ବୋହୁର ପିଲାପିଲି ନ ହେବାରୁ, ପରିବାର ଲୋକେ ଘରକୁ ଡାକିଲେ ତାନ୍ତ୍ରିକ, ତା ପରେ ଯାହା ହେଲା…

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଗୋଟେ ନାରୀ ହୋଇ ଜନ୍ମ ନେବା ବୋଧେ ସବୁଠୁ ବଡ ଭୁଲ । କାହିଁକି ନା ଏହି ସମାଜ ରେ ନାରୀ ପ୍ରତି ହେଉଥିବା ନିର୍ଯ୍ୟାତନା ଓ ଦୁଷ୍କର୍ମ ଆଦି ଘଟଣା ବିଷୟରେ ଶୁଣିଲେ ଏବେ ବି ଝିଅମାନେ ଦରନ୍ତି ଘରୁ ପଦ କାଢିବାକୁ । ଯେବେବି ଆପଣ ଖବର କାଗଜ ଦେଖନ୍ତୁ କୌଣସି ନା କୌଣସି ଦୁଷ୍କର୍ମ ବିଷୟରେ ନିଶ୍ଚୟ ଖବର ଚାପା ହୋଇଥିବ । ଏମିତି କିଛି ମାନସିକ ବିକୃତ ଅଛନ୍ତି ଯେଉଁ ମାନେ ଛୋଟ ଛୁଆ ମାନଙ୍କୁ ମଧ୍ୟ ଛାଡୁ ନାହାନ୍ତି । ତେବେ ସେହିଭଳି ଏକ ଘଟଣା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

Image Courtesy: Google

ଏହି ଘଟଣା ହେଲା ମଧ୍ୟପ୍ରଦେଶ ହୀରା ନଗରର । ସୂଚନା ଅନୁସାରେ ଜଣେ ମହିଳାର ବିବାହ ୫ ବର୍ଷ ପରେ ବି କୌଣସି ସନ୍ତାନ ନ ହେବାରୁ ତାକୁ ତାର ଶାଶୂ ଘର ଲୋକେ ଏକ ତାନ୍ତ୍ରିକକୁ ଦେଖାଇବାକୁ ଭାବିଥିଲେ । ତେବେ ସେହି ମହିଳାଙ୍କ ଶ୍ଵଶୁର ଏନକେଆର ଏକ ବନ୍ଧୁ ତାନ୍ତ୍ରିକ ଥିଲେ ଓ ସେ ଏହି ସମସ୍ୟାର ସମାଧାନ କରିବେ ବୋଲି ସେହି ପରିବାର ଲୋକଙ୍କୁ କଥାଦେଇଥିଲେ ।

Image Courtesy: Google

ଯାହା ଫଳରେ ଦିନେ ସେହି ତାନ୍ତ୍ରିକ ତାଙ୍କ ଘରକୁ ଆସି ସମସ୍ତ ଉପସ୍ଥିତିରେ ସେହି ମହିଳା ସହ ଦୁଷ୍କର୍ମ କରିଥିଲେ । ମହିଳାଙ୍କ କହିବା ଅନୁସାରେ ପ୍ରଥମେ ସେହି ତାନ୍ତ୍ରିକ ଘରେ ଏକ ପୂଜା କରିଥିଲେ ଏବଂ ପୂଜା ସାରିବା ପରେ ସେ ଘରର ସମସ୍ତଙ୍କୁ ବାହାରକୁ ଯିବାକୁ କହିଥିଲେ । ଏବଂ ସେହି ମହିଳାଙ୍କୁ ଅନ୍ୟ ଏକ ରୁମକୁ ନେଇ କବାଟ ବନ୍ଦ କରି କିଛି ମନ୍ତ୍ର ଉଚାରଣ କରିଥିଲେ । ତା ପରେ ସେ ସେହି ମହିଳାଙ୍କୁ ବେହୋସ କରି ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଓ କିଛି ସମୟ ପରେ ବାହାରକୁ ଆସି ପରିବାର ଲୋକଙ୍କୁ କହିଥିଲେ କି ଏବେ ସବୁ ଠିକ୍ ହୋଇଯିବ । ଏହା କହି ସେ ସେଠାରୁ ଚାଲି ଯାଇଥିଲେ ।

Image Courtesy: Google

ମହିଳାଙ୍କ ହୋସ ଆସିବା ପରେ ସେ ପରିବାର ଲୋକଙ୍କୁ ସବୁ କଥା ଜଣାଇଥିଲେ ଓ ପରିବାର ଲୋକେ ସଙ୍ଗେ ସଙ୍ଗେ ବୋହୁକୁ ନେଇ ଥାନାକୁ ଯାଇ ସେହି ଭଣ୍ଡ ତାନ୍ତ୍ରିକ ନାଁ ରେ ଏଫଆଇଆର କରିଥିଲେ । ଏହା ପରେ ପୋଲିସ ସେହି ତାନ୍ତ୍ରିକକୁ ଗିରଫ କରି ଏବେ ଜେଲ ରେ ରଖିଛି । ତେବେ ଏହିଭଳି ଘଟଣା ଏବେବି ଆମ ସମାଜ ରେ ଘଟୁଛି, ଯେଉଁଠି ଦେଶ ଯାଇ ଚନ୍ଦ୍ର ରେ ପହଞ୍ଚିଲାଣି ସେଠି ଏମିତି ବି ଲୋକ ଅଛନ୍ତି ଯିଏ ଏହି ଭଣ୍ଡ ବାବା ମାନଙ୍କୁ ଭରସା କରି ନିଜ ଜୀବନଙ୍କୁ ନଷ୍ଟ କରୁଛନ୍ତି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *