ଯଦି ପୁରୁଷଙ୍କ ମଧ୍ୟରେ ଥାଏ ଏହି 6ଟି ଲକ୍ଷଣ, ତେବେ ସେମାନେ କୌଣସି ସାଧାରଣ ପୁରୁଷ ନୁହନ୍ତି- Vidur Niti

ଦୁନିଆରେ ବହୁତ ଏମିତି ଲୋକ ହୋଇଥାନ୍ତି ଯିଏ ନିଜ କାର୍ଯ୍ୟ ଦ୍ଵାରା ଲୋକଙ୍କ ମନ କିଣି ପାରନ୍ତି ଆଉ ଅନ୍ୟ ଲୋକ ମାନେ ତାଙ୍କୁ ଭଗବାନ ବା ତାଙ୍କ ଅଂସ କହିଥାନ୍ତି । ତେବେ ମହାତ୍ମା ବିଦୁର ବହୁତ ଜ୍ଞାନୀ ଥିଲେ ସେ ସବୁ କଥା ଜାଣି ପାରୁଥିଲେ ଆଉ ସେ ମହାନ ପୁରୁଷ ମାନଙ୍କ କିଛି ଲକ୍ଷଣ ବିଷୟରେ କହିଛନ୍ତି ଯାହା ଯେଉଁ ପୁରୁଷ ମାନଙ୍କ ଭିତରେ ରହିଥାଏ ସେ ଭଗବାନ ସମାନ ପୂଜନୀୟ ହୋଇଥାନ୍ତି ଆଉ ସ୍ଵର୍ଗରୁ ଭଗବାନ ମାନେ ମଧ୍ୟ ତାଙ୍କୁ ନମନ କରିଥାନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଅନୁଯାଇ ଯେଉଁ ପୁରୁଷଙ୍କ ଭିତରେ ଏହି ଗୁଣ ରହିଥାଏ ସେ ବହୁତ ବିଶେଷ ହୋଇଥାନ୍ତି । ୧. ପ୍ରଥମ ଲକ୍ଷଣ ଯାହା ମହାତ୍ମା ବିଦୁର କହିଥିଲେ ତାହା ହେଉଛି ଯିଏ ଖରାପ ଲୋକଙ୍କ ଠାରୁ ବି ଭଲ କାମ କରାଇଥାଏ ସେହି ବ୍ୟକ୍ତି ଦିବ୍ୟ ଆତ୍ମା ହୋଇଥାନ୍ତି ।

ଆଜିକା ସମୟରେ ଖରାପ ଲୋକଙ୍କ ସହ କିଛି ଲୋକ ଖରାପ ବ୍ୟବହାର କରନ୍ତି ଆଉ କିଛି ଲୋକ ଭଲ କରନ୍ତି କିନ୍ତୁ ଯିଏ ଖରାପ ଲୋକଙ୍କ ମନ ବଦଳିବାର ସାହସ ରଖିଥାଏ ସେହି ବ୍ୟକ୍ତି ନିଜ ଜୀବନରେ ଆଗକୁ ଯାଇ ବହୁତ ବଡ ପଦ ପାଇଥାଏ ।

୨. ଆଜିକା ସମୟରେ ସମସ୍ତେ କାମ ବାସନାରେ ବୁଡି ରହିବାକୁ ଇଛା କରନ୍ତି, ତେବେ ସେହି ପୁରୁଷ ଯାହାକୁ ଅନ୍ୟ ସ୍ତ୍ରୀ ଭିତରେ ମାତା ଦେଖାଅ ଦିଅନ୍ତି ଆଉ କୌଣସି ସ୍ତ୍ରୀ ଦ୍ଵାରା ସେ ପ୍ରଭାବିତ ହୁଅନ୍ତି ନାହିଁ ଏହି ଭଳି ମଣିଷକୁ ବିଦୁର ମହାନ ଆତ୍ମା କହିଛନ୍ତି ।

୩. ଆଜିକା ସମୟରେ ସମୟ ମୂଲ୍ୟ ବହୁତ କମ ଲୋକ ବୁଝି ପାରିଛନ୍ତି ତେବେ ଯେଉଁ ବ୍ୟକ୍ତି ବ୍ରହ୍ମ ମୁହୁରତରେ ଉଠି ନିଜ ନିତ୍ୟ କର୍ମ ସମାପ୍ତ କରି ଭଗବାନ ସୁରଜ୍ୟଙ୍କ କିରଣରେ ଆସିଥାଏ ସେହି ପୁରୁଷ ମହାନ ହୋଇଥାଏ ।

୪. ଯେଉଁ ମଣିଷ ହୃଦୟ ବହୁତ ବଡ ହୋଇଥାଏ ସେ ସବୁବେଳେ ଶାନ୍ତ ହୋଇ ରୁହନ୍ତି ତାଙ୍କୁ ଯେତେ ଖରାପ କଥା କହିଲେ ମଧ୍ୟ ସେ ଶାନ୍ତି ସହ ରୁହନ୍ତି ଏହି ଭଳି ଲୋକଙ୍କ ମନ ସବୁବେଳେ ସ୍ଵଛ ରହିଥାଏ ।

୫. ମହାତ୍ମା ବିଦୁର କହିଛନ୍ତି ଯେଉଁ ମଣିଷ ଧନୀ ଲୋକଙ୍କ ଚାପ୍ଲୁସୀ କରି ନଥାଏ, ନିର୍ଧନ ମାନଙ୍କୁ ତୁଛ ଭାବି ନଥାଏ ଆଉ ନିଜ ପାଟିରୁ କେବେ କାହାକୁ କିଛି କଟୁ ବଚନ କହି ନଥାଏ ସେହି ବ୍ୟକ୍ତି ମହାନ ହୋଇଥାନ୍ତି ।

୬. ଯେଉଁ ବ୍ୟକ୍ତି ସମସ୍ତଙ୍କ ପ୍ରତି ନିଜ ମନରେ ଦୟା ଭାବନା ରଖିଥାଏ ଆଉ ନିଜ କବାଟ ପାଖରେ ଆସିଥିବା ସମସ୍ତଙ୍କୁ ସାହାଯ୍ୟ କରିଥାଏ ସେହି ବ୍ୟକ୍ତି ମହାନ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *