ସୁନା ରୂପା ହେଲା ଶସ୍ତା- କେତେ କମିଛି ଜାଣନ୍ତୁ

ଦଶହରା ସରିବା ପରେ ଏବେ ଦୀପାବଳି ଉତ୍ସବ ପାଇଁ ଦେଶ ପ୍ରସ୍ତୁତ ହେଉଛି । କିଛି ଜାଗାରେ କୁମାର ପୁର୍ଣିମା ସହିତ ଗଜଲକ୍ଷ୍ମୀ ପୂଜାର ପ୍ରସ୍ତୁତ କରାଯାଇଛି । ଦେଶରେ ଏବେ ସୁନା ଓ ରୂପାର ଦର କମିଛି । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ସୁନାଦର ପ୍ରତି ଦଶଗ୍ରାମ ୪୨ ହଜାର ଟଙ୍କା ହୋଇଥିଲା । ଦିଲ୍ଲୀରେ ଏବେ ଅଳଙ୍କାର ଓ ସୁନାରୂପା ବିକ୍ରି ହେଉଥିବା ସରଫା ବଜାରରରେ ସୁଦ୍ଧ ୨୪ କ୍ୟାରେଟ୍‌ ସୁନା ୪୩୦ ୦ଟଙ୍କା ଶସ୍ତା ହୋଇ ୧୦ ଗ୍ରାମ ପ୍ରତି ୩୯,୧୪୦ ଟଙ୍କରେ ହୋଇଛି ।

ସେମିତି ରୂପା କିଲୋ ପ୍ରତି ୩୬୦ ତାଙ୍କ କମି ୪୬,୬୪୦ ହୋଇଛି ।

ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାଦର କମିଛି । ଚୀନ୍‌ ଓ ଆମେରିକାର ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ଚାଲିଥିବା ସମୟରେ ସୁନାଦର ହ୍ରାସ ପାଇଛି ।

ପ୍ରତି ଆଉନସ୍‌ ସୁନା ୧,୪୮୨.୧୦ ଡଲାରରୁ ୨୨ ଡଲାର ହ୍ରାସ ପାଇ ୧୪୮୮.୬୫ ଡଲାରରେ ପହଞ୍ଚିଛି ।

ରୂପା ଦର ୧୭.୫୩ ଡଲାର ପ୍ରତି ଆଉନସ୍‌ କମିଛି । ଗଲା ଚାରିଦିନ ଧରି ସୁନାଦର ବଢିଲା ପରେ ଏବେ କମିଛି । ଯଦି ଆପଣ ବି ଏହି ସମୟରେ କିଛି ଗହଣା କିଣିବାକୁ ଚାହୁଁଛନ୍ତି ତେବେ ନିଶ୍ଚୟ ଆପଣଙ୍କ ନିକଟରେ ଥିବା ସୁନା ଗହଣା ଦୋକାନ ଯାଇ

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *