ଥଣ୍ଡା, କାଶ, କଫ ପାଇଁ ରାମବାଣ ଘରୋଇ ଉପଚାର, ଥରକରେ ଭଲ ହେବ… ଆଜି ହିଁ କରିକି ଦେଖନ୍ତୁ

ବନ୍ଧୁଗଣ ଥଣ୍ଡା, କାଶ, କଫ ଭଳି ସମୟ ପ୍ରାୟତଃ ସମସ୍ତଙ୍କୁ ହୋଇଥାଏ । ସାଧାରଣତଃ ଋତୁ ପରିବର୍ତ୍ତନ ହେବା ବା ଭୁଲ ଜୀବନ ଶୈଳୀ କାରଣରୁ ଏହି ସମସ୍ଯା ଦେଖା ଯାଇଅଥାଏ । ଏହାକୁ ଭାଇରାଲ ଇନ୍ଫକେସନ ମଧ୍ୟ କୁହାଯାଏ । ଆଜିର ସମୟରେ ଥଣ୍ଡା, କାଶ, କଫ ହେଲେ ଲୋକ ମାନେ ଏଲୋପାତି ମେଡ଼ିସିନର ସେବନ କରୁଛନ୍ତି । ଯାହା ଦ୍ଵାରା ସେମାନଙ୍କ ସମସ୍ଯା କମ ହେଉଛି କିନ୍ତୁ ସଂପୂର୍ଣ୍ଣ ଠିକ ହେଉ ନାହିଁ ।

ସାଧାରଣ ଥଣ୍ଡା, କାଶ, କଫ ହୋଇଥିଲେ ପ୍ରାକୃତିକ ଘଋ ନୁସଖା ଦ୍ଵାରା ଦୂର କରି ହେବ । ଆସନ୍ତୁ ଜାଣିବା ଘରୋଇ ଉପଚାର ବିଷୟରେ ଯାହାର ସେବନ ଦ୍ଵାରା ଏହି ସମସ୍ଯା ଦୂର ହୋଇପାରିବ । ଏକ ପ୍ୟାନ ରେ ଦୁଇ ଗ୍ଳାସ ପାଣି ନିଅନ୍ତୁ । ପ୍ରଥମ ସାମଗ୍ରୀ ହେଉଛି ଏକ ଚାମଚ ଜୀରା ଯାହା ଆପଣଙ୍କ ରୋଷେଇ ଘରୁ ସହଜରେ ମିଳିଯିବ । ଜୀରା ର ପ୍ରୟୋଗ ଅନେକ ପ୍ରକାରର ରୋଗକୁ ଆମ ଶରୀରରୁ ଦୂର କରିଥାଏ ।

ଥଣ୍ଡା, କାଶ, କଫ ସମସ୍ଯା ଦୂର କରିବା ପାଇଁ ଜୀରା ର ମହତ୍ଵ ଅଧିକ ରହିଛି । ଦ୍ଵିତୀୟ ସାମଗ୍ରୀ ହେଉଛି ଖଣ୍ଡେ ଅଦା । ଅଦା ଆମ ଶରୀର ପାଇଁ କେତେ ଲାଭଦାୟକ ତାହା ଅପାନ ମାନେ ଜାଣିଥିବେ । ଅଦାକୁ ସ୍ଲାଇସ କରି ପାଣିରେ ପକାନ୍ତୁ । ଅଦା ର ପ୍ରୟୋଗ ଥଣ୍ଡା, କାଶ, କଫ ଦୂର କରିବାରେ ବ୍ୟବହାର କରାଯାଏ । ତୃତୀୟ ସାମଗ୍ରୀ ହେଉଛି ତୁଳସୀ ପତ୍ର ।

ଏହା ପ୍ରାକୃତିକ ଗୁଣରେ ଭରପୁର ଅଟେ । ଥଣ୍ଡା, କାଶ, ଛାତିରେ ଜମା ଥିବା କଫ ଦୂର କରିବାରେ ତୁଳସୀ ପତ୍ର ସାହାର୍ଯ୍ୟ କରିଥାଏ । ଦୁଇ ଗ୍ଳାସ ପାଣିରେ ଏହି 3ଟି ସାମଗ୍ରୀ କୁ ପକାଇ ଭଲ ଭାବେ ଫୁଟାନ୍ତୁ । ଯେବେ ଯାଏଁ ପାଣି ଏକ ଗ୍ଳାସ ନ ହୋଇଛି । ଏହାର ଏକ କାଢା ପ୍ରସ୍ତୁତ କରନ୍ତୁ । ଏହି କାଢା ଶରୀରର ଇମ୍ୟୁନିଟି ମଧ୍ୟ ଠିକ ରଖିଥାଏ ।

ଭାଇରାଲ ସଂକ୍ରମଣ କାରଣରୁ ଥଣ୍ଡା, କାଶ ସମସ୍ଯା ଦେଖା ଯାଇଥାଏ । ଲଂସ ରେ ଯେଉଁ କଫ ଜମା ଥିବ ତାହା ଦୂର କରିବ ଏହି କାଢା । ଗଳା ଫୁଲିଥିଲେ ତାହା ମଧ୍ୟ କମ ହେବ ଏବଂ ଅଧିକ କାଶ, ଥଣ୍ଡା କୁ ଦୂର କରିବାରେ ସାହାର୍ଯ୍ୟ କରିବ ଏହି କାଢା । ଏହା ବହୁ ଚମତ୍କାରୀ ଓ ପ୍ରାକୃତିକ ଘରୋଇ ଉପଚାର ଅଟେ । ବହୁ ପୁରାତନ କାଳ ରୁ ଏହାର ସେବନ ହୋଇ ଆସୁଛି ।

5ରୁ 7 ମିନିଟ ଏହାକୁ ଫୁଟାଇବା ପରେ ସବୁ ସାମଗ୍ରୀର ପୋଷାକ ତତ୍ତ୍ଵ ପାଣି କୁ ଆସି ସାରିଛି । ଏହା ପରେ ଏକ ଚାମଚ ମହୁ ଏହି କାଢାରେ ଆଡ କରନ୍ତୁ । ଏହାର ଟେଷ୍ଟ କିଛି ଲଗା ଆସିଥାଏ । ପ୍ରତିଦିନ ଏହି କାଢାକୁ ଦିନକୁଇ 2 ଥର ସେବନ କରନ୍ତୁ ।

ଏହି ଆୟୁର୍ବେଦିକ କାଢା ବନାଇ ନିଶ୍ଚୟ ଏହାର ପ୍ରୟୋଗ କରନ୍ତୁ । 2 ଦିନରେ ଏହାର ରେଜଲ୍ଟ ଦେଖିବାକୁ ପାଇବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *