ଦୀପାବଳୀ ପୂର୍ବରୁ ସରକାରଙ୍କର ବଡ ଘୋଷଣା- ୫ ଲକ୍ଷ ରୁ ୧୦ଲକ୍ଷ ଆୟ ଉପରେ ଟ୍ୟାକ୍ସ ଏବେ ୨୦% ରୁ କମି ୧୦% ହେବ, ପଢନ୍ତୁ ସମ୍ପୁର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଏକ ବଡ ଖବର କହିବାକୁ ଯାଉଛୁ । ତେବେ ଖବର ଟି ହେଲା ସରକାର ଦୀପାବଳି ପୂର୍ବରୁ ଇନକମ୍ ଟ୍ୟାକ୍ସ ଦର କମ କରିପାରନ୍ତି । ମିଡିୟା ରିପୋର୍ଟ ଅନୁସାରେ ୫ ଲକ୍ଷ ରୁ ୧୦ ଲକ୍ଷ ଆୟ ରେ ଟ୍ୟାକ୍ସ ୨୦% ରୁ ଘଟିକି ୧୦ % ହୋଇପାରେ । ୧୦ ଲକ୍ଷରୁ ଅଧିକ ଆୟ ଉପରେ ୩୦% ରୁ କମି ୨୫ % କରିବାର ଆଶା କରାଯାଉଛି ।

ଦୀପାବଳି ପୂର୍ବରୁ ସରକାର ତରଫରୁ ଆସିପାରେ ଖୁସି ଖବର । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର କଣ ।

୧୦ ଲକ୍ଷ ଟଙ୍କା ଆୟ କରୁଥିବା ଲୋକଙ୍କର ୪୫ ହଜାରର ଲାଭ ହେବ :

-୫ ଲକ୍ଷ ଉପରେ ଆୟ ଫ୍ରି ଓଫ ଟ୍ୟାକ୍ସ

-ସ୍ଟୈଂଡର୍ଡ ଡିଡକ୍ଶନ ୫୦ ହଜାର ଟଙ୍କା

– ବାକି ୪.୫ ଲକ୍ଷ ଉପରେ ଏବେ ୨୦ % ଟ୍ୟାକ୍ସ ୯୦ ହଜାର ଟଙ୍କା

-ଟ୍ୟାକ୍ସ ୨୦ % ରୁ କମ କରି ୧୦ % ହେଲେ  ୪୫ ହଜାର ଟଙ୍କା

ହିନ୍ଦୁସ୍ତାନ ଟାଇମ୍ସ ଅନୁଯାଇ, ସରକାର ନିଷ୍ପତ୍ତି ନବା ବେଳେ ଡାଇରେକ୍ଟ ଟୈକ୍ସ କୋଡ ଉପରେ ଟାସ୍କ ଫୋର୍ସ ବିନତିକୁ ଧ୍ୟାନ ରେ ରଖିବେ । ଟାସ୍କ ଫୋର୍ସ ଗତ କିଛି ଦିନ ପୂର୍ବରୁ ସରକାର କୁ ରିପୋର୍ଟ ଦେଇଥିଲେ, ଏକ ଅନ୍ୟ ରିପୋର୍ଟ ଅନୁଯାଇ ଟାସ୍କ ଫୋର୍ସ ୫ ଲକ୍ଷ ଟଙ୍କା ରୁ ୧୦ ଲକ୍ଷ ଟଙ୍କା ର ଆୟ ଉପରେ ଟ୍ୟାକ୍ସ ୨୦ % ରୁ କମ କରି ୧୦ %,

୧୦ଲକ୍ଷ ରୁ ୨୦ଲକ୍ଷ ଉପରେ ୩୦% ରୁ କମାଇ ୨୦ % ଏବଂ ୨୦ ଲକ୍ଷରୁ ଅଧିକ ଆୟ କରୁଥିବା ଲୋକଙ୍କପାଇଁ ୩୦ % କରିବା ପାଇଁ ନିବେଦନ କରିଛନ୍ତି । ୨ କୋଟି ଉପରେ ଆୟ କରୁଥିବା ଲୋକଙ୍କ ପାଇଁ ୩୫ % ଟ୍ୟାକ୍ସ ର ନିବେଦନ କରାହୋଇଛି ।

ଆୟକର ଏବେ ଥିବା ଦର :

-୨.୫ ଲକ୍ଷ ରୋଜଗାର ପାଇଁ -୦ % ଟ୍ୟାକ୍ସ

-୨.୫ ଲକୟା ରୁ ୫ ଲକ୍ଷ ଯାଏଁ -୫ % ଟ୍ୟାକ୍ସ

-୫ ଲକ୍ଷ ରୁ ୧୦ ଲକ୍ଷ ଯାଏଁ -୨୦ % ଟ୍ୟାକ୍ସ

-୧୦ ଲକ୍ଷ ରୁ ଅଧିକ -୩୦ % ଟ୍ୟାକ୍ସ

କୁହାଯାଉଛି କି ସରକାର ଆର୍ଥିକ ବିକାଶକୁ ଗତିଶୀଳ କରିବା ପାଇଁ ଟ୍ୟାକ୍ସଦର କୁ ଘଟାଇବା ପାଇଁ ଏଲାନ କରିପାରନ୍ତି ।

ଆଗକୁ ଏହିଭଳି ଅନେକ ଖବର ପାଇଁ ଆମ ପେଜ ଖବର ଓଡିଆକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *