୨୧ ଜୁନ ୨୦୨୦- ଭୟଙ୍କର ସୂର୍ଯ୍ୟ ପରାଗ, ଜାଣନ୍ତୁ ସମ୍ପୂର୍ଣ ବିବରଣୀ

ଚଳିତ ଇଙ୍ଗ୍ରାଜି ମାସ ଜୁନ ୨୧ ତାରିଖ ବିଜୟଅମାବାସ୍ୟା ଦିନ ଏହି ବର୍ଷ ପ୍ରଥମ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି । ଏହି ସୂର୍ଯ୍ୟ ପରାଗ ବହୁତ ଖ୍ଯାତିକାରକ ଏବଂ ଗମ୍ଭୀର ହବାକୁ ଯାଉଛି, ଏହି ପରାଗ ରାଶି ମାନଙ୍କ ଉପରେ ବହୁତ ପ୍ରଭାବ ପକେଇବ କାହିଁକିନା ଏହା ଏକ ବାୟୁତତ୍ଵ ରାଶିରେ ସଂଗଠିତ ହବ ସେଥିପାଇଁ ଏହାର ପ୍ରଭାବ ରାଶି ମାନଙ୍କ ଉପରେ ଅଧିକ ରହିବ । ଗ୍ରହଣ ପୂର୍ବରୁ ସବୁ ପ୍ରକାର ପୂଜା ପାଠ ଏବଂ ଦେବ ଇତ୍ୟାଦି କାମ ବନ୍ଦ ରହିଥାଏ, ମନ୍ଦିର କବାଟ ମଧ୍ୟ ବନ୍ଦ ହୋଇଥାଏ, ତେବେ ପ୍ରାଚୀନ କଥା ଅନୁଯାଇ ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରିବା ଉଚିତ ନୁହ ।

Image Courtesy: Google

ରବିବାର ୨୧ ଜୁନରେ ଦିନ ୯:୧୫ରେ ସୂର୍ଯ୍ୟ ପରାଗ ଆରମ୍ଭ ହୋଇଯିବ କିନ୍ତୁ ଏହା ସମ୍ପୂର୍ଣ ଭାବରେ ୧୦:୧୭ରେ ଆରମ୍ଭ ହବ ଓ ୧୨:୧୦ ମିନିଟ ପର୍ଯ୍ୟନ୍ତ ଅଧିକ ମାତ୍ରାରେ ରହିବ ଓ ଏହାର ପ୍ରଭାବବାହୂତ ଅଧିକ ରହିବ । ଏହି ସମୟରେ ସୂର୍ଯ୍ୟ ପରାଗ ସମ୍ପୂର୍ଣ ହୋଇ ଭୟଙ୍କର ସ୍ଥିତି ର ରୂପ ନେଇ ପାରେ, ଏହି ସୂର୍ଯ୍ୟ ପରାଗ ପ୍ରଭାବ ୨:୦୨ରୁ ଆରମ୍ଭ ହୋଇ ୩:୦୪ରେ ସମାପ୍ତ ହବ । ସାଉଦି ଅରବ, ଅଷ୍ଟ୍ରେଲିଆ ଓ ଏସିଆ ରେ ଏହି ପରାଗ ଦେଖିବାକୁ ମିଳିବ, ଗର୍ଭବତୀ ମହିଳାଙ୍କ ପାଇଁ ଏହି ସମୟ ବହୁତ ସାବଧାନ ହୋଇ ରହିବା ଉଚିତ କୌଣସି ପ୍ରକାର ଭୁଲ କାର୍ଯ୍ୟ କରନ୍ତୁ ନାହିଁ, ବାହାରୁକୁ ଏହି ସମୟରେ ବାହାରିବା ଉଚିତ ନୁହ, ଏହାର ପ୍ରଭାବ ଆପଣଙ୍କ ଉପରେ ଅତ୍ୟଧିକ ପଡିଥାଏ ।

Image Courtesy: Google

ଛୁଆ ଓ ବୁଢା ଲୋକଙ୍କ ପାଇଁ ସମୟ ଭଲ ନାହିଁ ବଞ୍ଚିକି ରହିବା ଉଚିତ, ଭାରତ ଆର୍ଥିକ ସ୍ଥିତି ଉପରେ ମଧ୍ୟ ଖରାପ ପ୍ରଭାବ ପଡି ପାରେ ଏହାଛଡା ପ୍ରାକୃତିକ ବିପଦ ପଡିବାର ସମ୍ଭାବନା ଅଟେ । ଏହା ଏକ ରାଶି ତତ୍ଵରେ ସଂଗଠିତ ହବ ସେଥିପାଇଁ ରାଶି ମାନଙ୍କ ଉପରେ ଅଧିକ ପ୍ରଭାବ ପକେଇବ । ମେଷ, ସିଂହ, କନ୍ୟା ଏବଂ ମକର ରାଶି ଲୋକଙ୍କ ଉପରେ ଏହାର ଶୁଭ ପ୍ରଭାବ ପଡିବ ବୋଲି କୁହାଯାଉଛି ଏହାଛଡା ଅନ୍ୟ ରାଶିଙ୍କ ଉପରେ ଅଶୁଭ ପ୍ରଭାବ ପଡିବ ସେଥିପାଇଁ ସମସ୍ତଙ୍କୁ ସାବଧାନ ହୋଇ ରହିବା ଉଚିତ, ଏହି ରାଶି ଯାହାର ଶୁଭ ସମୟ ଆସିଛି ସେ ମଧ୍ୟ ଭାବି ଚିନ୍ତି କାମ କରନ୍ତୁ ଏବଂ ପ୍ରଭାବ ସମୟରେ ବାହାରକୁ ଯାନ୍ତୁ ନାହିଁ ।

Image Courtesy: Google

ପରାଗ ସମୟରେ ଗର୍ଭବତୀ ମହିଳାଙ୍କୁ ସୂର୍ଯ୍ୟ ପରାଗ ଦେଖିବା ମନା ହୋଇଥାଏ କାହିଁକିନା ଏହାର ସିଧା ପ୍ରଭାବ ପେଟରେ ଥିବା ସନ୍ତାନ ଉପରେ ପଡିଥାଏ ଏହା ଛଡା କୌଣସି ପ୍ରକାର ଧାରୁଆ ଜିନିଷରେ କଟା କଟି କରନ୍ତୁ ନାହିଁ ଏହା ଆପଣଙ୍କ ଛୁଆ ପାଇଁ ହାନିକାରକ ଅଟେ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *