ହରିୟାନା ରେ ୬ ଏବଂ ୮ ବର୍ଷ ଭାଇ ଭଉଣୀ ୧୫ ଦିନରେ କରୋନାକୁ ହରେଇଛନ୍ତି, କେମେତି ଥିଲା ସେହି ୧୫ ଦିନ ତାଙ୍କ ପାଇଁ ଜାଣନ୍ତୁ

ହରିୟାନା ସିର୍ସା ରେ ସ୍ଥିତ ଶିବିଲ ହସ୍ପିଟଲ ଡକ୍ଟରମାନଙ୍କ ଚେହେରା ମଙ୍ଗଳବାର ଦିନ ଖୁସି ଥିଲା, ସମସ୍ତେ ମାସ୍କ ଲଗେଇ ଖୁସି ହୋଇ ବୁଲୁଥିଲେ, ଏହି ଦିନ ହସ୍ପିଟଲ ରେ ଭର୍ତି ହୋଇଥିବା ଦୁଇଟି କ-ରୋନା ସଂକ୍ରମିତ ଛୁଆ ଭଲ ହୋଇ ନିଜ ଘରକୁ ଫେରୁଥିଲେ । ୬ ଏବଂ ୮ ବର୍ଷ ଏହି ଭାଇ ଭଉଣୀ ୧୫ ଦିନ ପର୍ଯ୍ୟନ୍ତ ହସ୍ପିଟାଲ ରେ ଭର୍ତି ଥିଲେ ଏବଂ ୧୫ ଦିନ ପରେ ଭଲ ହୋଇ ନିଜ ଘରକୁ ଫେରିଲେ । ଦୁଇଟି ଛୁଆ ଗୋଟେ ବେଡରେ ସୋଇ ୧୫ ଦିନ ପର୍ଯ୍ୟନ୍ତ ଗେମ ଖେଳୁଥିଲେ ଏବଂ ମା ସହ ଭିଡିଓ କଲ ରେ କଥା ହଉଥିଲେ । ହସ୍ପିଟାଲରୁ ଫେରିଲା ସମୟରେ ମଧ୍ୟ ଛୁଆ ବହୁତ ଖୁସି ଥିଲେ, ଡକ୍ଟରମାନେ ମଧ୍ୟ ତାଳି ବଜେଇ ଛୁଆଙ୍କୁ ବିଦାୟ ଦେଇଥିଲେ ।

ମା ପରେ ଦୁଇ ଛୁଆଙ୍କ ରିପୋର୍ଟ ପଜେଟିବ ଆସିଥିଲା :

ସିର୍ସା ବନସଲ କାଲୋନୀ ରେ ରହୁଥିବା ମହିଳା ୩୦ ମାର୍ଚ କ-ରୋନା ପଜେଟିବ ଆସିଥିଲା, ଗତ ୧୫ ଦିନ ଧରି ତାଙ୍କ ଦେହ ଖରାପ ଥିଲା, ତେବେ ଯାଞ୍ଚ ପରେ ମହିଳାଙ୍କ ପଜେଟିବ ଆସିଥିଲା ଏହା ପରେ ମହିଳାଙ୍କ ଦୁଇ ଛୁଆ ଯିଏ ପୁଅ ୮ ବର୍ଷ ଏବଂ ଝିଅ ୬ ବର୍ଷ ର ତାଙ୍କର ମଧ୍ୟ କ-ରୋନା ପଜେଟିବ ଆସିଲା । ତେବେ ୩୧ ମାର୍ଚ ରେ ଛୁଆଙ୍କୁ ସଂକ୍ରମଣ ହୋଇଛି ବୋଲି ରିପୋର୍ଟ ରୁ ଜଣା ପଡିଥିଲା ଯାହା ପରେ ସମସ୍ତଙ୍କୁ ହସ୍ପିଟଲ ରେ ଭର୍ତି କରା ଗଲା ।

ବାପା ଦୁଇ ଛୁଆଙ୍କୁ ଗୋଟେ ଗୋଟେ ମୋବାଇଲ ଦେଲେ :

ଛୁଆ ଓ ମା ରିପୋର୍ଟ ପଜେଟିବ ଆସିବା ଛଡା ଅନ୍ୟ ପରିବାର ଲୋକଙ୍କ ରିପୋର୍ଟ ନେଗେଟିବ ଆସିଛି, ବାପା ଚଣ୍ଡିଗଡ ରେ ରୁହନ୍ତି ତେବେ ଛୁଆ ହସ୍ପିଟାଲ ରେ ଭର୍ତି ହେଲା ପରେ ବାପା ଯାଇ ପହଞ୍ଚିଲା ଏବଂ ଦୁଇ ଛୁଆଙ୍କୁ ଦୁଇଟି ଫୋନ ଦେଲେ । ମୋବାଇଲ ରେ ଛୁଆ ଦିନ ସାରା ବେଡରେ ସୋଇ କାଣ୍ଡୀ କ୍ରଶ ଏବଂ ଅନ୍ୟ ଗେମ ଖେଳୁଥିଲେ ଏବଂ ନିଜ ପସନ୍ଦ ଅନୁଯାଇ କାର୍ଟୁନ ମଧ୍ୟ ଦେଖୁଥିଲେ ଏହା ଛଡା ନିଜ ମା ସହ ବହୁତ ବହୁତ ସମୟ ଧରି ଭିଡିଓ କଲ ରେ କଥା ହଉଥିଲେ । ଏମିତି କରି ଛୁଆ ୧୫ ଦିନ ହସ୍ପିଟଲ ରେ କାଟି ଦେଲେ ।

ଡକ୍ଟର କହିଲେ ଛୁଆ କଥା ମାନୁଥିଲେ ଏବଂ ନିଜେ ବ୍ୟସ୍ତ ରହୁଥିଲେ :

ତେବେ ଡକ୍ଟର କହିବା ଅନୁଯାଇ ଛୁଆ ମୋବାଇଲ ରେ ବ୍ୟସ୍ତ ରହୁଥିଲେ ଯାହା ଦ୍ଵାରା ସେ ଖୁସି ରହୁଥିଲେ, ଏବଂ ଏହା ମଧ୍ୟ କହିଲେ ଯେ ଆମ ଦ୍ଵାରା ଦିଆ ଯାଇଥିବା ପ୍ରତି ନିର୍ଦେଶକୁ ଛୁଆ ମାନୁଥିଲେ ଔଷଧ ମଧ୍ୟ ସମୟ ଅନୁଯାଇ ଖାଉଥିଲେ ସେଥିପାଇଁ ଏତେ ଶୀଘ୍ର ଭଲ ହୋଇ ପାରିଲେ ।

Leave a Reply

Your email address will not be published. Required fields are marked *