ସ୍ତ୍ରୀ ସହମତିରେ କିନ୍ନରଙ୍କୁ ବାହା ହେଲେ ସ୍ୱାମୀ… ଆଉ ତା ପରେ କଣ କହୁଛନ୍ତି ସ୍ତ୍ରୀ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆମ ସମାଜରେ ବାହାଘର ହେଉଛି ଏକ ପରମ୍ପରା ବା ବିଧି ଯାହାକୁ ଅନେକ ରୀତି ନୀତି ଅନୁଯାୟୀ ପାଳନ କରା ଯାଇଥାଏ । ତେବେ ବିବାହରେ ପୁଅ ଓ ଝିଅ ଉଭୟଙ୍କର ସହମତି ରହିବା ମଧ୍ୟ ଜରୁରୀ ହୋଇଥାଏ । କିନ୍ତୁ ଆଜିର ସମୟରେ ଏମିତି କୌଣସି ସ୍ତ୍ରୀ ନାହି ଯିଏ ନିଜ ସ୍ବାମୀର ଅନ୍ୟ କେଉଁଠି ବାହାଘର ହେବାର ସହି ପାରିବ କି ଅନୁମତି ଦେବ । ଅନ୍ୟ ପକ୍ଷରେ ଦେଖିବାକୁ ଆମ ସମାଜରେ ରହୁଥିବା କିନ୍ନର ମାନେ ନିଜର ଅଲଗା ସମାଜ ଗଢିଥାନ୍ତି । କିନ୍ନର ମାନଙ୍କର ଆଶୀର୍ବାଦ ଭଉତ କାମରେ ଆସିଥାଏ ଆଉ ବରଦାନ ଭଳି ମଧ୍ୟ ସାବ୍ଯସ୍ତ ହୋଇଥାଏ ।

ତେବେ କଣ ଆପଣ ମାନେ କେବେ ଦେଖିଛନ୍ତି କି ଶୁଣିଛନ୍ତି କି କିନ୍ନର ମାନେ ବାହା ହେବା କଥା । ତେବେ ଏହି କଥା ଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଅଟେ । କାରଣ କିନ୍ନର ମାନେ କେବେ ବି ବାହା ହୁଅନ୍ତି ନାହି । ସେମାନେ ଝିଅ ମାନଙ୍କ ଭଳି ସଜବାଜ ହୋଇ ଲୋକ ମାନଙ୍କ ଠାରୁ ପଇସା ଆଦାୟ କରିଥାନ୍ତି ଆଉ ନିଜର ଭରଣପୋଷଣ କରିଥାନ୍ତି । ଏହା ଛଡା ସେମାନେ ଅନ୍ୟ କାମ ମଧ୍ୟ କରିଥାନ୍ତି ନିଜର ଜୀବିକା ନିର୍ବାହ ପାଇଁ । କିନ୍ତୁ ସେମାନେ କେବେ ବାହା ହୁଅନ୍ତି ନାହି ।

କିନ୍ତୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏମିତି ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ରହିଯିବେ । ବର୍ତ୍ତମାନ ସମୟରେ ଦେଖିବାକୁ ମିଳିଛି ଏକ ଭିନ୍ନ ଧରଣର ବାହାଘର । ତେବେ ଏହି ବାହାଘର ଟି କିଛି ନିଆରା ଢଙ୍ଗ ରେ ହୋଇଛି । କିନ୍ନର ମାନଙ୍କ ସହାୟତାରେ କିନ୍ନର ଓ ଜଣେ ବିବାହିତ ବ୍ୟକ୍ତିଙ୍କ ମଧ୍ୟରେ ବାହାଘର । କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକର ଧୂର୍କୁଟି ଗାଁର ବିବାହିତ ବ୍ୟକ୍ତି ଫକିର ନିଆଲ୍ ବିବାହିତ ହୋଇ ଘର ସଂସାର କରି ସ୍ତ୍ରୀ ଓ ଜଣେ ପାଞ୍ଚ ବର୍ଷର ପୁଅ ରହିଥିବା ବେଳେ ପୁଣି ଜଣେ କିନ୍ନରକୁ ବାହା ହୋଇ ଚର୍ଚ୍ଚାରେ ରହିଛନ୍ତି ।

ଦାଦ ପୁର ଗାଁର ସଙ୍ଗୀତା କିନ୍ନରକୁ ଜଣେ ବିବାହିତ ବ୍ୟକ୍ତି ବାହା ହୋଇଛନ୍ତି । ତେବେ ଉଭୟ ସଙ୍ଗୀତା କିନ୍ନର ଓ ଫକିର ନିଆଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ବେଳେ ଉଭୟଙ୍କ ସହମତିରେ ନର୍ଲା ରୋଡ଼ କିନ୍ନରଙ୍କ ବାସଗୃହରେ ବିବାହ ସମ୍ପାଦନ ହୋଇଥିବା ଜଣା ପଡିଛି । ତେବେ ସ୍ତ୍ରୀ ଜଣକ ନିଜ ସ୍ଵାମୀ ଙ୍କୁ କିନ୍ନର ସହ ବାହା ହେବାକୁ ଅନୁମତି ଦେଇଛନ୍ତି ଓ ଉଭୟଙ୍କ ବିବାହରେ ସାମିଲ ମଧ୍ୟ ହୋଇଛନ୍ତି ।

ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା ଚାଲିଛି । ଅନ୍ୟ ପକ୍ଷ ରେ କିନ୍ନର ଗୋଷ୍ଠୀ ର ଅନ୍ୟ ସଦସ୍ୟ ମାନେ ମଧ୍ୟ ଏହି ବିବାହ ରେ ଯୋଗ ଦେଇ ନାଚ ଗୀତ କରୁଛନ୍ତି ଆଉ ତାଳି ମାରି ନୂଆ ଦମ୍ପତି ଙ୍କୁ ଆଶୀର୍ବାଦ ମଧ୍ୟ ଦେଉଛନ୍ତି । ସତରେ ଏହି ବାହାଘର ଖୁବ ନିଆରା ଲାଗୁଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ବାହାଘର ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *