Tarini Akhira Tara ସିରିୟଲର କଳାକାର ମାନ ଶିକ୍ଷାଗତ ଯୋଗ୍ୟତା ଜାଣି ଆଶ୍ଚର୍ଯ୍ୟ ହେବେ

ଆପଣମାନେ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହେଉଥିବା ଟିଭି ସିରିଏଲ ତାରିଣୀ ଆଖିର ତାରା ନିଶ୍ଚିତ ଦେଖୁଥିବେ । ଏହି ସିରିଏଲର ପ୍ରାୟତଃ କିରଦାରମାନଙ୍କୁ ବି ଆପଣମାନେ ଚିହ୍ନି ଥିବେ । ଯେଉଁମାନେ କି ନିଜର ଦମଦାର ଅଭିନୟ ମାଧ୍ୟମରେ ଆଜି ଘରେ ଘରେ ପରିଚତ ହୋଇ ଯାଇଛନ୍ତି ।

ଦର୍ଶକମାନେ ବି ଏହି ସିରିଏଲକୁ ଖୁବ ପସନ୍ଦ ବି କରୁଛନ୍ତି । ଏମାନଙ୍କ ମଧ୍ୟରେ କେତେକ କଳାକାର ଆପଣଙ୍କର ମନ ପସନ୍ଦ କଳାକାର ହୋଇଥିବେ । ଯାହାଙ୍କ ବିଷୟରେ ଆପଣ ଅଳ୍ପ ବହୁତ କିଛି ଜାଣିଥିବେ । କିନ୍ତୁ କଣ ଏହି ସିରିଏଲରେ ଅଭିନୟ କରୁଥିବା କଳାକାରମାନଙ୍କର ଶିକ୍ଷାଗାତ ଯୋଗ୍ୟତା ବିଷୟରେ ଆପଣମାନେ ଜାଣିଛନ୍ତି । ଆଜି ଆମେ ଆପଣମାନଙ୍କୁ ଏମାନଙ୍କର ଶିକ୍ଷାଗତ ଯୋଗ୍ୟତା ବିଷୟରେ କହିବୁ ।

ସୁମନ ପଟ୍ଟନାୟକ

ସୁମନ ପଟ୍ଟନାୟକ ତାରିଣୀ ଆଖିର ତାରା ସିରିଏଲରେ ମୁଖ୍ୟ ଅଭିନେତ୍ରୀ ତାରଣୀ ଭୂମିକାରେ ଅଭିନୟ କରୁଛନ୍ତି । ସୁମନ ଭୁବନେଶ୍ଵରର ଶ୍ରୀ ଅରବିନ୍ଦ ଇନ୍ସଟିଉଟ ଅଫ ଇଣ୍ଟେଗ୍ରାଳ ଏଜୁକେଶନ କଲେଜରୁ ଗ୍ରାଜୁଏସନ କରିଛନ୍ତି ।

ମିଳି ମହାନ୍ତି

ଏହି ସିରିଏଲରେ ମିଳି ମହାନ୍ତି କନିକା ଭୂମିକାରେ ଅଭିନୟ କରୁଛନ୍ତି । ମିଳି ମହାନ୍ତି ଭୁବନେଶ୍ଵରର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଗ୍ରାଜୁଏସନ କରିଛନ୍ତି ।

ମିଥିଲେଶ କୁମାର

ତାରିଣୀ ଆଖିର ତାରା ସିରିଏଲରେ ମିଥିଲେଶ ବୀର ଭୂମିକାରେ ନଜର ଆସନ୍ତି ଓ ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ସେ ଗ୍ରାଜୁଏସନ ପୁରା କରିଛନ୍ତି ।

ଦେବ ମହାନ୍ତି

ଦେବ ମହାନ୍ତି ତାରିଣୀ ଆଖିର ତାରା ସିରିଏଲରେ ତରୁଣ ଭୂମିକାରେ ନଜର ଆସନ୍ତି । ଦେବ ସରସ୍ଵତୀ ବିଦ୍ୟା ମନ୍ଦିର କଲଜେରୁ ଗ୍ରାଜୁଏସନ ପୁରା କରିଛନ୍ତି ।

ଅସୀମା ପତି

ଯିଏକି ଏହି ସିରିଏଲରେ ତାରା ଭୂମିକାରେ ଅଭିନୟ କରନ୍ତି । ଅସୀମା କନ୍ଦରପୁର କଲେଜରୁ ଗ୍ରାଜୁଏସନ ପୁରା କରିଛନ୍ତି ।

ସପ୍ଲୀନ ମିଶ୍ର

ସପ୍ଲୀନ ମିଶ୍ର ତୁଷାର ଭୂମିକାରେ ଏହି ସିରିଏଲରେ ଅଭିନୟ କରୁଛନ୍ତି । ସେ ଏମବିଏର ଡିଗ୍ରୀ ହାସଲ କରିଛନ୍ତି ।

କାଜଲ ମିଶ୍ର

କାଜଲ ମିଶ୍ର ଏହି ସିରିଏଲରେ ମୋହିନୀ ଭୂମିକାରେ ନଜର ଆସନ୍ତି । କାଜାଲଙ୍କ ଶିକ୍ଷାଗାତ ଯୋଗ୍ୟତା ହେଉଛି ସେ ଗ୍ରାଜୁଏସନ କରିଛନ୍ତି ।

ମାମୁନି

ଏହି ସିରିଏଲରେ ରୁକମଣି ଭୂମିକାରେ ନଜର ଆସନ୍ତି ମାମୁନି । ମାମୁନି ବ୍ୟାଚଲର ଅଫ ଆର୍ଟ୍ସ ପଢିଛନ୍ତି ।

ବର୍ଷା ପାତ୍ର

ବର୍ଷା ପାତ୍ର ଏହି ସିରିଏଲରେ ରୂପଶ୍ରୀ କିରଦାରରେ ନଜର ଆସନ୍ତି । ବର୍ଷା ପୁରୀର ନିଗମାନନ୍ଦ ମହିଳା କଲେଜରୁ ଗ୍ରାଜେଉଟ ଅଟନ୍ତି ।

ରଞ୍ଜିତା ପାଣିଗ୍ରାହୀ

ରଞ୍ଜିତା ପାଣିଗ୍ରାହୀ ଏହି ସିରିଏଲରେ ତନୁଜା ଭୂମିକାରେ ଅଭିନୟ କରୁଛନ୍ତି । ରଞ୍ଜିତା ପାଣିଗ୍ରାହୀ ଭୁବନେଶ୍ଵରର ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିରୁ ମାଷ୍ଟର ମାସ କମ୍ୟୁନିକେଶନ ଏଣ୍ଡ ଜର୍ନାଲିଜମରେ ଡିଗ୍ରୀ ହାସଲ କରିଛନ୍ତି ।

Leave a Reply

Your email address will not be published. Required fields are marked *