ସ୍ବାମୀ ସ୍ତ୍ରୀଙ୍କ ଶୋଇବା ଘରେ କେବେବି ରଖନ୍ତୁ ନାହିଁ ଏହି ଜିନିଷ- ନଚେତ…

ବିବାହ ଏକ ପବିତ୍ର ବନ୍ଧନ, ଯାହା ଜନ୍ମ ଜନ୍ମ ପାଇଁ ଯୋଡି ହୋଇ ଯାଏ । ଗୋଟେ ପୁଅ ହେଉ କି ଝିଅ ନିଜର ବିବାହକୁ ନେଇ ସେମାନେ ବହୁତ ଆଗ୍ରହୀ ଥାନ୍ତି । ତେବେ ଆପଣମାନେ ଦେଖିଥିବେ ଆଜିକାଲି ସ୍ଵାମୀ ସ୍ତ୍ରୀର ସମ୍ପର୍କ ଭିତରେ ବହୁତ କିଛି ସମସ୍ୟା ଦେଖିବାକୁ ମିଳୁଛି । କିନ୍ତୁ ବେଳେ ବେଳେ ଏହି ସମସ୍ୟାର କାରଣ କଣ ସେମାନେ ଜାଣି ପାରନ୍ତି ନାହିଁ । କିନ୍ତୁ କଣ ଆପଣ ଜାଣିଛନ୍ତି ଏହା ପଛରେ ଥିବା କାରଣ ଆପଣଙ୍କ ଘର ବା ଶୟନ କକ୍ଷ ମଧ୍ୟ ହୋଇଥାଇ ପାରେ । ଆଜ୍ଞା ହଁ ଆଜି କାଲି ଅନେକ ଲୋକ ଷ୍ଟାଇଲରେ ଘର ବନୀଇବା ପାଇଁ ବାସ୍ତୁ ଉପରେ ଏତେ ଧ୍ୟାନ ଦେଉ ନାହାନ୍ତି, ଯାହା ଫଳରେ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ତେବେ ଆଜି ଆମେ ଆପଣଙ୍କୁ କହିବୁ ଯଦି ସ୍ଵାମୀ ସ୍ତ୍ରୀ ମଧ୍ୟରେ ସର୍ବଦା କଳହ ବା ଅଶୋନ୍ତୋଷ ଦେଖାଦେଉ ଥାଏ ତେବେ ଆପଣ ନିଜର ଶୋଇବା ଘରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ । ଯଦି ଥାଏ ବି ତୁରନ୍ତ ବାହାର କରି ଦିଅନ୍ତୁ । ତେବେ ହିଁ ଆପଣଙ୍କ ଘରେ ଥିବା ବସ୍ତୁ ସମସ୍ୟା ଦୂର ହୋଇ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଫେରି ଆସିବ ।

ପ୍ରଥମେ ତ ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ଘରେ ଦର୍ପଣ ଲଗାଇବା ଅନୁଚିତ୍‌ । ଏହା ଦ୍ଵାରା ନକରାତ୍ମକ ପ୍ରଭାବ ପଡିଥାଏ । ଯଦି ଥାଏ ଏହାକୁ ହଟାନ୍ତୁ ନ ଚେତ ସେଥିରେ ଗୋଟେ କପଡା ପକାଇ ରକହନ୍ତୁ । ସେହିଭଳି ଯଦି ଡ୍ରେସିଙ୍ଗ ଟେବୁଲ୍‌ ରଖିବେ ତେବେ ପଲଙ୍କର ଡାହାଣ ବା ବାମ ପାର୍ଶ୍ବରେ ରଖନ୍ତୁ । ଖଟ ସାମ୍ନାରେ ଡ୍ରେସିଙ୍ଗ ଟେବୁଲ୍‌ ରଖିବା ଅନୁଚିତ ।

ଶୋଇବା ଘରେ କେବେ ଚପଲ, ଝାଡୁ, ପାଣି ଆଦି ରଖିବା ଅନୁଚିତ୍‌ । ଶୋଇବା ଘର ଦ୍ବାରର ସାମ୍ନାକୁ ଗୋଡ କରି ଶୋଇବା ଅନୁଚିତ । ଶୋଇବା ସମୟରେ ମଣିଷର ମୁଣ୍ଡ ପୂର୍ବ କିମ୍ବା ଦକ୍ଷିଣ ଦିଗକୁ ହେବା ଆବଶ୍ୟକ । ଏହି ଜିନିଷର ପାଳନ ନକରିଲେ ଘରେ ଅଶାନ୍ତି ହୋଇଥାଏ । ତେବେ ବେଡରୁମ୍‌ରେ ଏଭଳି ନିୟମ ପାଳନ କରିଲେ ଘରର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସେ । ଏହା ସହ ଘରେ ସୁଖ-ସମୃଦ୍ଧି ଆସିଥାଏ । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଜବୁତ ହୋଇଥାଏ ।

ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ବାସ୍ତୁ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *