ଚନ୍ଦ୍ରଗ୍ରହଣ 2023 କେବେ ପଡୁଅଛି, କେଉଁ ସମୟରେ ଲାଗିବ, ହାଣ୍ଡି ଛାଡ ର ସଠିକ ସମୟ ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ ।

ବନ୍ଧୁଗଣ ଆସନ୍ତୁ ଜାଣିବା ଗ୍ରହଣ ଲାଗିବାର ସମୟ କଣ ରହିଛି, କେଉଁ ସମୟରେ ଗ୍ରହଣ ଲାଗିବ, କେଉଁ ସମୟରେ ସର୍ବ ମୁଖ୍ୟ ହେବ, କେଉଁ ସମୟରେ ଚନ୍ଦ୍ର ପୂଜା ହେବ ଓ ଆଉ କେଉଁ ସମୟରେ ଚଉଁରା ପୂଜା ବା ଚାନ୍ଦ ପୂଜା କରିବା । କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଓ କେଉଁ ରାଶିଙ୍କ ପାଇଁ ଅଶୁଭ ରହିବ । ଆସନ୍ତା 28 ତାରିଖ ଦିନ ଅଶ୍ଵିନ ମାସ ପୂର୍ଣ୍ଣିମା ତିଥି ଶନିବାର ଦିନ ଯାହାକୁ ଆମେ କୁମାର ପୂର୍ଣ୍ଣିମା ଦିନ କହିଥାଉ ।

ଏହି ଦିନ ରାହୁ ଗ୍ରସ୍ତ ଆଂଶିକ ଚନ୍ଦ୍ରଗ୍ରହଣ ରହୁଛି । ଆସନ୍ତା 28 ତାରିଖ ଶନିବାର ଦିନ ପୂର୍ଣ୍ଣିମା ତିଥି ଭୋଗ ହେଉଛି ରାତି 1:45 ମିନିଟ ପର୍ଯ୍ୟନ୍ତ । ତା ପରେ ପ୍ରତିପଦ ତିଥି ଆରମ୍ଭ ହେଉଛି । ତେଣୁ ସେହି ଦିନ ଗ୍ରହଣ ସମୟକୁ ବିଚାର କରିଲେ ଗ୍ରହଣର ସ୍ପର୍ଶ ସମୟ ହେଉଛି ରାତି 1:05 ମିନିଟ । ଗ୍ରହଣର ମଧ୍ୟ ସମୟ ରହିଛି 1:44 ମିନିଟ ଓ ଗ୍ରହଣର ସର୍ବ ମୁଖ୍ୟ ସମୟ ରହିଛି ରାତି 2:22 ମିନିଟ ।

ଆମର ଧର୍ମ ଶାସ୍ତ୍ର ଅନୁଯାୟୀ ଚନ୍ଦ୍ରଗ୍ରହଣ ଅନୁସାରେ 3 ପ୍ରହର ପୂର୍ବରୁ ପାକତ୍ୟାଗ କରିବା ବିଧି ଅଟେ । ତିନି ପ୍ରହର କହିଲେ 1 ପ୍ରହର 3 ଘଣ୍ଟା । ଯଦି ଗ୍ରହଣର ସ୍ପର୍ଶ ସମୟ 1:05 ମିନିଟ ହୁଏ ତାହେଲେ ଗ୍ରହଣର 9 ଘଣ୍ଟା ପୂର୍ବର୍ତା 4:05 ମିନିଟ କହିବାକୁ ଗଲେ 4:05 ମିନିଟ ପୂର୍ବରୁ ସଂପୂର୍ଣ୍ଣ କାର୍ଯ୍ୟ ଶେଷ କରିବା । ଏହା ପରେ ହାଣ୍ଡି ଛାଡ ଓ ଦେବ ନୀତି ବନ୍ଦ ରଖିବା ।

ଆମର ଚାନ୍ଦ ପୂଜା ହେଉଛି ସନ୍ଧ୍ୟା ସମୟରେ ଯାହା ବୃନ୍ଦାବତୀ ଙ୍କ ପାଖରେ ହୁଏ । ଚାନ୍ଦ ଆକାଶରେ ସବୁ ସମୟରେ ରହିଥାଏ । ଯେବେ ସକଳ ସମୟରେ ସୂର୍ଯ୍ୟଙ୍କର ପ୍ରଖର କିରଣରେ ଚନ୍ଦ୍ରମା ଆମର ଦ୍ରୁଷ୍ଟି ଗୋଚର ହୁଅନ୍ତି ନାହିଁ । କିନ୍ତୁ ଚନ୍ଦ୍ରମା ସବୁ ସମୟ ପାଇଁ ଆକାଶରେ ଉଦୟ ହୋଇ ରହିଥାନ୍ତି । ଗ୍ରହଣ ସମୟରେ ଗର୍ଭବତୀ ମହିଳା ନିଜ ରୁମରୁ ବାହାରିବେନି ।

ଏହି ସମୟରେ ନଡିଆ ଓ ତୁଳସୀ ଧରି ପ୍ରଭୁଙ୍କ ନାମ ଜପିବା ଉଚିତ । ଯାହା ଦ୍ଵାରା ଗ୍ରହର କୁପ୍ରଭାବ ଗର୍ଭସ୍ଥ ପିଲା ଉପରେ ପଡିବନି । ଗ୍ରହଣ ଶେଷ ପରେ ନଡିଆ କୁ ପାଣିରେ ଭସାଇ ଦେବା ଉଚିତ । ଶାସ୍ତ୍ର ଅନୁଯାୟୀ ଜନ୍ମ ରାଶି ଠାରୁ ତୃତୀୟ, ଷଷ୍ଠ, ଦଶମ, ଏକାଦଶ ରାଶିରେ ଚନ୍ଦ୍ରଗ୍ରହଣ ହେଲେ ଶୁଭପ୍ରଦ ହୋଇଥାଏ । 28 ତାରିଖ ଦିନ ଯେଉଁ ଚନ୍ଦ୍ରଗ୍ରହଣ ହେବ ସେଦିନ ମେଷ ରାଶିରେ ଚନ୍ଦ୍ରମା ଥିବେ ।

ମିଥୁନ, କର୍କଟ, ବିଛା, କୁମ୍ଭ ରାଶି ପାଇଁ ଗ୍ରହଣ ଦର୍ଶନ ଶୁଭ ରହିବ । ତୁଳା ଓ ମୀନ ରାଶି ପାଇଁ ଗ୍ରହଣ ଦର୍ଶନ ମାଧ୍ୟମ ଫଳ ଦେବ । ଅନ୍ୟ ରାଶିଙ୍କ ପାଇଁ ଗ୍ରହଣ ଦର୍ଶନ ଅଶୁଭ ଅଟେ । ଗ୍ରହଣ ସପ୍ତାହରେ ବିବାହ କରିବା ଉଚିତ ନୁହେଁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *