ଥଣ୍ଡାରେ ବଢିଥାଏ ଆସଥ୍ମା ଏଟାକ ର ବିପଦ, ଶ୍ଵାସ ଏବଂ ଫୁସଫୁସ ଜନିତ ରୋଗୀ ଧ୍ୟାନ ରଖନ୍ତୁ ଏହି ଜରୁରୀ ଟିପ୍ସ

ଥଣ୍ଡା ଦିନ ଆସିଗଲାଣି ଓ ଏହି ରିତୁ ରେ ଆସଥ୍ମା ରୋଗୀଙ୍କ ସମସ୍ୟା ବଢିଥାଏ, ଆସଥ୍ମା ରୋଗୀ ଘରେ ରୁହନ୍ତୁ ବା ବାହାରେ ତାଙ୍କୁ ଆସଥ୍ମା ଏଟାକ ପାଇଁ ବିପଦ ଥାଏ । ଫୁସଫୁସ ରୋଗୀଙ୍କ ପାଇଁ ଥଣ୍ଡା ଦିନ ବିପଦ ଦିନ ପରି ଲାଗେ, ଅମେରିକନ ଲଂଗ ଏସୋସିଏଶନ ର ଫ୍ୟାକ୍ତଶୀଟରେ କୁହାଯାଇଛି ଯେ ଆସଥ୍ମା ବହୁତ ପୁରୁଣା ରୋଗ ଅଟେ ଏବଂ ଏବେ ୧୮ବର୍ଷରୁ କମ ଆୟୁ ର ୭.୧ମିଲିୟନ ଛୁଆ ପ୍ରଭାବିତ ଅଛନ୍ତି ।

ଥଣ୍ଡାରୁ ଆସଥ୍ମା ରୋଗୀଙ୍କ ବିପଦ ବଢି ଯାଇଥାଏ :

ବିଶେଷଜ୍ଞମାନଙ୍କ ଅନୁଯାଇ ଆସଥ୍ମା ରୋଗୀଙ୍କ ଶ୍ଵାସ ନଳୀ ଫୁଲି ଥାଏ, ଯାହା କାରଣରୁ ରୋଗୀଙ୍କୁ ଶ୍ଵାସ ନବାରେ ଅସୁବିଧା ହୋଇଥାଏ । ଆସଥ୍ମା ରୋଗୀଙ୍କୁ ଥଣ୍ଡା ଜାଗା ବା ବାତାବରଣ ରେ ରହିବା ଉଚିତ ନୁହେଁ ଏମିତି କଲେ ରୋଗୀ ଖରାପ ଭାୟରସ ସମ୍ପର୍କ ରେ ଆସିଥାଏ ।

ଇନହେଲେସନ ଥେରେପି ଓ ଏହା ଜଡିତ ଭୁଲ ଧାରଣା :

କେତେକ ରୋଗୀ ଓ ତାଙ୍କ ପରିବାର ଲୋକଙ୍କୁ ଅସ୍ଥମା କାରଣ ଓ ତା ଚିକିତ୍ସା ବିଷୟରେ ଜଣା ନଥାଏ, ଆସଥ୍ମା ଏକ ଅନୁବଂଶିକ ଏବଂ ଗୋଟେ ମନୁଷ୍ୟରୁ ଅନ୍ୟ ମାନଙ୍କୁ ବ୍ୟାପୀବା ଭଳି ରୋଗ ଅଟେ  । ରୋଗୀଙ୍କୁ ଆସଥ୍ମା ଏଟାକରୁ ବଞ୍ଚିବା ପାଇଁ ଚିକିତ୍ସା ଉପଲବ୍ଧ ଅଟେ, ଯେମିତି କି ଫିଶ ଥେରେପି, ବୈକଳ୍ପିକ ବଟିକା ଏବଂ ଯୋଗ ମଧ୍ୟ ଆରାମ ଦେଇ ଥାଏ ।

ଆସଥ୍ମା ପୀଡିତ ଲୋକଙ୍କୁ ଭ୍ରମ ଥାଏ ଯେ ତାଙ୍କ ପାଖରେ ଆସଥ୍ମା ଏଟାକରୁ ବଞ୍ଚିବା ପାଇଁ ଇନହେଲର ଅନ୍ତିମ ଉପାୟ ଯଦି ଇନହେଲର ପାଖରେ ନାହିଁ ତାହେଲେ ତାଙ୍କର ବଞ୍ଚିବା କଷ୍ଟକର ବୋଲି କିନ୍ତୁ ଏହା ନୁହେଁ । ଆସଥ୍ମା ରୋଗୀ ଓ ତାଙ୍କ ପରିବାର ଲୋକଙ୍କୁ ଡକ୍ଟର ତରଫରୁ ବୁଝାଇବା ଅତି ଆବଶ୍ୟକ ଅଟେ । ଇନହେଲ୍ଡ କାର୍ଟିକୋସ୍ଟେରାଇଡ୍ସ ବା ଇନହେଲେଶନ ଥେରେପୀ ରେ କମ ସାଇଡ ଇଫେକ୍ଟସ ସହ ଆସଥ୍ମା ଚିକିତ୍ସା କରା ଯାଇ ପାରିବ ।

ଏହି କଥା ଗୁଡିକ ଧ୍ୟାନ ରଖନ୍ତୁ :

ଥଣ୍ଡା ଦିନରେ ଆସଥ୍ମା ରୋଗୀ ଘୁଂଘୁଡି ମାରନ୍ତି, ଶ୍ଵାସ ସମ୍ବନ୍ଧିତ ରୋଗ ଏବଂ ବ୍ରାନ୍କାଇଲ ଆସଥ୍ମା ମାମଲା ରେ ୩୦ ରୁ ୪୦% ଚାନ୍ସ ବଢି ଥାଏ । ଏହି ସାମସ୍ୟାରୁ ବଞ୍ଚିବା ପାଇଁ ଇନହେଲେସନ ଥେରୀପି ସବୁଠାରୁ ଅଧିକ ପ୍ରଭାବିତ ଅଟେ କିନ୍ତୁ ଏହାର ସାଇଡ ଇଫେକ୍ଟ ଠାରୁ ବଞ୍ଚିକି ରୁହନ୍ତୁ । ସବୁବେଳେ ନିଜ ଶରୀରକୁ ଗରମ ରଖିବା ପାଇଁ ଶୀତ ବସ୍ତ୍ର ପରିଧାନ କରନ୍ତୁ । ପାଦରେ ସବୁବେଳେ ମୋଜା ପିନ୍ଧନ୍ତୁ । ଗରମ ଆହାର ସେବନ କରନ୍ତୁ । ଏବଂ ନିଜ ମେଡିସିନ ଓ ଇନହେଲେର ସବୁବେଳେ ନିଜ ପାଖରେ ହିଁ ରଖନ୍ତୁ ।

ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *