ସୂର୍ଯ୍ୟପରାଗ ଲାଗିବାର ସଠିକ ସମୟ, ସୁତକ କାଳ ର ସମୟ, କେଉଁ ରାଶି ପାଇଁ ଶୁଭ ଓ କେଉଁ ରାଶି ପାଇଁ ଅଶୁଭ ।

ବନ୍ଧୁଗଣ ଆଶ୍ଵିନ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥିରେ ପଡୁଥିବା ସୂର୍ଯ୍ୟପରାଗ ଏକ ବୃତ୍ତାକାର ସୂର୍ଯ୍ୟପରାଗ ହେବାକୁ ଯାଉଛି । ଏହି ପରାଗ କଙ୍କଣ ଆକୃତିର ଦୃଶ୍ୟମାନ ହେବ । ଭାରତରେ ପରାଗ ଲାଗିବା ପୂର୍ବରୁ ପାକ ନିଷେଧ କରାଯାଏ । ଯାହାକୁ ଆମେ ସୁତକ କାଳ କହିଥାଉ । ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ସମୟରେ କୌଣସି ଶୁଭ କାର୍ଯ୍ୟ, ପୂଜା ପାଠ କରାଯାଏ ନାହିଁ । ଏହି ସମୟରେ ମନ୍ଦିର କବାଟ ବନ୍ଦ ରଖାଯାଏ ।

ଆଜି ଆମେ ଜାଣିବା ସୂର୍ଯ୍ୟପରାଗ ସମୟରେ କଣ କରିବା ଉଚିତ ଓ ଅନୁଚିତ ଅଟେ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ପରାଗ ସମୟରେ ପୂଜା ପାଠ କରିବା ଅନୁଚିତ । ଏହାର ଖରାପ ପ୍ରଭାବ ଆମ ଜୀବନରେ ପଡିଥାଏ । ସୂର୍ଯ୍ୟପରାଗ ଲାଗିବାର ସମୟ ହେଉଛି 14 ଅକ୍ଟୋବର ଶନିବାର ରାତି 8:33 ମିନିଟ ରୁ ଆରମ୍ଭ ହେବ ଓ ରାତି 2:25 ମିନିଟ ରେ ଶେଷ ହେବ ।

ଏହି ପରାଗ ଆକାଶରେ ପ୍ରାୟ 5 ଘଣ୍ଟା 52 ମିନିଟ ପର୍ଯ୍ୟନ୍ତ ଲାଗି ରହିବ । ପ୍ରାଗର ମଧ୍ୟ କାଳ ରାତି 11:29 ମିନିଟ । ଏହି ସମୟରେ ନୂଆ ବ୍ୟାପାର ଆରମ୍ଭ କରିବା ବା ବିବାହ କରୁଥିଲେ ଅଶୁଭ ହୋଇଥାଏ । ଏହି ସମୟରେ ବାଯୁମଣ୍ଡଳ ରେ ଅନେକ ହାନିକାରକ କିରଣ ଲାଗି ରହିଥାଏ । ସେଥିପାଇଁ ଶୁଭ କାର୍ଯ୍ୟ କୁ ନ କରିବା ବାରଣ କରାଯାଏ ।

ଏହି ସମୟରେ ଅର୍ଣ୍ଣ ବା ଜଳ ଗ୍ରହଣ କରିବା ନିଷେଧ କରା ଯାଇଛି । ଏହି ସମୟରେ ଯାହା ଖାଇବାର ଥିବ ସେଥିରେ ତୁଳସୀ ପତ୍ର ପକାଇ ରଖିବା ଉଚିତ । ଏହି ସମୟରେ ତୁଳସୀ ଗଛ ଛୁଇଁବା ବା ଛିଡାଇବା ଉଚିତ ନୁହେଁ । ଏହି ସମୟରେ ସ୍ନାନ କରିବା ଉଚିତ ନୁହେଁ । ଏହାର ପ୍ରଭାବ ମାନସିକ ଓ ଶାରୀରିକ ସ୍ତରରେ ପଡିଥାଏ । ପରାଗ କାଳ ସମାପ୍ତ ହେବା ପରେ ସ୍ନାନ କରି ଗଙ୍ଗାଜଳ ଗୃହରେ ସିଂଚନ କରିବା ଉଚିତ ।

ଏହି ସମୟରେ କୌଣସି ପ୍ରକାରର ପୂଜା କୁ ବର୍ଜନ କରାଯାଇଛି । ଏହାକୁ ନିଷେଧ କରାଯାଇଛି । ସୂର୍ଯ୍ୟ ଙ୍କୁ ଖାଲି ଆଖିରେ ଦେଖିବା ଉଚିତ । ଏହା ଆଖି ଉପରେ ଖରାପ ପ୍ରଭାବ ପକାଇଥାଏ । ପରାଗ ସମୟରେ ଗର୍ଭବତୀ ମହିଳାଙ୍କୁ ବାହାରକୁ ଯିବା ନିଷେଧ କରାଯାଇଛି । ଏହି ସମୟରେ ନେଗେଟିଭ ଊର୍ଜା ର ପ୍ରଭାବ ଅଧିକ ରହିଥାଏ ।

ପରାଗ ସମୟରେ ଶାରୀରିକ ସମ୍ପର୍କ ରଖିବା ବାରଣ କାରାଯାଇଛି । ଗର୍ଭବତୀ ମହିଳା ଗ୍ରହଣ ବା ପରାଗ ଦେଖିବା ଅନୁଚିତ । ଏହା ଦ୍ଵାରା ଶିଶୁଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ । ମହିଳା ମାନେ କଟା କାଟି କରିବା ଅନୁଚିତ । ଏହି ସମୟରେ ସୟନ କରିବା ଦ୍ଵାରା ଶିଶୁ ଗ୍ରହଣ ଖଣ୍ଡିଆ ହୋଇଥାଏ । ପରାଗ ଛାଡିବା ପରେ ଗର୍ଭବତୀ ମହିଳା ନିହାତି ସ୍ନାନ କରିବା ଉଚିତ ।

ପରାଗର ଶୁଭ ପ୍ରଭାବ ଯେଉଁ ରାଶିଙ୍କ ଉପରେ ପଡିବ ସେଗୁଡିକ ହେଉଛି ମେଷ, ବୃଷ, କର୍କଟ, ତୁଳା, ବିଛା, ଧନୁ, କୁମ୍ଭ ଓ ମୀନ ରାଶି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *