ସ୍ଵପ୍ନରେ ସାପ ଦେଖିବାର ଅର୍ଥ କଣ ! ସ୍ଵପ୍ନ ରେ ସାପ କୁ କେଉଁ ପ୍ରକାରର ଦେଖିଲେ ଏହାର ଅର୍ଥ କଣ ହୋଇଥାଏ ?

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ରାତି ରେ ଶୋଇବା ସମୟରେ କିଛି ନା କିଛି ସ୍ଵପ୍ନ ଦେଖିଥାଏ । ଏହି ସ୍ଵପ୍ନ ଭଗବାନ ଙ୍କୁ ନେଇ ହେଉ ବା ଜୀବଜନ୍ତୁ ଙ୍କୁ ନେଇ ହେଉ କିମ୍ବା ପ୍ରାକୃତିକ ଦ୍ରୁଶ୍ଯ କୁ ନେଇ ହେଉ । ଯଦି ଭୋର ସମୟରେ ବା ଯାହାକୁ ବ୍ରହ୍ମ ମୁହୁର୍ତ୍ତ ଭାବେ କୁହାଯାଏ ଏହି ସମୟରେ କୌଣସି ସ୍ଵପ୍ନ ଦେଖାଯାଏ ତେବେ ଏହା ସତ ହେବାର ସମ୍ଭାବନା ଅଧିକ ରହିଥାଏ । ଏହି ସ୍ଵପ୍ନ ନିକଟ ଭବିଷ୍ୟତରେ ସତ ହୋଇପାରେ ।

ଯଦି ରାତି ସମୟରେ କୌଣସି ବି ସ୍ଵପ୍ନ ଦେଖାଯାଏ ତେବେ ତାହା ସତ ହେବାର ସ୍ଵପ୍ନ କମ ରହିଥାଏ । ଆଜି ଆମେ ଜାଣିବା ସ୍ଵପ୍ନରେ ସାପ ଦେଖିବାର ଅର୍ଥ କଣ ହୋଇଥାଏ । କୌଣସି ବ୍ୟକ୍ତି ସ୍ଵପ୍ନ ରେ ସାପ ଦେଖିଲେ ଏହାକୁ ଗୋଟେ ଦ୍ରୁଷ୍ଟି ରୁ ଅଶୁଭ ବିଚାର କରାଯାଏ । ଏପରି କିଛି ସ୍ଵପ୍ନ ଥାଏ ଯେଉଁ ସ୍ଵପ୍ନ ରେ ସାପ ଦେଖିବାକୁ ଶୁଭ ବିଚାର କରାଯାଏ ।

ସ୍ଵପ୍ନ ରେ ସାପ କୁ ନିଜ ଆଡକୁ ଆସୁଥିବାର ଦେଖନ୍ତି ତେବେ ଏହା ପ୍ରକାରର ଅଶୁଭ ସ୍ଵପ୍ନ ହୋଇଥାଏ । ଏହାର ଅର୍ଥ ସେହି ବ୍ୟକ୍ତିଙ୍କ ସ୍ଵପ୍ନ ସର୍ବଦା ଅନ୍ୟମନସ୍କ ରହୁଛି । ଓ ମନକୁ ସ୍ଥିର ରଖିବାର ଜରୁରତ ଅଛି । କୌଣସି ବ୍ୟକ୍ତିଙ୍କର ବିବାହ ହୋଇ ଯାଇଛି ଓ ବାରମ୍ବାର ସ୍ଵପ୍ନ ରେ ସାପ ଦେଖୁଛନ୍ତି ତେବେ ବିବାହ ପରେ ଦାମ୍ପତ୍ୟ ଜୀବନ ଠିକ ଭାବେ କଟୁ ନାହିଁ । କିମ୍ବା ଏହା ହୋଇପାରେ କି ଆଗକୁ କିଛି ସମସ୍ଯା ଆସିବାର ଅଛି ।

ଯଦି କୌଣସି ବ୍ୟକ୍ତି ସାପ କୁ ଖେଳୁଥିବାର ସ୍ଵପ୍ନ ରେ ଦେଖନ୍ତି ତେବେ ଏହାର ଅର୍ଥ ନିକଟ ଭବିଷ୍ୟତରେ ଆପଣଙ୍କ ଜୀବନରେ କିକି ଶୁଭ କାର୍ଯ୍ୟ ହୋଇପାରେ । ଏହାକୁ ଶୁଭ ସ୍ଵପ୍ନ ଭାବେ ବିଚାର କରାଯାଏ । ଯଦି ସାପ କାମୁଥିବାର ସ୍ଵପ୍ନ ରେ ଦେଖନ୍ତି ତେବେ ଏହା ଅଶୁଭ ହୋଇଥାଏ । ଏହାର ଅର୍ଥ ଆପଣଙ୍କର ଶତ୍ରୁ ଆପଣଙ୍କୁ ସମସ୍ୟାରେ ପକାଇବା ପାଇଁ କିଛି ରଣନୀତି ପ୍ରସ୍ତୁତ କରୁଛନ୍ତି ।

ଓ ଶତ୍ରୁ ଠାରୁ ପରାଜିତ ହେବାର ସୂଚନା ଦେଇଥାଏ । ସ୍ଵପ୍ନ ରେ ଯଦି ବହୁତ ବଡ ସାପ ଦେଖନ୍ତି ତେବେ ଏହାର ଅର୍ଥ ହୋଇଥାଏ କି ଆପଣଙ୍କ ଶତ୍ରୁ ଆପଣଙ୍କୁ ଅସୁବିଧାରେ ପକାଉଚି । ଯଦି ସାପ ବାରମ୍ବାର କାମୁଡି ଥିବାର ଦେଖନ୍ତି ଓ ଆପଣ ଦୌଡୁଥିବାର ଦେଖନ୍ତି ତେବେ ଏହାର ଅର୍ଥ ନିକଟ ବାବିଷ୍ୟତରେ ଆପଣଙ୍କୁ କୌଣସି ନା କୌଣସି ରୋଗ ହେବାର ସମ୍ଭାବନା ଅଛି ।

ଯଦି ଆପଣ ସ୍ଵପ୍ନ ରେ ଶେଷନାଗ ଙ୍କୁ ଦେଖନ୍ତି ତେବେ ଭଗବାନ ବିଶୁଣୁ ଙ୍କ ଦର୍ଶନ ପାଇବା ସହ ସମାନ ହୋଇଥାଏ । ସ୍ଵପ୍ନ ରେ ଯଦି ସାପ ଦେଖାଯାଏ ଓ ଭୟ ଲାଗୁଛି ତେବେ ତା ପର ଦିନ ଶିବ ମନ୍ଦିରକୁ ଯାଇ ଶିବଲିଙ୍ଗ ଉପରେ କ୍ଷୀର ଓ କଳା ରାଶି ଚଢାନ୍ତୁ । ଏହା ଦ୍ଵାରା ଖରାପ ସ୍ଵପ୍ନ ନିଷ୍ଫଳ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *