୩ମାସ ପୂର୍ବରୁ ହୋଇଥିଲା ବିବାହ, ସ୍ଵାମୀ କରୁଥିଲେ ଏମିତି ଡିମାଣ୍ଡ କି ସ୍ତ୍ରୀଙ୍କ ସହ ଘଟିଥିଲା କିଛି ଏମିତି : ଜାଣିଲେ ହୋସ ଉଡିଯିବ ଆପଣଙ୍କର

ଗୋରେୟାକୋଠି ଥାନା ଅନ୍ତର୍ଗତ ଲବ୍ଦି ଗାଁ ରେ କିଛି ଦିନ ତଳେ ଏକ ବିବାହିତ ମହିଳାଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିଲା ଏବଂ ପରିବାର ମଧ୍ୟରେ କଥାକୁ ଲୁଚାଇବା ପାଇଁ ଶବକୁ ଜଳାଇ ଦିଆଯାଇଥିଲା । ମୃତକଙ୍କ ପରିଚୟ ଗୋପାଳଗଞ୍ଜ ଜିଲ୍ଲାର ମାଂଝା ଥାନା ଅନ୍ତର୍ଗତ ଧର୍ମପରସା ନିବାସୀ ଉମାଶଙ୍କର ଯାଦବଙ୍କ ଝିଅ ରବିତା କୁମାରୀ ବୋଲି ଜଣାଯାଇଛି । ମୃତକଙ୍କ ମା ଭାଗବତୀ ଦେବୀ ଗୋରେୟାକୋଠି ଥାନାରେ ପ୍ରାଥମିକି ଦର୍ଜ କରିବା ସହ ମୃତକଙ୍କ ସ୍ବାମୀ ସନ୍ଦୀପ କୁମାର ଯାଦବ, ଶଶୁର ଲାଲକିଶୁନ ଯାଦବ,

ଶାଶୁ ରମାବତୀ ଦେବୀ, ଦେଢ଼ଶୁର ଜଗଦୀଶ ଯାଦବ, ଦିଅର ପ୍ରଦୀପ ଯାଦବ, ଲାଲ ବାହାଦୁର ଯାଦବ ଓ ଭୋଜ ଯାଦବ ଇତ୍ୟାଦି 8 ଲୋକଙ୍କୁ ଆରୋପିତ କରିଛନ୍ତି ।

ଘଟଣା ସମ୍ବନ୍ଧରେ ଜଣାଯାଇଛି ଯେ,ରବିତା କୁମାରୀଙ୍କ ବିବାହ ଗୋରେୟାକୋଠି ଥାନା ଅନ୍ତର୍ଗତ ଲବ୍ଦି ଗାଁ ର ଲାଲକିଶୁନ ଯାଦବଙ୍କ ପୁଅ ସନ୍ଦୀପ କୁମାର ଯାଦବଙ୍କ ସହିତ 7 ଜାନୁୟାରୀ ରେ ହୋଇଥିଲା । ବିବାହ ପରେ ଯୌତୁକ ରେ ବାଇକ୍ ପାଇଁ ତାଙ୍କୁ ମାରପିଟ କରୁଥିଲେ । ଇଛା ପୂରଣ ପରେ ତାଙ୍କୁ ମାରିଦେବା କୁ ଧମକ ଦେଇଥିଲେ । ଏ ସୂଚନା ସେ ତାଙ୍କ ମାଙ୍କୁ ଫୋନ କରି ଦେଇଥିଲେ । ଇଛା ପୂରଣ ନହେବା ପରେ ତାଙ୍କୁ ଶଶୁର ଘର ଲୋକେ ତଣ୍ଟି ଚିପି ହତ୍ୟା କରି ଶବ ର ଦାହ ସଂସ୍କାର କରିଦେଇଥିଲେ ।

ଏହି ଘଟଣାର ସୂଚନା ତାଙ୍କ ବାପଘର ଲୋକେ ଦେଇଥିଲେ । ଯେତେବେଳ ଏସବୁ ବିଷୟରେ ଜାଣିଲେ ସେ ମୃତକଙ୍କ ମା ଭାଗବତୀ ଦେବୀ ନିଜ ପରିଚିତ ଲୋକଙ୍କ ସହ ଗୋରେୟାକୋଠି ଥାନା ରେ ପହଞ୍ଚି ରବିତାଙ୍କ ସ୍ବାମୀଙ୍କ ସମେତ ତାଙ୍କ ପରିବାର ର ଆଠ ଜଣଙ୍କ ନାମରେ ଯୌତୁକ ପାଇଁ ତାଙ୍କ ଝିଅକୁ ହତ୍ୟା କରିଥିବାର ଅଭିଯୋଗ କରି ନ୍ୟାୟ ମାଗିଥିଲେ ।

ଗୋରେୟାକୋଠି ର ଥାନା ଅଧକ୍ଷ ରବିକାନ୍ତ କୁମାର ଦୁବେ କହିଛନ୍ତି କି ମାମଲାର ତଦନ୍ତ କରାଯାଉଛି । ଥାନା ପରିସରରେ ତାଙ୍କ ବାପା ମା ଆଉ ଭାଇଙ୍କର କାନ୍ଦି କାନ୍ଦି ବହୁତ ଖରାପ ଅବସ୍ଥା ହେଇଗଲାଣି । ତେବେ ଏବେ ପର୍ଯ୍ୟନ୍ତ ଏହି କେସର ସମାଧାନ ହୋଇ ନାହିଁ । ସତରେ କଣ ମଣିଷର ଜୀବନ ଏତେ ଶସ୍ତା ଯେ ସାମାନ୍ୟ କିଛି ଟଙ୍କା ପାଇଁ ଲୋକେ ଜୀବନ ନବାକୁ ମଧ୍ୟ ପଚଉ ନାହାନ୍ତି । ଏ ବିଷୟରେ ଆପଣଙ୍କ ମତ ନିଶ୍ଚୟ ଦେବେ ।

Leave a Reply

Your email address will not be published. Required fields are marked *