ସ୍ଵାମୀ ସ୍ତ୍ରୀଙ୍କର ଯଦି ସମାନ ରାଶି ହୋଇଥାଏ, ତାହେଲେ କେମିତି ରହିବ ତାଙ୍କ ଦାମ୍ପତ୍ୟ ଜୀବନ- Astrology

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସ୍ଵାମୀ ସ୍ତ୍ରୀ ଙ୍କ ସମାନ ରାଶି ହେଲେ ସେମାନଙ୍କର ଦାଂପତ୍ଯ ଜୀବନ କେମିତି ରହିବ ସେହି ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଜାଣିଥିବେ ବିବାହ ପୂର୍ବ ରୁ ପୁଅ ଓ ଝିଅ ଉଭୟଙ୍କର ରାଶି ମିଳନ ହୋଇଥାଏ । ଯଦି ଦୁହିଙ୍କ ରାଶିର ସ୍ଥିତି ଠିକ ରହିଥାଏ ତେବେ ଦାଂପତ୍ଯ ଜୀବନ ଆନନ୍ଦମୟ ହୋଇଥାଏ ଯାହା ଗଣନା ରୁ ଜଣା ପଡିଥାଏ । ଯଦି କିଛି ବାଧା ରହିଥାଏ ଜାତକରେ ତେବେ ଏହାର ପ୍ରତିକାର ମଧ୍ୟ କରାଯାଏ । ତେବେ ପୁଅ ଓ ଝିଅ ଉଭୟଙ୍କର ରାଶି ର ମେଳାପ ହେବା ପରେ ଯାଇ ବିବାହ ସ୍ଥିର ହୋଇଥାଏ ।

ଯେତେବେଳେ ବିବାହ ମେଳକ ହୋଇଥାଏ ତାହା ୮ ପ୍ରକାରର ହୋଇଥାଏ । ଶାସ୍ତ୍ର ଅନୁଯାୟୀ ସେହି ମେଳକ ଗୁଡିକ ହେଉଛି ବର୍ଣ୍ଣ, ବୈଶ୍ୟ, ତାରା, ଯୋନି, ଗ୍ରହ ମୈତ୍ରୀ, ଗଣ, ରାଶି କୁଟ ଓ ନାଡି । ଏଭଳି ୮ ପ୍ରକାରରେ ପୁଅ ଝିଅଙ୍କର ଜନ୍ମ ଜାତକ ମେଳକ କରା ଯାଇଥାଏ । ଯେତେବେଳେ ଆମେ ରାଶି କୁଟ ବା ଭୋ-କୁଟକୁ ବିଚାର କରିବା ସେତେବେଳେ ସ୍ଵାମୀ ଓ ସ୍ତ୍ରୀ ର ପରସ୍ପର ରାଶିକୁ ଗଣନା କରିଲେ ଯଦି ଏକ ରାଶି ହୁଅନ୍ତି ବା ସମ ସପ୍ତକ ହୁଅନ୍ତି ବା ତୃତୀୟ ଏକାଦଶ ବା ଚତୁର୍ଥ ଦଶମ ହୁଅନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।

ଏମିତି ହେଲେ ବହୁତ ଶୁଭ ଫଳପ୍ରଦ ହୋଇଥାଏ । ଆହୁରି ମଧ୍ୟ ଶାସ୍ତ୍ର କହିଥାଏ କି ଯଦି ସ୍ଵାମୀ ସ୍ତ୍ରୀଙ୍କର ସମାନ ରାଶି ଭିନ୍ନ ନକ୍ଷତ୍ର ହୋଇଥାଏ ବା ସମାନ ନକ୍ଷତ୍ର ଥାଇ ଭିନ୍ନ ରାଶି ହୋଇଥାଏ ତେବେ ଏହା ଶୁଭ ହୋଇଥାଏ । ଏଭଳି କ୍ଷେତ୍ର ରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବା ସହ ସୁସମ୍ପର୍କ ନିବିଡ ହୋଇଥାଏ ।

କିନ୍ତୁ ଯଦି ସ୍ଵାମୀ ଓ ସ୍ତ୍ରୀ ଉଭୟଙ୍କର ସମାନ ରାଶି ସ୍ଵାମୀ ଓ ସ୍ତ୍ରୀଙ୍କର ସମାନ ନକ୍ଷତ୍ର ଥାଏ ତେବେ ଶୁଭ ନୁହେଁ । ଆହୁରି ମଧ୍ୟ ଶାସ୍ତ୍ର କୁହନ୍ତି କି ସ୍ଵାମୀ ସ୍ତ୍ରୀଙ୍କର ଏକ ରାଶି ବା ସମାନ ରାଶି ଭିନ୍ନ ନକ୍ଷତ୍ର ହେଉଥିଲେ ସ୍ଵାମୀ ଙ୍କ ନକ୍ଷତ୍ର ପ୍ରଥମେ ହେବା ଦରକାର । ଏହା ଅତ୍ୟନ୍ତ ଶୁଭ ଅଟେ ।

ମହର୍ଷି ପରାଶର କହିଛନ୍ତି ଯେ ଯଦି ସ୍ଵାମୀ ସ୍ତ୍ରୀଙ୍କର ସମ ରାଶି ବା ସମାନ ରାଶିରେ ଭିନ୍ନ ନକ୍ଷତ୍ର ଆସୁଥାଏ ସ୍ତ୍ରୀ ଙ୍କ ନକ୍ଷତ୍ର ପୂର୍ବ ରୁ ସ୍ବାମୀଙ୍କ ନକ୍ଷତ୍ର ଆସୁଥାଏ ସ୍ଵାମୀ ସ୍ତ୍ରୀ ଙ୍କ ଏକ ନକ୍ଷତ୍ର ଭିନ୍ନ ବାଦ ହୋଇଥାଏ ତା ହେଲେ ଉଭୟଙ୍କର ଦାଂପତ୍ଯ ଜୀବନର ଯେଉଁ ମଧୁରତା ରହିଥାଏ ସେମାନେ ପ୍ରାପ୍ତ କରିଥାନ୍ତି । ଏଭଳି ସ୍ତ୍ରୀ ଧନବତୀ, ପତ୍ରବତୀ, ସ୍ଵାଧି, ପବିତ୍ରତା ଲାଭ କରିଥାଏ ।

ଏଭଳି ସ୍ଵାମୀ ମାନେ ପୁତ୍ରବାନ, ସୌଭଗ୍ୟବାନ ଓ ସ୍ତ୍ରୀ ପରାୟଣ ହୋଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *