ଯଦି ସ୍ୱପ୍ନ ଦେଖୁଥିବେ ତେବେ ଜାଣି ନିଅନ୍ତୁ ଏହି କଥା

ସ୍ୱପ୍ନ ମଣିଷ ଦେଖିବା ସ୍ୱାଭାବିକ । ସ୍ୱପ୍ନ ସବୁବେଳେ ଭଲ ହୋଇନଥାଏ । ବେଳେ ବେଳେ ସ୍ୱପ୍ନ ଖରାପ ମଧ୍ୟ ହୋଇଥାଏ । କାରଣ ସେହି ସ୍ୱପ୍ନ ଉପରେ ଆମର କାହାର ବି ଅଧିକାର ନଥାଏ । ଜୋତିସ୍ୟ ଶାସ୍ତ୍ର ଅନୁଯାଇ ଆମେ ଯେଉଁ ସ୍ୱପ୍ନ ଦେଖିଥାଉ ତାହାର ଭଲ ବ ଖରାପ ସଂକେତ ଆମ ଭବିଷ୍ୟତ ଉପରେ ପଡିଥାଏ । ଆମେ ଯେଉଁ ସ୍ୱପ୍ନ ଦେଖୁ ତାହା ଖରାପ ହେଉ କିମ୍ବା ଭଲ ହେଉ ତାହାର ପରିଣାମ ନଜାଣି ଏହା ଆମେ ଆମ ସମ୍ପର୍କୀୟ ଏବଂ ନିଜ ଲୋକଙ୍କ ସମ୍ମୁଖରେ କହିଦେଇଥାଉ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଯଦି ଆମେ ଏହି ସ୍ୱପ୍ନ କୁ କାହାରି ଆଗରୁ କହିଥାଉ ତେବେ ଏହାର ପ୍ରଭାବ ନଷ୍ଟ ହୋଇଯାଇଥାଏ । ଚାଲନ୍ତୁ ଜାଣିବା ଏପରି କିଛି ସ୍ୱପ୍ନ ବିଷୟରେ ଯେଉଁ ସ୍ୱପ୍ନ ଗୁଡିକୁ ଭୁଲରେ ଅନ୍ୟଲୋକ ଆଗରେ କୁହନ୍ତୁ ନାହିଁ କାରଣ ଏହାର ପ୍ରଭାବ ନଷ୍ଟ ହୋଇଯିବ । ପ୍ରଥମ ସ୍ୱପ୍ନ ଟି ହେଲା ଯଦି ତମେ ସ୍ୱପ୍ନରେ ନିଜ ମୃତ୍ୟୁ ଦେଖିଥିବ ତେବେ ଏହା ଆପଣଙ୍କ ଉପରେ ଭଲ ପ୍ରଭାବର ଆଭାସ ଅଟେ । ଏହା ଜାଣିନିଆନ୍ତୁ ଯଦି ଆପଣଙ୍କ ଉପରକୁ ଆସୁଥିବା ବଡ ବିପଦ ଟଳିଯିବ ।

ମାତ୍ର କିଛି ଲୋକ ଏହି ସ୍ୱପ୍ନ ଦେଖି ଡ଼ରିଯାଇଥାନ୍ତି ଏବଂ ଏହାକୁ ଅନ୍ୟ ଲୋକଙ୍କ ପାଖରେ ପ୍ରକାଶ କରିଥାନ୍ତି ।

ଯାହା ଦ୍ୱାରା ସ୍ୱପ୍ନ ର ସକାରାତ୍ମକ ପ୍ରଭାବ ନଷ୍ଟ ହୋଇଯାଇଥାଏ । ତେଣୁ କେବେବି ଏହି ସ୍ୱପ୍ନକୁ ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହିଁ । ଦିତୀୟ ସ୍ୱପ୍ନ ଟି ହେଉଛି ନିଜକୁ ନଦୀ ପାଖରେ ବୁଲିବାର କିମ୍ବା ଜଙ୍ଗଲରେ ବୁଲିବାର ଯଦି ଦେଖିବେ ଏହା ଆପଣଙ୍କ ପାଇଁ ବହୁତ ସୁଭ ଅଟେ । ଆପଣ ନିକଟ ଭବିଷ୍ୟତରେ କିଛି ଶୁଭ ସମାଚାର ଶୁଣିପାରନ୍ତି । ମାତ୍ର ଆପଣ ଯଦି ଏହାକୁ କାହା ସମ୍ମୁଖରେ କହୁଛନ୍ତି ତେବେ ଏହାର ସକାରାତ୍ମକ ପ୍ରଭାବ ନଷ୍ଟ ହୋଇଥାଏ । ତୃତୀୟ ସ୍ବପ୍ନ ହେଉଛି ସ୍ୱପ୍ନରେ ସାପ ଡ଼Eକହିବା କିମ୍ବା ସାପକୁ ଧରିବାର ଦେଖିବା ଏହା ଆପଣଙ୍କ ପାଇଁ ଶୁଭ ସଂକେତ ଦେଖାଇ ଥାଏ ।

ଏହାର ଅର୍ଥ ଆପଣ ନିକଟ ଭବିଷ୍ୟତରେ ଧନ ପ୍ରାପ୍ତି ର ଯୋଗ ରହିଛି । ଏବଂ କିଛି ସଫଳତା ପାଇଥାନ୍ତି । ତଏଣୁ ଯଦି ବି କିଛି ଏଭଳି ସ୍ୱପ୍ନ ଦେଖିବେ ତେବେ ଏହାକୁ କୌଣସି ବ୍ୟକ୍ତି ସମ୍ମୁଖରେ କହିବାର ଭୁଲ କେବେବି କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *