ମେଟର୍ନିଟି ଲିବ ଛାଡି ମହିଳା କମିଶନର ଯୋଗଦେଲେ କାମରେ, ଡେଲିଭରୀର ମାତ୍ର ୨୨ ଦିନ ପରେ ହିଁ ନବଜାତ ଶିଶୁ ସହ ଆସିଲେ ଡିୟୁଟିକୁ

କ-ରୋନା ଭୂତାଣୁ ବର୍ତମାନ ରେ ପୁରା ଭାରତ ବର୍ଷ ରେ ବ୍ୟାପୀ ଯାଇଛି ଯାହା ଦ୍ଵାରା ଲୋକ ବହୁତ ସଂକ୍ରମିତ ହେଉଛନ୍ତି, ଏହି ଭୟଙ୍କର ଭାଇରସ ଦ୍ଵାରା ବର୍ତମାନ ରେ ୧୧,୮୩୮ଲୋକ ସଂକ୍ରମିତ ହୋଇଛନ୍ତି ତେବେ ୪୦୩ ଲୋକଙ୍କ ଏହି ସଂକ୍ରମଣ ଦ୍ଵାରା ମୃତ୍ୟୁ ହୋଇଯାଇଛି । କିନ୍ତୁ ଏମିତିକା ସମୟରେ ମଧ୍ୟ ବହୁତ ଲୋକ ଏମିତି ଅଛନ୍ତି ଯିଏ ଏତେ ଅସୁବିଧାରେ ମଧ୍ୟ ନିଜ ପୂର୍ଣ ଯୋଗଦାନ ଦେଉଛନ୍ତି । ତେବେ ଏମିତି ଲୋକ ନିଜ ପରିବାର ଚିନ୍ତା ପରେ ଦେଶ ଚିନ୍ତା ଆଗ କରୁଛନ୍ତି, ଏମିତିକା ଅସୁବିଧା ଠାରୁ ବଞ୍ଚିବା ପାଇଁ ନିଜ ସର୍ବସ୍ଵ ଲଗେଇ ଦଉଛନ୍ତି ।

ତେବେ ଆଜି ଆମେ ଏମତି ଗୋଟେ ମହିଳାଙ୍କ କାହାଣୀ କହିବାକୁ ଯାଉଛୁ ଯିଏ ଏତେ ଭୟଙ୍କର ପରିସ୍ଥିତି ରେ ମଧ୍ୟ ନିଜ ଦେଶକୁ ଏକା ଛାଡି ନାହାନ୍ତି ।

ତେବେ ତାଙ୍କ ନାମ ଶ୍ରୀଜନା ଅଟେ ଯିଏ ବିଶାଖାପଟନମ ନଗର ପାଳିକା ଆୟୁକ୍ତ ଅଛନ୍ତି, ତେବେ ବହୁତ ଲୋକ ଏହି ସଙ୍କଟ ସମୟରେ ଦେଶର ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । କିନ୍ତୁ ଶ୍ରୀଜନା ସମସ୍ତଙ୍କ ଠାରୁ ଭିନ୍ନ ଏବଂ ଅମୂଲ୍ୟ ଯୋଗଦାନ କରିଛନ୍ତି, ଖବର ଅନୁଯାଇ ୨୨ ଦିନ ଆଗରୁ ଶ୍ରୀଜନାଙ୍କ ପ୍ରସବ ହୋଇଥିଲା ଓ ସେ ଗୋଟେ ଛୁଆର ମା ହୋଇଛନ୍ତି, ତାଙ୍କୁ ଘରେ ରହି ଆରାମ କରିବା ପାଇଁ କୁହାଯାଇଥିଲା । କିନ୍ତୁ ଏମିତିକା ଅସୁବିଧା ସମୟରେ ତାଙ୍କ ଆବଶ୍ୟକତା ପଡିଲା ପରେ ସେ ତୁରନ୍ତ ଅଫିସ ଆସି ପହଞ୍ଚିଲେ ।

ପ୍ରସବ କିଛି ଦିନ ପରେ ପହଞ୍ଚିଲେ ଅଫିସ :

ଶ୍ରୀଜନା କହିବା ଅନୁଯାଇ ଯେତେବେଳେ ଏତେ ବଡ ବିପଦ ପୁରା ଦେଶ ଉପରେ ପଡିଛି ସେତେବେଳେ ତାଙ୍କର ଦେଶ ପାଇଁ ଦାଇତ୍ଵ ଆଗ ଏବଂ ଦେଶ ପରେ ପରିବାର ଲୋକଙ୍କ ଦାଇତ୍ଵ ଅଟେ । କ-ରୋନା ପାଇଁ ଦେଶ ଅବସ୍ତା ବହୁତ ଗମ୍ଭୀର ଅଟେ ସେଥିପାଇଁ ତାଙ୍କୁ ଦେଶ ପାଇଁ ନିଜ ଦାଇତ୍ଵ ପୂର୍ଣ କରିବା ନିହାତି ଦରକାର ଅଟେ ସେଥିପାଇଁ ପ୍ରସବର କେବଳ ୨୨ ଦିନ ପରେ ସେ ଅଫିସ କାମ ପାଇଁ ଆସି ଗଲେ ।

ମା ଓ ସ୍ଵାମୀଙ୍କ ସପୋର୍ଟ ମିଳିଛି :

ଶ୍ରୀଜନା ଏମିତି ସମୟରେ ଗୋଟେ ଇଣ୍ଟରଭ୍ୟୁ ରେ ଏହା କହିଛନ୍ତି ଯେ ତାଙ୍କ ଦାଇତ୍ଵ ନିର୍ବାହନ ପାଇଁ ତାଙ୍କ ଓକିଲ ସ୍ଵାମୀ ଏବଂ ମା ସାହାଜ୍ଯ ଦ୍ଵାରା ସେ କାମ କରି ପାରୁଛନ୍ତି, ଶ୍ରୀଜନା ପ୍ରତି ୪ଘଣ୍ଟା ରେ ଘରୁକୁ ଯାଆନ୍ତି ଓ ଛୁଆକୁ ଖିର ପିଏଇ ପୁଣି ଅଫିସ ଫେରି ଆସନ୍ତି, ଏହା ମଧ୍ୟରେ ତାଙ୍କ ସ୍ଵାମୀ ଓ ତାଙ୍କ ମା ତାଙ୍କ ନବଜାତ ଶିଶୁର ଧ୍ୟାନ ରଖନ୍ତି । ବହୁତ ଥର ଏମିତି ମଧ୍ୟ ହୋଇଛି ଯେ ଶ୍ରୀଜନା ନିଜ ଶିଶୁକୁ ନେଇ ଅଫିସ ଆସି ଯାଆନ୍ତି ଓ ନିଜ କାମ ଛୁଆକୁ କୋଳରେ ରଖି କାମ ସମାପ୍ତ କରନ୍ତି ।

Leave a Reply

Your email address will not be published. Required fields are marked *