ସୁନା ଗହଣା ହଜିବା ଓ ପାଇବାର ଅର୍ଥ କଣ ହୋଇଥାଏ ? Ajira Anuchinta

ଆମ ଜୀବନରେ ସୁନା ଗହଣା ର ବିଶେଷ ସ୍ଥାନ ରହିଛି । ଖାସ କରି ମହିଳା ମାନେ ସୁନା ଗହଣା ପିନ୍ଧିବାକୁ ପସନ୍ଦ କରିଥାନ୍ତି । ଯାହା ପାଇଁ ଅନେକ ମହିଳାଙ୍କର ସଉକ ମଧ୍ୟ ଥାଏ ପ୍ରତି ଦିନ କିଛି ନା କିଛି ସୁନା ଗହଣା ପିନ୍ଧିବାକୁ । କିନ୍ତୁ ଅନେକ ସମୟରେ ସୁନା ଗହଣା ଆମ ଅଜାଣତରେ ହଜି ଯାଇଥାଏ । ଅନ୍ୟ କ୍ଷେତ୍ର ରେ ଆମେ କୌଣସି ସ୍ଥାନ ରୁ ସୁନା ଗହଣା ପଡି ଥିବାର ପାଇଥାଉ । ତେବେ ଆଜି ଆମେ ଆପଣ ମାନଙ୍କୁ ସୁନା ଗହଣା ହଜିବାର ଓ ପାଇବାର ଅର୍ଥ କଣ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ହିନ୍ଦୁ ଶାସ୍ତ୍ର ଅନୁସାରେ ସୁନା ଗହଣା ହଜିବା ଓ ପାଇବା ର ଅର୍ଥ ହେଉଛି ଅଶୁଭ । ଶାସ୍ତ୍ର ଅନୁସାରେ ସୁନାର ସମ୍ଭଧ ଗୁରୁ ଗ୍ରହ ସହ ରହିଛି । ତେଣୁ ସୁନା ଜିନିଷ ହଜିଲେ ବା ସୁନା ଜିନିଷ ପାଇଲେ ଗୁରୁ ଗ୍ରହର ଅଶୁଭ ପ୍ରଭାବ ବ୍ୟକ୍ତି ଜୀବନରେ ପଡିଥାଏ । ସ୍ଵପ୍ନ ଶାସ୍ତ୍ର ରେ ମଧ୍ୟ ସୁନା ସହ ଜଡିତ କେତେକେ ଶୁଭ ଓ ଶୁଭ କଥା କୁହା ଯାଇଛି ।

୧- ଯଦି କୌଣସି ବ୍ଯକ୍ତିର ମଥା ଗହଣା ଯେମିତି ମଥାମଣି ହଜିଥାଏ ତେବେ ନିକଟ ଭବିଷ୍ୟତରେ କୌଣସି ବଡ ସମସ୍ୟାରେ ପଡି ପାରନ୍ତି । ଯଦି ନାକର ଗହଣା ହଜିଯାଏ ତେବେ ସେହି ବ୍ୟକ୍ତି କୌଣସି ବଦନାମିର ଶିକାର ହେବାକୁ ପଡିଥାଏ ।

୨- ଯଦି ବେକର ହାର ହଜିଯାଏ ତେବେ ବ୍ୟକ୍ତିର ଆଗାମୀ ଭବିଷ୍ୟତରେ ଧନ ହାନି ହେବାର ସୂଚନା ମିଳିଥାଏ । ଯଦି କେବେ ସୁନାର ଶଙ୍ଖା ବା ଚୁଡି ହଜିଯାଏ ତେବେ ଏହା ଆପଣଙ୍କୁ ମାନସିକ ଅସାନ୍ତି ରେ ପକାଇବାର ସୂଚନା ରହିଥାଏ । ଏହା ସହ ଆପଣଙ୍କ ସମ୍ମାନରେ ଆଞ୍ଚ ଆସିପାରେ ।

୩- ଯଦି କୌଣସି ବ୍ୟକ୍ତିଙ୍କର ହାତର ମୁଦି ହଜିଯାଏ ତେବେ ନିକଟ ଭବିଷ୍ୟତ ରେ ଆସୁଥିବା ସମସ୍ୟାର ସଂକେତ ଦେଇଥାଏ । ସେହିପରି କୌଣସି ମହିଳାଙ୍କର ଡାହାଣ ପାଦର ପାଉଁଜି ହଜିଯାଏ ତେବେ ସମାଜରେ ତାଙ୍କର ସମାନ କମ ହୋଇଥାଏ ।

୪- ଯଦି ମହିଳାଙ୍କର ବାମ ପାଦର ପାଉଁଜି ହଜିଯାଏ ତେବେ ଶାରୀରିକ ସମସ୍ଯା ହେବାର ସୂଚନା ରହିଥାଏ । ଯଦି ପାଦରେ ପିନ୍ଧୁଥିବା ମୁଦି ହଜିଯାଏ ତେବେ ସ୍ଵାମୀଙ୍କର ନିକଟ ଭବିଷ୍ୟତରେ କୌଣସି ସ୍ୱାସ୍ଥ୍ୟ ଜନିତ ସମସ୍ଯା ଆସିପାରେ । ତେବେ ଏହି ସବୁ ଜିନିଷ ହଜିବା ଓ ପାଇବା ଦୁଇଟି ଯାକ କ୍ଷେତ୍ର ରେ ଅଶୁଭ ବୋଲି ମାନାଯାଏ । ତେଣୁ ଏହି ସବୁ କଥା ପ୍ରତି ଧ୍ଯନା ଦେବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *