ଷ୍ଟେସନ ରେ ଥିବା ମଜଦୁରମାନଙ୍କୁ ଗୁମରାହ କରିଥିବା ଲୋକ ଗିରଫତାର, ସୋଶଅଲ ମିଡିଆ ରେ ଦେଇଥିଲା ଚେତାବନୀ

ବାନ୍ଦ୍ରା ରେଲବେ ଷ୍ଟେସନ ରେ ବହୁତ ଲୋକଙ୍କ ଭିଡ ଥିଲା ଏହି ଲୋକ ପ୍ରତିଦିନ କାମ କରୁଥିବା ମଜୁରିଆ ଅଟନ୍ତି ତେବେ କାମ କଲେ ଟଙ୍କା ପାଆନ୍ତି ନଚେତ ଓପାସ ରୁହନ୍ତି ତେବେ ଏମିତିକା ଅବସ୍ତାରେ ବହୁତ ଲୋକ ନିଜ ନିଜ ଗାଁକୁ ଫେରି ଯିବା ପାଇଁ ରେଲବେ ଷ୍ଟେସନ ରେ ଭିଡ ଲଗେଇଛନ୍ତି । ଏମିତିକା ସ୍ଥିତିରେ ବିନୟ ଦୁବେ ନାମକ ଜଣେ ଯୁବକକୁ ପୋଲିସ ଗିରଫତାର କରିଛନ୍ତି । ତେବେ ପୋଲିସ ଅନୁଯାଇ ଏହି ଯୁବକ ଉପରେ ଆରୋପ ଅଟେ ଯେ ଏହି ଲୋକ ଷ୍ଟେସନ ରେ ଥିବା ଲୋକଙ୍କୁ ଲକଡାଉନ ସମୟରେ ଭିଡକୁ ଗୁମରାହ କରିଛି ।

ଗୋଟେ ଅଧିକାରୀ କହିବା ଅନୁଯାଇ ବିନୟ ଦୁବେ ମଙ୍ଗଳବାର ରାତିରେ ନବି ମୁମ୍ବାଇ ଏରୋଲି ଠାରୁ ଧରା ଯାଇଥିଲା ଏବଂ ଆଜାଦ ମଏଦାନ ପୋଲିସ ଷ୍ଟେସନ କୁ ଦିଆ ଯାଇଥିଲା, ତେବେ ବର୍ତମାନରେ ବିନୟ ପୋଲିସ ହାଜତ ରେ ଅଛି ।

ତେବେ ବିନୟ ଦୁବେ ନିଜ ସୋଶିଅଲ ଏକାଉଣ୍ଟ ରେ ଗୋଟେ ଭିଡିଓ ଶେୟର କରିଥିଲେ ଯାହା ଅନୁଯାଇ ସେ ଆଗ ସରକାରକୁ ପ୍ରବାସୀ ମଜୁରି କରୁଥିବା ଲୋକଙ୍କ ପାଇଁ ଘରକୁ ଫେରିବା ପାଇଁ ବ୍ୟବସ୍ତା କରିବା ପାଇଁ କହିଥିଲେ ଏହା ପରେ ସେ ସରକାରକୁ ଚେତାବନୀ ଦେଇ ଏହା କହିଥିଲେ ଯେ ଯଦି ୧୮ ଏପ୍ରିଲ ପର୍ଯ୍ୟନ୍ତ କୌଣସି ବ୍ୟବସତା ନ କରା ଗଲା ତେବେ ପ୍ରବାସୀ ରୋଡ କୁ ଆସିବେ । ବିନୟ ଦୁବେ ‘ଚଲୋ ଘର କି ଓର’ କ୍ୟାମପେନ କରୁଥିଲା, ନିଜ ଫେସବୁକ ପୋସ୍ଟରେ ବିନୟ ନିଜ ଟିମ ସହ ମୁମ୍ବାଇ ରେ ଥିବାର କଥା ମଧ୍ୟ ଲେଖିଥିଲା ।

ତେବେ ଏହି ଘଟଣା ପାଇଁ ପୋଲିସ ହଜାର ଲୋକଙ୍କ ନା ରେ ଏଫଆଇଆର ଲେଖିଛନ୍ତି । ବିନୟ ଦୁବେ ସରକାରକୁ ଟ୍ବିଟର ରେ ମଧ୍ୟ ଚେତାବନୀ ଦେଇଥିଲେ ଏବଂ କହିଥିଲେ ଯେ ୧୮ ଏପ୍ରିଲ ଠାରୁ ପ୍ରବାସୀ ମଜୁରି ଲୋକଙ୍କ ପାଇଁ ଟ୍ରେନ ସଂଚାଳନ ଆରମ୍ଭ ହୋଇଯିବା ଉଚିତ ନଚେତ ଦେଶବାସୀ ମଜୁରି ଲୋକ ଆନ୍ଦୋଳନ କରିବେ । ନିଜ ଏହି ଟ୍ବିଟରେ ବିନୟ ରେଳ ମନ୍ତ୍ରୀ ପୀୟୂଷ ଗୋୟେଲ,ମହାରାଷ୍ଟ୍ର ସିଏମ, ୟୁପି, ଝାରଖଣ୍ଡ ଏବଂ ବିହାର ସିଏମ ଅଫିସକୁ ମଧ୍ୟ ଟେଗ କରିଥିଲା ।

ଖବର ଅନୁଯାଇ ବିନୟ ଅସୁବିଧାରେ ଥିବା ମଜୁରି ଲୋକଙ୍କୁ ଭଡକେଇବା ପାଇଁ ଚଲୋ ଘର ନାମକ ଅଭିୟାନ ମଧ୍ୟ ଆରମ୍ଭ କରିଥିଲା । ତେବେ ମଙ୍ଗଳବାର ଦିନ ମୁମ୍ବାଇ ରେଲବେ ଷ୍ଟେସନ ରେ ପ୍ରବାସୀ ମଜୁରି ଲୋକଙ୍କ ଭିଡ ଜମା ହୋଇଥିଲେ, ଏହି ସମସ୍ତେ ଘରକୁ ଫେରିବା ପାଇଁ ଷ୍ଟେସନ ରେ ଜମା ହୋଇଥିଲେ । ମଜୁରିଆ ଲୋକଙ୍କୁ ଏହା ଆଶା ଥିଲା ଯେ ଲକଡାଉନ ସମାପ୍ତ ହୋଇଯିବ, ଏତେ ଭିଡ ଉଠେଇବା ପାଇଁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଲା, ତେବେ ବର୍ତମାନରେ ପ୍ରବାସୀ ମଜୁରିଆ ଲୋକଙ୍କୁ ଷ୍ଟେସନରୁ ବାହାର କରି ଦିଆ ଯାଇଛି ଓ ଦେଶରେ ୩ ମଈ ପର୍ଯ୍ୟନ୍ତ ଲକଡାଉନ କରା ଯାଇଛି ।

Leave a Reply

Your email address will not be published. Required fields are marked *