ପିମ୍ପୁଡି ଆପଣଙ୍କୁ କରିବ ଧନୀ, ବାସ କରନ୍ତୁ ଏହି ଉପାୟ- Ajira Anuchinta

ପ୍ରାୟତଃ ସମସ୍ତଙ୍କ ଘରେ ପିମ୍ପୁଡି ଦେଖିବାକୁ ମିଳିଥାଏ । ଆମେ ପିମ୍ପୁଡିକୁ ଘରୁ ଦୂର କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ମଧ୍ୟ କରିଥାଉ । କିନ୍ତୁ କଣ ଆପଣମାନେ ଜାଣିଛନ୍ତି ଏହି ପିମ୍ପୁଡି ଗରିବକୁ ଧନୀ ଓ ଧନୀକୁ ଗରିବ କରି ପାରନ୍ତି । ଏହା ଛଡା ପିମ୍ପୁଡି କେତେକ ଘଟଣାର ପୂର୍ବାନୁମାନ ବି କରି ଦିଅନ୍ତି ।

ଯଦି ଆପଣଙ୍କ ଘରର କେଉଁ ସ୍ଥାନରୁ ଅଚାନକ ପିମ୍ପୁଡି ବାହାରୁଛନ୍ତି ତେବେ ଏହାର ଭିନ୍ନ ଭିନ୍ନ ସଂକେତ ହୋଇଥାଏ । କିନ୍ତୁ ଧ୍ୟାନ ଦେବାକୁ ପଡିଥାଏ କି ପିମ୍ପୁଡି କେଉଁ ରଙ୍ଗର ଅଟେ କାରଣ ତାହାରି ଅନୁସାରେ ଜାଣି ପାରିବେ କି ସେମାନେ ଆପଣଙ୍କୁ କଣ ସଂକେତ ଦେଉଛନ୍ତି । ଆଜି ଆମେ ଆପଣଙ୍କୁ ପିମ୍ପୁଡିମାନଙ୍କ ଦ୍ଵାରା ଦିଆଯାଉଥିବା ସଂକେତ ବିଷୟରେ କହିବୁ । ଯଦି ନାଲି ରଙ୍ଗର ପିମ୍ପୁଡି ଆପଣଙ୍କ ଘରୁ ବାହାରୁଛି ତେବେ ବୁଝି ଯାଆନ୍ତୁ ସେ ନିଜ ସହିତ କରଜ ନେଇ ଆସିଛି ।

ସେ ସଂକେତ ଦେଇଥାଏ କି ଆପଣଙ୍କ ଉପରେ ସଙ୍କଟ ଆସୁଛି । ନଚେତ ଆପଣ ଆସନ୍ତା ସମୟରେ ଟଙ୍କା କରଜ କରିବେ । ଏହା ଛଡା କେତେକ ଲୋକମାନେ ଯେତେବେଳେ ଘରେ ନାଲି ପିମ୍ପୁଡି ଦେଖନ୍ତି ତେବେ ସେମାନେ ସେହି ପିମ୍ପୁଡିକୁ ମାରିବା ପାଇଁ ବିଭିନ୍ନ ଉପାୟ କରନ୍ତି । କିନ୍ତୁ ଏହା ଭୁଲ ଅଟେ । ପ୍ରଥମେ ଜୀବ ହତ୍ୟାର ପାପ ଆପଣଙ୍କ ଉପରେ ଲାଗିବ । ଯେଉଁ ସମସ୍ୟା ଆସୁଛି ତାହା ଆହୁରି ଅଧିକ ବଢିପାରେ ।

ସେଥିପାଇଁ ଆପଣ ଅନ୍ୟ କିଛି ଉପାୟ କରି ଘରୁ ପିମ୍ପୁଡିମାନଙ୍କୁ ବାହାର କରି ଦିଅନ୍ତୁ । ସେମାନଙ୍କୁ ମାରନ୍ତୁ ନାହିଁ । କାରଣ ସେମାନେ ଅଶୁଭର ପ୍ରତୀକ ନୁହନ୍ତି । ସେମାନେ କେବଳ ସମସ୍ୟା ଆସିବାର ସଂକେତ ପୂର୍ବରୁ ଦେଇ ଦିଅନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ନାଲି ରଙ୍ଗର ପିମ୍ପୁଡି ହିଁ ଆପଣଙ୍କ କରଜରୁ ମୁକ୍ତି ଦେବେ । କିନ୍ତୁ ସଠିକ ରୂପରେ ସେହି ଉପାୟକୁ କରନ୍ତୁ ।

ଯେତେବେଳେ ବି ଆପଣଙ୍କ ଘରୁ ପିମ୍ପୁଡି ବାହାରୁଛି ସେହି ସମୟରେ ଆପଣ ଗୋଟିଏ ଲେମ୍ବୁ ନେଇ ତାକୁ ଦୁଇ ଫାଳ କରି ପିମ୍ପୁଡି ବାହାରୁଥିବା ସ୍ଥାନରେ ଦୁଇ ଦିଗରେ ରଖି ଦିଅନ୍ତୁ । ଆପଣ ଦେଖିବେ କି ପିମ୍ପୁଡିମାନେ ସେହି ସ୍ଥାନରୁ ଚାଲିଯିବେ ଓ ଆପଣଙ୍କ କରଜ ସମସ୍ୟା ସବୁ ଧୀରେ ଧୀରେ ଦୂରେଇ ଯିବ । ଲେମ୍ବୁ ସ୍ଥାନରେ ଆପଣ ତେଜପତ୍ର କିମ୍ବା ଲବଙ୍ଗ ପକାଇ ପାରିବେ ।

ଯଦି କଳା ପିମ୍ପୁଡି ବିଷୟରେ କହିବା ତେବେ ଏହା ଯଦି ଆପଣଙ୍କ ଘରୁ କୌଣସି ସ୍ଥାନରୁ ବାହାରୁଛି କିମ୍ବା ବାହାରୁ ଘର ଭିତରକୁ ପ୍ରବେଶ କରୁଛି ତେବେ ଏହା ଶୁଭ ସଙ୍କଟେ ଅଟେ । ଯଦି କଳା ପିମ୍ପୁଡି ଧାଡି କରି ନିଜ ସହିତ କିଛି ଧଳା ଜିନିଷ ନେଇ ଯାଉଛନ୍ତି ତେବେ ତାହା ଶୁଭ ସଂକେତ ଅଟେ । ଯଦି ଆପଣଙ୍କ ଘରେ ଏହିଭଳି କିଛି ହେଉଛି, ଆପଣଙ୍କର କୌଣସି କାମ ଅଟକି ଯାଇଛି ଅର୍ଥାତ ଆଶା ଥିବା କାମ ହୋଇ ନାହିଁ ତେବେ ଆପଣ ଅଟା ଓ ଚିନି ମିଶ୍ରଣ କରି ତାକୁ ସେହି କଳା ପିମ୍ପୁଡି ସ୍ଥାନରେ ରଖି ଦିଅନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କର ଯଦି କିଛି କାମ ଅଟକି ଯାଇଛି ତେବେ ତାହା ଜଲ୍ଦି ପୂରା ହୋଇଯିବ ।

Leave a Reply

Your email address will not be published. Required fields are marked *