ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲେ, ଶୋଇବା ଘରୁ ତୁରନ୍ତ କାଢି ଦିଅନ୍ତୁ ଏହି ଜିନିଷ… Vaastu Shastra

ବିବାହ ଏକ ଏମିତି ବନ୍ଧନ ଯେଉଁଥିରେ ଉଭୟ ପୁରୁଷ ଓ ନାରୀର ଜୀବନରେ ପରିବର୍ତ୍ତନ ଆସିଥାଏ । ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ସମ୍ପର୍କ ଯେତିକି ମଜବୁତ ହୋଇଥାଏ ସେତିକି ଦୁର୍ବଳ ମଧ୍ୟ ହୋଇଥାଏ । କୁହାଯାଏ ପତି ପତ୍ନୀଙ୍କ ମଧ୍ୟରେ କଳହ ହେଲେ ପ୍ରେମ ସମ୍ପର୍କ ବୃଦ୍ଧି ପାଇଥାଏ । ସ୍ଵାମୀ ସ୍ତ୍ରୀ ମଧ୍ୟରେ ଯୁକ୍ତିତର୍କ ସକାରାତ୍ମକ ରହିଲେ ବୈବାହିକ ଜୀବନ ଭଲ ରହିବ । ଉଭୟ ଦମ୍ପତିଙ୍କ ମଧ୍ୟରେ ବିବାଦ ବଢିଗଲେ ସମ୍ପର୍କରେ ଦୂରତା ଆସିଯାଏ ଯେଉଁ କାରଣରୁ ଦାମ୍ପତ୍ୟ ଜୀବନରେ ତିକ୍ତତା ଭାବ ସୃଷ୍ଟି ହୋଇଥାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ଘରେ ଏମିତି କିଛି ବସ୍ତୁ ରହିଥାଏ ଯାହା ଦ୍ଵାରା ଦାମ୍ପତ୍ୟ ଜୀବନରେ ଖରାପ ପ୍ରଭାବ ପଡିଥାଏ । ତେଣୁ ସେହି ଜିନିଷ ଗୁଡିକୁ ତୁରନ୍ତ ଶୋଇବା ଘରୁ ବାହାର କରିବା ଉଚିତ । ତେବେ ଆସନ୍ତୁ ଜଣାଇବା ସେହି ଜିନିଷ ଗୁଡିକ କଣ ରହିଛି ।

୧- ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ଘରେ ଯଦି ଦେବାଦେବୀଙ୍କ ଫୋଟୋ ବା ଧାର୍ମିକ ବହି ରଖା ଯାଇଛି ତେବେ ତୁରନ୍ତ ତାକୁ ବାହାର କରିଦେବା ଉଚିତ । ଶୁକ୍ର ଗ୍ରହ ସ୍ଵାମୀଙ୍କର ସ୍ତ୍ରୀ ପାଇଁ ପ୍ରତିନିଧିତ୍ଵ କରିଥାନ୍ତି । ଯଦି ବୃହସ୍ପତି ଉପସ୍ଥିତ ଥିବେ ତେବେ ଦାମ୍ପତ୍ୟ ଜୀବନରେ ସମସ୍ଯା ଦେଖାଯିବ । ତେଣୁ ଏ ସବୁ ଜିନିଷ ପୂଜା ଘରେ ରହିବା ଉଚିତ ।

୨- ଶୋଇବା ଘରେ ଖଟ ଉପରେ କଳା ରଙ୍ଗର ଚଦର ବ୍ୟବହାର କରିବା ଉଚିତ ନୁହେ । କଳା ରଙ୍ଗ ନକାରାତ୍ମକ ଶକ୍ତିର ବାସ ହୋଇଥିବାରୁ ଏହାକୁ ବ୍ୟବହାର କରିଲେ ଦାମ୍ପତ୍ୟ ଜୀବନରେ ଏହାର ଖରାପ ପ୍ରଭାବ ପଡିଥାଏ । ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧି ପାଇଁ ଏମିତି ରଙ୍ଗ ବେରଙ୍ଗର ଚଦର ବ୍ୟବହାର କରିବା ଉଚିତ ଯାହା ଦ୍ଵାରା ମନ ପ୍ରଫୁଲିତ ହେଉଥିବ ।

୩- ଶୋଇବା ଘରେ ପାଣି ବୋହି ଯାଉଥିବା ବା ନଦୀର ଫୋଟୋ ଲଗାଇବା ଉଚିତ ନୁହେ । ଏହା ଛଡା ଉଦାସନିତା ବା ନକାରାତ୍ମକ ଫୋଟୋ ଲଗାଇବା ଅନୁଚିତ । ଏପରି ଫୋଟୋ ରହିଲେ ଦାମ୍ପତ୍ୟ ଜୀବନରେ ଖରାପ ପ୍ରଭାବ ପଡିଥାଏ ।

୪- ଶୋଇବା ଘରେ କୌଣସି ବିଦ୍ୟୁତ ସମ୍ବଧୀୟ ଜିନିଷ ରହିଥାଏ ତେବେ ତୁରନ୍ତ ତାକୁ ସଜାଡି ଦିଅନ୍ତୁ । ଆଜିକାଲି ବକ୍ସ ଖଟର ବ୍ୟବହାର ହେଉଛି । ଯଦି ଖଟରେ କୌଣସି ବୈଦୁତିକ ଜିନିଷ ରଖିଛନ୍ତି ତେବେ ତୁରନ୍ତ ଏହାକୁ ବାହାର କରି ଦିଅନ୍ତୁ । ଦାମ୍ପତ୍ୟ ଜୀବନରେ ଏଥିପାଇଁ ସମସ୍ଯା ସୃଷ୍ଟି ହୋଇଥାଏ ।

୫- ଶୋଇବା ଘରେ ଖଟ ଆଗରେ ଦର୍ପଣ ଲଗାଇବା ଉଚିତ ନୁହେ । ଏହା ଦ୍ଵାରା ସ୍ଵାମୀ ସ୍ତ୍ରୀ ମଧ୍ୟରେ ମନାନ୍ତର ସୃଷ୍ଟି ହୋଇଥାଏ । ଶାସ୍ତ୍ର ଅନୁସାରେ ଶୋଇବା ସମୟରେ ଆଇନାରେ ଶରୀରର କୌଣସି ଅଙ୍ଗ ଦେଖାଗଲେ ସେହି ଅଙ୍ଗରେ ରୋଗ ସୃଷ୍ଟି ହୋଇଥାଏ । ତେଣୁ ଶୋଇବା ଘରେ ଯଦି ଆଇନା ରାହୁଇଥାଏ ତେବେ ତାକୁ କପଡାରେ ଢାଙ୍କି ରଖିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀଟି ପସନ୍ଦ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏଲ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *