ଲକ୍ଷ୍ମୀ କର ମଧ୍ୟେ ସରସ୍ଵତୀ କର ମୂଳେ ତୁ ଗୋବିନ୍ଦ ପ୍ରଭାତେ କର ଦର୍ଶନ ମନ୍ତ୍ର ଟି ହାତ ପାପୁଲି ଦେଖିବା ସମୟରେ ଜପ କରିବା ଉଚିତ ।

ଏହି ମନ୍ତ୍ର କହିବା ପରେ ବସୁମାତା ଙ୍କୁ କ୍ଷମା ଯାଚନା କରି ପାଦ ପକାଇବା ଉଚିତ । ଏହା ପରେ ଘରର ସଫା ସୁତୁରା କାମ ସାରିବା ଉଚିତ ସ୍ତ୍ରୀ ଙ୍କୁ । ଏହା ପରେ ସ୍ତ୍ରୀ ଙ୍କୁ ସ୍ନାନ ଆଦି କର୍ମ ସାରି ପୂଜା ପାଠ କରିବା ଦରକାର । ପୂଜା କରିବା ସମୟରେ ତମ୍ବା ପାତ୍ରରେ ପାଣି ଭର୍ତ୍ତି କରି ରଖିକି ଅଶୋକ ପତ୍ରରେ ପୁରା ଘରେ ସିଞ୍ଚନ କରିବା ଉଚିତ । ଏହା ଦ୍ଵାରା ଘରେ ଥିବା ଅଶୁଭ ଶକ୍ତି ଦୂର ହୋଇଯିବ ଓ ଘରକୁ ନେଗେଟିଭ ଶକ୍ତି ପ୍ରବେଶ କରିପାରିବ ନାହିଁ ।

ଏହା ପରେ ତୁଳସୀ ଗଛରେ ପାଣି ଅର୍ପଣ କରିବା ଦରକାର । ଆଉ ପ୍ରାର୍ଥନା କରିବା ଦରକାର । ଯେଉଁ ଘରେ ସଫା ସୁତୁରା ରଖାଯାଏ ଓ ପୂଜା ପାଠର ବାତାବରଣ ଥାଏ ସେହି ଘରକୁ ମା ଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ । ତେବେ ପ୍ରତେକ ନାରୀ ଙ୍କୁ ସକାଳୁ ଏହି ସବୁ କାମ ନିଶ୍ଚୟ କରିବା ଦରାକର । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପା ମିଳିବା ସହ ସ୍ଵାମୀ ମାନଙ୍କୁ ସବୁ କାମରେ ସଫଳତା ମିଳିବ । ତେଣୁ ପ୍ରତେକ ସ୍ତ୍ରୀ ନିଜ ସ୍ବାମୀଙ୍କର ଦୁର୍ଭାଗ୍ୟ ଦୂର କରିବା ପାଇଁ ଏହା କରିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *