ଠାକୁର ପୂଜା କରିବା ସମୟରେ ହାଇ ଆସିବା, ପୂଜା ଫୁଲ ତଳେ ପଡ଼ିଯିବା, ଦୀପ ର ନିଆଁ ଅଧିକ ଜଳିବା ଏହା କେଉଁ ସଂକେତ ଦେଇଥାଏ ?

ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଦେଖିଥିବେ ଠାକୁର ପୂଜା କରିବା ସମୟରେ ହାଇ ଲାଗିଥାଏ, ଫୁଲ ତଳେ ପଡିଥାଏ, ଦୀପ ଲିଭିଯାଏ, ଧୂପକାଠି ଓ ଦୀପ ର ନିଆଁ ଆବଶ୍ୟକ ଠାରୁ ଅଧିକ ଉପରକୁ ଉଠିଥାଏ । ପୂଜା ପାଠ କରିଲେ ମନକୁ ଶାନ୍ତି ମିଳିଥାଏ । ମନର ଅଶାନ୍ତିକୁ ଦୂର କରିବା ପାଇଁ ଧ୍ୟାନ ଓ ପୂଜା କରିଥାଉ । ଆମ ଜୀବନରେ ସୁଖ ଶାନ୍ତି ଆସିଥାଏ ଭଗବାନଙ୍କ ଆରାଧନା କରିଲେ ।

ପୂଜା ସମୟରେ ଦିବ୍ୟ ଶକ୍ତି ଦ୍ଵାରା ଭଗବାନ ଆପଣଙ୍କୁ ସଂକେତ ଦେଇଥାନ୍ତି । ଆଜି ଆମେ ଜାଣିବା ପୂଜା କରିବା ସମୟରେ ମିଳିଥିବା ଏହି ସଂକେତ ର ଅର୍ଥ କଣ ହୋଇଥାଏ । ପୂଜା କରିବା ସମୟରେ ଯଦି ଆଖି ରୁ ଲୁହ ଆସେ ତେବେ ଏହାର ଅର୍ଥ ଭଗବାନ ଦିବ୍ୟ ଶକ୍ତି ଦ୍ଵାରା ଆପଣଙ୍କୁ ସଂକେତ ଦେଉଛନ୍ତି । ଯେବେ ଆପଣଙ୍କ ହୃଦୟରୁ ଭଗବାନଙ୍କ ପ୍ରତି ଭକ୍ତି ଭାବ ଆସିଥାଏ ଓ ଈଶ୍ବରଙ୍କ ସହ ସଂଯୋଗ ହୋଇଥାଏ ସେତେବେଳେ ଆଖିରୁ ଲୁହ ଆସିଥାଏ ।

ଏହାର ଅର୍ଥ ଭଗବାନ ଆପଣଙ୍କ ପୂଜାକୁ ସ୍ଵୀକାର କରିଛନ୍ତି ଓ ଆପଣଙ୍କ ପୂଜା ସଫଳ ହୋଇଛି । ଯଦି ପୂଜା କରିବା ସମୟରେ ଆଳସ୍ୟ କାରଣରୁ ହାଇ ଆସିଥାଏ ତେବେ ପୂଜା କରିବା ଉଚିତ ନୁହେଁ । ପୂଜା କରିବା ସମୟରେ ଛିଙ୍କିବା ଉଚିତ ନୁହେଁ । କାରଣ ଏହା ଅଶୁଦ୍ଧ କରିଦିଏ । ଯଦି ଏମିତି ହୁଏ ତେବେ ତୁରନ୍ତ ହାତ ଗୋଡ ଧୋଇ ପୂଜା କରିବା ଉଚିତ । ଭଗବାନଙ୍କୁ ପୂଜା କରିବା ସମୟରେ ଅର୍ପଣ ହୋଇଥିବା ଫୁଲ ଅନେକ ସମୟରେ ତଳେ ଦିଆଯାଏ ।

ଯଦି ଏହିପରି ହୁଏ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ହେଲା ଇଶ୍ଵର ଆପଣଙ୍କୁ ଶୁଭ ସଂକେତ ଦେଉଛନ୍ତି । ବହୁତ ଜଲ୍ଦି ଆପଣଙ୍କର ଯାହା ବି ଇଚ୍ଛା ଥିବ ତାହା ପୂରଣ ହେବାକୁ ଯାଉଛି । ଶାସ୍ତ୍ର ଅନୁଯାୟୀ ପୂଜା ସମୟରେ ଦୀପ ଲିଭିଯିବା ଅଶୁଭ ହୋଇଥାଏ । ବିଶ୍ଵାସ ରହିଛି କି ପୂଜା ସମୟରେ ଯଦି ଦୀପ ଲିଭିଯାଏ ତେବେ ସେହି କାର୍ଯ୍ୟରେ କିଛି ବାଧା ରହିଛି ।

ଆରତୀ କରିବା ସମୟରେ ଯଦି ଦୀପ ଲିଭିଯାଏ ତେବେ ଭଗବାନଙ୍କୁ କ୍ଷମା ମାଗି ପୁଣି ଥରେ ଆରତୀ କରିବା ଉଚିତ । ପୂଜା ସମୟରେ ଯଦି ଦୀପ ଅଧିକ ପ୍ରଜ୍ଵଳିତ ହୁଏ ବା ଅଧିକ ଜଳି ଉପରକୁ ଉଠିଥାଏ ତେବେ ଏହାର ଅର୍ଥ ଆପଣଙ୍କ ପ୍ରାର୍ଥନା ଭଗବାନଙ୍କ ନିକଟରେ ପହଞ୍ଚିଛି । ଯଦି ଧୂପକାଠି ର ଧୂଆଁ ଓମ ଆକାରର ସୃଷ୍ଟି ହୁଏ ବା ଠାକୁର ଙ୍କ ମୁଖ ଆଡକୁ ଯାଏ ତେବେ ଏହା ଭଗବାନଙ୍କ କୃପା ପାଇବାର ସଂକେତ ହୋଇଥାଏ ।

ପୂଜା କରିବା ସମୟରେ ଧୂପକାଠି ଲଗାଇବା ପୂର୍ବରୁ ଯଦି ଘରେ ସୁଗନ୍ଧିତ ହୋଇଯାଏ ତେବେ ଏହା ଈଶ୍ବରଙ୍କ କୃପା ପ୍ରାପ୍ତ ର ସଂକେତ ହୋଇଥାଏ । ଘରେ ଆଳତି ସମୟରେ ଘଣ୍ଟି ର ଶବ୍ଦ ଶୁଣାଯାଏ ତେବେ ଶୁଭ ସଂକେତ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *