ମନ୍ଦିର ଯିବାର ଫାଇଦା ଜାଣିନଥିବେ ଆପଣ, ଜାଣିଲେ ଅଜିଠୁ ଯିବା ଆରମ୍ଭ କରିଦେବେ- ଦିଏ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି

ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଭଗବାନଙ୍କ ଆଶୀର୍ବାଦ ପାଇବା ପାଇଁ ଲୋକମାନେ ତାଙ୍କ ମନ୍ଦିର ଯାଆନ୍ତି । ମନ୍ଦିର ଯିବା ଦ୍ଵାରା ଏହାର କିଛି ସ୍ୱାସ୍ଥ୍ୟ ପ୍ରତି ଫାଇଦା ମଧ୍ୟ ରହିଥାଏ । ଯଦି ଆମେ ପ୍ରତିଦିନ ମନ୍ଦିର ଯିବା ତେବେ ଏହା ଦ୍ଵାରା ଆମର ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ନିଜର ଆୟତ ରହିବ । ଆସନ୍ତୁ ଜାଣିବା ଆମର ପ୍ରତିଦିନ ମନ୍ଦିର ଯିବା ଦ୍ଵାରା ହୋଇଥାଏ କଣ କଣ ଫାଇଦା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମନ୍ଦିର ଗଲେ ଆମକୁ ଏତେ ସବୁ ଲାଭ ହୁଏ ।

ଉଚ୍ଚ ରକ୍ତଚାପ ର ସମସ୍ୟା ନିୟନ୍ତ୍ରଣ

ପ୍ରତିଦିନ ଖାଲି ପାଦରେ ମନ୍ଦିର ଯିବା ଦ୍ଵାରା ମନ୍ଦିରରେ ଥିବା ସକରାତ୍ମକ ଊର୍ଜା ଆମ ପାଦ ଜରିଆରେ ଆମ ଶରୀର ଭିତରକୁ ପ୍ରବେଶ କରିଥାଏ । ଖାଲି ପାଦରେ ଚାଲିବା ଦ୍ଵାରା ପାଦରେ ଥିବା ପ୍ରେଶର ପୟେନ୍ଟ ଉପରେ ଦବାବ ମଧ୍ୟ ପଡିଥାଏ ଯାହାଦ୍ଵାରା ହୋଇଥିବା ରକ୍ତଚାପର ସମସ୍ୟା କୁ ନିୟନ୍ତ୍ରଣ କରା ଯାଇପାରିବ ।

ଷ୍ଟ୍ରେସ ଦୂର କରିବା ପାଇଁ

ପ୍ରତି ଦିନ ମନ୍ଦିର ଯାଆନ୍ତୁ ସେଠିକାର ଶାନ୍ତ ପରିବେଶ ଏବଂ ଶଙ୍ଖର ଆବାଜ ମନକୁ ଶାନ୍ତ କରେ । ଏହା ଦ୍ଵାରା ଚିନ୍ତା ଦୂର ହୁଏ ।

ଏକାଗ୍ରତା ବଢେଇବା ପାଇଁ

କେବଳ ମନ୍ଦିର ଯିବା ଦ୍ଵାରା ନୁହେଁ ମୁଣ୍ଡରେ ଚନ୍ଦନ ଲଗାଇଲେ ମୁଣ୍ଡ ଶାନ୍ତ ହୁଏ । ଦୁଇ ଆଖିପତାର ମଝିରେ ତିଳକ ଲଗାଇଲେ ଆମର ମୁଣ୍ଡର ଖାସ ଜାଗାରେ ଦବାବ ପଡେ । ମନ୍ଦିରର ଘଣ୍ଟିର ଆବାଜ ମଧ୍ୟ ଶରୀର ସହ ଜଡିତ । ଗୋଟେ ରିସର୍ଚ ଅନୁସାରେ ଯେବେ ମନ୍ଦିରରେ ଘଣ୍ଟିର ଆବାଜ ବାଜେ ତାହା ଆମ କାନକୁ ୭ ସେକେଣ୍ଡ ପର୍ଯ୍ୟନ୍ତ ଶୁଣାଯାଏ ଯାହା ଫଳରେ ଆମ ଶରୀରର ଆରମ କରୁଥିବା ପାର୍ଟ ଗୁଡିକ ଆକ୍ଟିଭ ହୋଇଯାନ୍ତି ।

ଏନର୍ଜି ଲେଭଲ ବଢେଇବା ପାଇଁ

ରିସର୍ଚ କହେ କି ଯେବେ ଆମେ ମନ୍ଦିର ଘଣ୍ଟି ବଜାଉ ତାହା ଆମ କାନକୁ ୭ ସେକେଣ୍ଡ ପର୍ଯ୍ୟନ୍ତ ଶୁଣାଯାଏ । ବଡିରେ ଆରମ ପହଞ୍ଚାଉ ଥିବା ୭ ପୟେନ୍ଟ ଆକ୍ଟିଭ ହୋଇଯାଏ । ଏହା ଏନର୍ଜି ଲେଭେଲ ବଢେଇବାର ସହାୟତା କରିଥାଏ ।

ଇମ୍ୟୁନିଟି ବଢାଏ

ମନ୍ଦିରରେ ଦୁଇ ହାତ ଯୋଡିକରି ପୂଜା କରିଲେ ହାତ ଓ ଆଙ୍ଗୁଠି ର ପୟେନ୍ଟ ଉପରେ ଦବାବ ବଢେ । ଯାହା ଶରୀରର ବହୁତ ପାର୍ଟ ସହିତ ଜଡିତ । ଏହା ଦ୍ଵାରା ବଡିର ଅନେକ କୋସିକା ଠିକ ଭାବେ କାମ କରେ ଆଉ ଇମ୍ୟୁନିଟି ବଢେ । ମନ୍ଦିରରେ ଥିବା କର୍ପୁର ଆଉ ହବନର ଧୂଆଁ ବ୍ୟକ୍ଟେରିଆ ଦୂର କରେ । ଏହା ଦ୍ଵାରା ୱାୟରଲ ଇଂଫେକ୍ଶନ ସମସ୍ୟା ଦୂର ହୁଏ । ପ୍ରତିଦିନ ମନ୍ଦିର ଯିବା ଦ୍ଵାରା ଆଉ ଭଗବାନଙ୍କ ଆରତି ଏବଂ ଗୀତ ଶୁଣିବା ଦ୍ଵାରା ମସ୍ତିସ୍କ ଠିକ ଭାବେ କାମ କରେ । ଏହା ମଧ୍ୟ ଡିପ୍ରେସନ ଦୂର କରେ ।

Leave a Reply

Your email address will not be published. Required fields are marked *