ଶୁକ୍ର ଚଳିଲେ ତୁଳା ରାଶିକୁ, ହେବ ଏହି ସବୁ ରାଶିର ଭାଗ୍ୟ ପରିବର୍ତ୍ତନ- ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ?

୪ ଅକ୍ଟୋବର ସକାଳ ୫:୧୩ ମିନିଟ୍ ରେ ତୁଳା ରାଶି ରେ ଶୁକ୍ର ଗ୍ରହ ପ୍ରବେଶ କରିଛନ୍ତି । ଫଳିତ ଜ୍ୟୋତିଷ ରେ କୁହାଯାଇଛି ତୁଳା ରାଶି ରେ ଶୁକ୍ର ଓ ବୁଧଙ୍କ ଯୋଡି ଅତି ଶୁଭ ଅଟେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ବୃଷ ଓ ତୁଳା ରାଶି ର ସ୍ଵାମୀ ଅଟନ୍ତି । ଶୁକ୍ର କନ୍ୟା ରାଶିରେ ନିଚ୍ଚ ଓ ମୀନ ରାଶିରେ ଉଚ୍ଚ ଅଟନ୍ତି । ତେବେ ବର୍ତ୍ତମାନ ହୋଇଥିବା ଶୁକ୍ର ଚଳନ କାହା ପାଇଁ କଣ ଆଣିବ ଆସନ୍ତୁ ଜାଣିବା ।

ଶୁକ୍ରଙ୍କ ଯୋଗଦାନ ବୀନା ସୃଷ୍ଟି ସୃଜନ ପରିକଳ୍ପନା ବି କରିହେବ ନାହିଁ । ଶୁକ୍ରଙ୍କର ଉଦୟ ଓ ଅସ୍ତ ଏବଂ ରାଶି ପରିବର୍ତ୍ତନ ସମସ୍ତଙ୍କୁ କିଛି ନା କିଛି ଫଳ ପ୍ରଦାନ କରିଥାଏ ।

ଆସନ୍ତୁ ଜାଣିବା ଶୁକ୍ରଙ୍କ ଅନ୍ୟ ରାଶି ଉପରେ କୋଣ ପ୍ରଭାବ ହବ :

ମେଷ ରାଶି :

ରାଶି ର ସପ୍ତମ ଭାଗ ରେ ଶୁକ୍ର ରହିଲେ ଅତ୍ୟନ୍ତ ଲାଭ ହବ । ମାଙ୍ଗଳିକ କାମପାଇଁ ଶୁଭ ସମୟ ଆସିବ । ବିବାହ ସବନ୍ଧିତ କାର୍ଯ୍ୟ ସଫଳ ରହିବ । ଯଦି ଆପଣ ବେପାର କରନ୍ତି ତାହେଲେ ଆପଣଙ୍କୁ ଆୟ ରେ ଲାଭ ହବ ।

 

ମିଥୁନ ରାଶି :

ମିଥୁନ ରାଶିମାନଙ୍କ ପାଇଁ ଶିକ୍ଷା ସବନ୍ଧିତ କ୍ଷେତ୍ର ରେ ଅତ୍ୟନ୍ତ ଶୁଭ ସଫଳତା, ସନ୍ତାନ ପ୍ରାପ୍ତି  ହୋଇ ପାରିବ । ସରକାରୀ ସ୍ଥାନରେ ଆବେଦନ ଦେଲେ ପରିଣାମ ଶୁଭ ହେବ ।

କର୍କଟ ରାଶି :

ଚତୁର୍ଥ ଭାଗ ରେ ଶୁକ୍ର ଓ ବୁଧଙ୍କ ଏକତ୍ର ମାନସିକ ଓ ପାରିବାରିକ ଚିନ୍ତାରୁ ମୁକ୍ତି ପାଇବେ । ପରିବାର ବଡ ଲୋକଙ୍କର ଆଶୀର୍ବାଦ ପାଇବେ, ନିଜ ସ୍ଵଭାବ ନମ୍ର ରଖନ୍ତୁ ।

କନ୍ୟା ରାଶି :

କନ୍ୟା ରାଶି ପାଇଁ ଏହି ସଂଯୋଗ ଆର୍ଥିକ ସମ୍ବଳତା ପ୍ରଦାନ କରିବ । ସ୍ୱାସ୍ଥ୍ୟ ପ୍ରତି ସଜାଗ ରୁହନ୍ତୁ । ସଫଳତା ରେ ବୃଦ୍ଧି ହବ ।

ଧନୁ ରାଶି :

ନିଜ ପରାକ୍ରମ ର ପୂର୍ଣ୍ଣ ଉପଯୋଗ କରନ୍ତୁ ସଫଳତା ପାଇବାର ଅଧିକ ସମ୍ଭାବନା ଅଛି । ଯେଉଁଲୋକ ଆପଣଙ୍କୁ ଈର୍ଷା କରୁଥିଲେ ସେହି ଲୋକ ନିଜ ତରଫରୁ ମିତ୍ରତା କରିବାପାଇଁ ଚେଷ୍ଟା କରିବେ ।

ତୁଳା ରାଶି :

ଆପଣଙ୍କ ପାଇଁ ଶୁକ୍ର ଓ ବୁଧ ର ମିଳନ କୌଣସି ବରଦାନରୁ କମ ନୁହେଁ । ନିଜ କଥା ନିଜ ଯାଏ ରଖନ୍ତୁ କାହାକୁ କୁହଁନ୍ତୁ ନାହିଁ । ସାମାଜିକ ପ୍ରତିଷ୍ଠା ବଢିବ, ଯଦି ଆପଣ ଇଲେକ୍ସନ ରେ ଠିଆ ହବାପାଇଁ ଚାହୁଁଛନ୍ତି ତାହେଲେ ସମୟ ଉତ୍ତମ ଅଛି ।

Leave a Reply

Your email address will not be published. Required fields are marked *