କଣ ଆପଣ ଜାଣିଛନ୍ତି ମା’ ମାନେ ପୁଅକୁ କାହିଁକି ଅଧିକ ଭଲ ପାଇଥାନ୍ତି ? Ajira Anuchinta

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଦୁନିଆରେ ସମ୍ପର୍କର ଅନେକ ହତ୍ଵ ରହିଛି । ତେବେ ସେହି ସମ୍ପର୍କ ମଣିଷ ମଣିଷ ମଧ୍ୟରେ ହେଉ ବା ପଶୁ ପଶୁ ମଧ୍ୟରେ ହେଉ ବା ମଣିଷ ପଶୁ ମଧ୍ୟରେ ହେଉ । ତେବେ ସବୁ ସମ୍ପର୍କ ମଧ୍ୟରେ ମା ଓ ପୁଅର ସମ୍ପର୍କ ଏମିତି ଏକ ସମ୍ପର୍କ ଯାହା ଦୁନିଆର ଶ୍ରେଷ୍ଠ ସମ୍ପର୍କରେ ଗଣନା କରାଯାଏ । ତେବେ ମା ପୁଅକୁ ତା ଜୀବନ ଠାରୁ ଅଧିକ ଭଲ ପାଇଥାଏ । ପୁଅର ଯଦି କିଛି ହୋଇଯାଏ ତେବେ ମା କେବେ ସହିପାରେ ନାହି । ଆଜି ଆମେ ଆପଣଙ୍କୁ ଏହା ବିସ୍ତାର ଭାବେ କହିବାକୁ ଯାଉଛୁ ।

ଆଜି ଆମେ ଆପଣଙ୍କୁ ଏକ ଉଦାହରଣ ଜରିଆରେ କହିବାକୁ ଯାଉଛୁ କି ମା ପୁଅକୁ କଣ ପାଇଁ ଅଧିକ ଭଲ ପାଇଥାଏ । ତେବେ ଗୋଟେ ମା ତା ପୁଅକୁ ପାଠ ପଢାଇବା ପାଇଁ ବିଦେଶକୁ ପଠାଇଥିଲା । ଅନେକ ବର୍ଷ ପୁଅ ଘରକ ଫେରିବା କଥା ଶୁଣି ମା ଖୁସି ହୋଇ ପଚାରିଥିଲା ପୁଅ ତୁ କେବେ ଆସିବୁ । ଉତ୍ତରରେ ପୁଅ କହିଥିଲା ମା ମୁଁ ଜାନୁଆରୀ ମାସରେ ଯିବୀ ।

ପୁଣି ମା କହିଥିଲା ପୁଅ ତୁ ଆସିଲେ ମୋତେ ପୁରୀ ନେଇଯିବୁ । ପୁଅ ହଁ ମଧ୍ୟ କହିଥିଲା । ଉତ୍ତରରେ ସେହି ସମାନ ତେବେ ଏମିତି ବାରମ୍ବାର ମା ପୁଅକୁ ପଚାରୁଥାଏ ଆଉ ପୁଅ ସମାନ ଉତ୍ତର ଦେଉଥାଏ ।ଦେଖୁ ଦେଖି ପାଖାପାଖି ୧ ବର୍ଷ ବୀଟିଗଲା କିନ୍ତୁ ପୁଅ ଘରକୁ ଆସିଲା ନାହି । ଶେଷରେ ଆମ ପଚାରିଲା ସତରେ କଣ ତୁ ଆଉ ଘରକୁ ଆସିବୁନି ଆଉ ମୋତେ ପୁରୀ ନେବୁ ନାହି ।

ଉତ୍ତରରେ ପୁଅ କହିଲା ହଁ ମା ମୁଁ ଏଥରକ ନିଶ୍ଚୟ ଯିବୀ ଯଦି ତୁମର ପୁରୀ ଯିବାର ଅଛି ତେବେ ମୁଁ ଟଙ୍କା ପଠାଇ ଦେଉଛି ତୁମେ ଯାଇ ବୁଲି ଆସିବ । କିନ୍ତୁ ଉତ୍ତରରେ ମା କହିଲା ପୁଅ ସହ ପୁରୀ ଯିବାର ଯେଉଁ ଆନନ୍ଦ ଅଛି ତାହା ଏକ ଯିବାରେ ନାହି । ଶେଷରେ ପୁଅ ଘରକୁ ଆସିଲା ଓ ନିଜ କାମରେ ବ୍ୟସ୍ତରେ ରହିଲା ।

ପୁଅ ନିଜର କାମରେ ଏତେ ବସ୍ତା ରହିଲା କି ମା ପୁରୀ ଯିବା କଥା ବାରମ୍ବାର କହୁଥିଲେ ମଧ୍ୟ ତାକୁ ଅଣଦେଖା କରୁଥିଲା । ଯେବେ ପୁଅ ବିଦେଶକୁ ଯିବାର ୨ ଦିନ ଥାଏ ମା କହିଲା ପୁଅ ତୁ ମୋତେ ଆଉ ପୁରୀ ନେବୁ ନାହି । ପୁଅଟି ରାଗିଜାଇ ସଙ୍ଗେ ସଙ୍ଗେ ମାକୁ ବସ ରେ ବସାଇ ପୁରୀ ନେଲା ।

ରାସ୍ତାରେ ଯିବା ସମୟରେ ବଉଳ ଗଛ ମୂଳେ ହଳଦୀ ବସନ୍ତ ଶବ୍ଦ କରିବାର ଶୁଣି ମା ପୁଅକୁ କିଏ ଶବ୍ଦ କରୁଛି ବୋଲି ବାରମ୍ବାର ପଚାରିବାରୁ ପୁଅ ବିରକ୍ତ ହୋଇଗଲା । କିନ୍ତୁ ମା କହିଲା ଯେବେ ତୁ ଛୋଟ ଥିଲୁ ଏହି ପ୍ରଶ୍ନ ମୋତେ ୫୦ ଥର ପଚାରିଥିଲି କିନ୍ତୁ ମୁଁ ରାଗିନ ଥିଲି । ତେବେ ପୁଅ କହିଲା ମା ତୁ ଯଦି ମୋତେ ଭଲ ସଂସ୍କାର ଦେଇଥାନ୍ତୁ ତେବେ ମୁଁ ତୋ କଥା ଠିକ ବୁଝି ପାରିଥାନ୍ତି । ତେବେ ମା ପୁଅକୁ କେତେ ଭଲ ପାଏ ତାହା ଏହି କାହାଣୀରୁ ସ୍ପଷ୍ଟ ହେଉଛି । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *