ତାଜମହଲ ର କିଛି ଏଭଳି ରହସ୍ୟ ଯାହା ଆପଣ କେବେ ଜାଣି ନଥିବେ- ଆସନ୍ତୁ ଜାଣିବା

ତାଜମହଲ କୁ ପ୍ରେମ ର ସୁନ୍ଦର ପ୍ରତିମା ବୋଲି କୁହାଯାଏ କାହିଁକିନା ମୁଗଲ ବାଦଶାହ ଶାହଜାହାଁ ଏହା ନିଜ ବେଗମ ମୁମ୍ତାଜ କୁ ମନେ ପକାଇବା ପାଇଁ ବନେଇଥିଲେ । ଯାହା ତା ପରେ କେତେ ପିଢୀ କୁ ଭଲ ପାଇବା ଶିଖେଇଥିଲା, କୁହାଯାଏ ଯେ ମୁମ୍ତାଜ ମଲା ବେଳେ ମକବରା ବନେଇବା ପାଇଁ ଅନ୍ତିମ ଇଛା କରିଥିଲେ ଏବଂ ତା ପରେ ତାଙ୍କ ସ୍ମୃତି ପାଇଁ ଶାହଜାହାଁ ଏହି ମକବରା ବନେଇ ଥିଲେ ।

ତାଜମହଲ ଧଳା ସଂଗମରମର ନାମକ ପଥର ରେ ବନା ହୋଇଛି ଯାହା ବହୁତ ସୁନ୍ଦର ଓ ଦାମୀ ଅଟେ, ଏହାର ଚାରୋଟି ମିନାର ଅଛି ।

ତାଜମହଲ ପାଇଁ  ୧୬୩୦ରେ କାମ ଆରମ୍ଭ ହେଲା ଏବଂ ଏହାକୁ ପୂର୍ଣ ହବା ପାଇଁ ୨୨ବର୍ଷ ଲାଗିଲା, ଏହାର ତିଆରି ପାଇଁ ୨୦ହଜାର ମଜଦୁର ଯୋଗଦାନ କରିଥିଲେ । ଆଜି ଆମେ ଆପଣଙ୍କୁ ତାଜମହଲ ବିଷୟରେ କିଛି ଏମିତିକା ଅଜଣା ତଥ୍ୟ  କହିବୁ ଯାହା ଆପଣ ଜାଣି ନାହାନ୍ତି ।  ପ୍ରଥମ କଥା କୁହାଯାଏ କି ଯେଉଁ କାରିଗର ଏହି ତାଜମହଲ କୁ ଗଢିଥିଲେ ତାଙ୍କ ହାତ ଶାହଜାହାଁ କାଟି ଦେଇଥିଲେ କିନ୍ତୁ ଏହା କେବେ ହୋଇ ନଥିଲା ଏହା ଗୋଟେ ମିଛ ପ୍ରଚାର ଥିଲା ।

ଦ୍ଵିତୀୟ ତାଜମହଲ ଗମ୍ବୁଜ ରେ ଏକ କଣା ଅଛି ଯାହା ଦ୍ଵାରା ସବୁବେଳେ ପାଣି ଗଳୁ ଥାଏ । ତୃତୀୟ ତାଜମହଲ ର ଚାରୋଟି ମିନାର କୁ ଧ୍ୟାନରେ ଦେଖିଲେ ଆପଣ ଜାଣିବାକୁ ପାଇବେ ଯେ ସେ ସିଧା ନୁହେଁ ତାଜମହଲ ଆଡୁକୁ ଡେରି କି ବା ନଇଁକି ଅଛନ୍ତି । ତାଜମହଲ ର ଏହି ଗଢଣି ତାକୁ ଭୂକମ୍ପ ଏବଂ ବିଜୁଳି ରୁ ବଞ୍ଚେଇବା ପାଇଁ କରା ଯାଇଥିଲା ।

କୁହାଯାଏ କି କୁତୁମ୍ବ ମିନାର ସବୁଠାରୁ ବଡ ଇମାରତ କିନ୍ତୁ ତାଜମହଲ ତାଠାରୁ ବି ଆହୁରି ବଡ ଅଟେ ।  ତେବେ ଫ୍ରେଣ୍ଡ୍ସ ଆପଣ ବୋଧେ ତାଜମହଲ ବିଷୟରେ ଏହି ସବୁ କଥା କେବେ ଜାଣି ବାକୁ ପାଇ ନଥିବେ, କାହିଁକି ନା ଏହା ବାହାରୁ ଏତେ ସୁନ୍ଦର ଯେ ସମସ୍ତେ ଏହାର ସୁନ୍ଦରତାରେ ମୋହ ହୋଇ ଏହା ପଛରେ ଥିବା ରହସ୍ୟ କୁ ଜାଣିବାକୁ ଭୁଲି ଯାଆନ୍ତି । ତେବେ ଏହି ମହଲକୁ ବନେଇବାରେ କେତେଜେ ପରିଶ୍ରମ ଲାଗିଛି ଏହା କେବଳ ଇତିହାସ ହିଁ ସାକ୍ଷୀ ଅଛି ।

ଆଗକୁ ଆମ ସହ ରହିବା ପାଇଁ ଓ ଏହିଭଳି ଅନେକ ରହସ୍ୟ ମାୟା ତଥ୍ୟ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *