ବନ୍ଧୁଗଣ ମାତା ଲକ୍ଷ୍ମୀ ହେଉଛନ୍ତି ସୌଭାଗ୍ୟ ଦାତ୍ରୀ । ସେ ପ୍ରସନ୍ନ ହେଲେ ଘର ସୁଖ ଶାନ୍ତି ଓ ଧନଧାନ୍ୟରେ ଭରିଯାଏ । ତାଙ୍କର ପ୍ରିୟ ବାର ହେଉଛି ଗୁରୁବାର । ଯଦି ଶୁକ୍ଲ ପକ୍ଷ ଦଶମୀ ତିଥି କୌଣସି ଗୁରୁବାର ଦିନ ପଡିଥାଏ ତେବେ ସେହି ଦିନ ସୁଦଶା ବ୍ରତ କରାଯାଏ । ବିବାହିତା ନାରୀମାନେ ପୂଜା ଆରାଧନା କରି ଏକ ବ୍ରତଉ ହଳଦୀ ପାଣିରେ ଧୋଇ ଦିଅନ୍ତୁ ଓ ମା ଲକ୍ଷ୍ମୀଙ୍କ ଦାସ ନାମ ଧରି ସେହି ବ୍ରତରେ ୧୦ଟି ଗଣ୍ଠି ବାନ୍ଧିଥାନ୍ତି । ଆଉ ସେହି ବ୍ରତକୁ ନିଜ ଡାହାଣ ହାତରେ ବାନ୍ଧି ରଖିଥାନ୍ତି ।
ଚଳିତ ବର୍ଷ ସୁଦଶା ବ୍ରତ ନଭେମ୍ବର ୩ରେ ପଡିବାକୁ ଯାଉଛି । ଆଜି ଆମେ ଆପଣଙ୍କୁ ସୁଦଶା ବ୍ରତ ଦିନ କେଉଁ ଉପାୟ କରିଲେ ମା ଲକ୍ଷ୍ମୀଙ୍କ କୃପା ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ । ୧- ସୁଦଶା ବ୍ରତ ଦିନ ଘର ସଫା ସୁତୁରା ରଖନ୍ତୁ । ଘରେ କଳହ ବିବାଦ ବା ପାଟି ତୁଣ୍ଡ ହେବାକୁ ଦିଅନ୍ତୁ ନାହି । ଘରେ ଅଇଁଠା ବାସନ ପକାଇ ରଖନ୍ତୁ ନାହି । ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଶେଯ ତ୍ୟାଗ କରନ୍ତୁ । ଏହି ସବୁ ଅଭ୍ଯାସ ରଖିଲେ ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହେବେ ।
୨- ସୁଦଶା ବ୍ରତରେ ୩ ବେଳା ମା ଲକ୍ଷ୍ମୀଙ୍କ ଥରେ ଭୋଗ ଲଗାଯାଏ । ପ୍ରଭାତ କାଳରେ ୧୦ ପ୍ରକାରର ଫଳ, ଛେନା ଭୋଗ ଲଗାଯାଏ । ମଧ୍ୟାହ୍ନରେ ୧୦ଟି ମଣ୍ଡା ପିଠା ଓ ସନ୍ଧ୍ୟାରେ ଛେନା ପଣା ର ଭୋଗ ଲଗାଯାଏ । କିନ୍ତୁ ଧ୍ୟାନ ରଖିବେ ଯେଉଁ ଭୋଗ ମା ଲକ୍ଷ୍ମୀଙ୍କ ଠାରେ ଲଗାଯାଏ ପରିବାର ଲୋକଙ୍କ ଛଡା ଆଉ କାହାକୁ ଦେବା ଉଚିତ ନୁହେଁ ।
୩- ସୁଦଶା ବ୍ରତ ପୂଜା ବ୍ରହ୍ମ ମୁହୁର୍ତ୍ତରେ ଆରମ୍ଭ କରିବା ଉଚିତ । କାରଣ ମାନ୍ୟତା ଅଛି ଏହି ସମୟରେ ମା ଲକ୍ଷ୍ମୀ ନିଜ ମନ୍ଦିର ରୁ ବାହାରି ଭକ୍ତଙ୍କ ଘରକୁ ଆସିଥାଏ । ତେଣୁ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ହଳଦୀ ଲଗାଇ ସ୍ନାନ କରିବା ସହ ଧଳା, ନାଲି ମିଶା ଶାଢୀ ପିନ୍ଧିବା ଉଚିତ ।
୪- ପୂଜା ଆରମ୍ଭ ହେବା ପୂର୍ବରୁ ପୂଜା ସ୍ଥାନ ଓ ଘରର ସବୁ କକ୍ଷ ପରିଷ୍କାର ପରିଛନ କରିବା ଉଚିତ । ପରେ ବତୁରା ହୋଇଥିବା ଅରୁଆ ଚାଉଳକୁ ବାଟି ଚିଟା ପକାଇବା ଦ୍ଵାରା ମା ଲକ୍ଷ୍ମୀ ନଗର ଭ୍ରମଣରେ ଆସି ଏହାକୁ ଦେଖିଲେ ସେହି ଘରକୁ ଆକର୍ଷିତ ହୋଇଥାନ୍ତି । ଦସ ପାଖୁଡା ପଦ୍ମ ଫୁଲର ଚିତା ଘରେ ଓ ରୋଷେଇ ଘରେ ପକାନ୍ତୁ ।
୫- ଏହି ସୁଦଶା ବ୍ରତ ଦିନ ପୂଜା ସମୟରେ କଳସ ବସାଇବା ସମୟରେ ପଦ୍ମ ଫୁଲର ଚିତା ଆଗରୁ ପକାଇବେ । ଅଳ୍ପ ଧାନ ଉପରେ ଜଳର ପାତ୍ର ରଖନ୍ତୁ । ୧୦ଟି ପାତ୍ର ଥିବା ଆମ୍ବ ଡାଳ କଳସରେ ରଖିବେ । ତା ଉପରେ ପଇଡ ନା ନଡିଆ ରଖନ୍ତୁ । ଅନ୍ୟ ଏକ କଳସରେ ଘାର ମୁଖ୍ୟ ଦ୍ଵାରାରେ ଆମ୍ବ ଡାଳ ଓ ଧାନ ପକାଇ ରଖନ୍ତୁ । ବନ୍ଧୁଗଣ ଆପଣମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।