ତ୍ରିକୋଣୀୟ ପ୍ରେମ! ବାହା ହେଉଥିଲା ପ୍ରେମିକା, ବରର କାର ଆଗରେ ଠିଆ ହେଲା ପ୍ରେମିକ…. ଆଉ ତା ପରେ ଯାହା ହେଲା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ପ୍ରେମିକା ଜଣକ ବାହା ହୋଇ ନିଜ ସ୍ଵାମୀ ସହ ଗାଡିରେ ବସି ଯାଉଥିଲେ । ଠିକ ସେହି ସମୟରେ ପ୍ରେମିକ ଜଣକ ବର ଗାଡିକୁ ଅଟକାଇଲେ । ଖାଲି ଅଟକାଇଲେ ତାହା ନୁହେଁ ବରଂ ରାସ୍ତା ଉପରେ ଚାଲିଲା ହାଇ ଡ୍ରାମା । ସ୍ଥିତିତ ଏତେ ଅସମ୍ଭାଳ ହେଲା ଯେ ଶେଷରେ ବର ଗାଡି ପାଖରେ ପହଞ୍ଚିଲା ପୋଲିସ । ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ବରାଙ୍ଗ ଗାଁ ରେ ଘଟିଛି ଏଭଳି ଅଭାବନୀୟ ଘଟଣା । ନିଶାକର ବାରିକଙ୍କ ପୁଅ ଦୀନବନ୍ଧୁ ବାରିକ ବାସୁଦେବପୁର ଥାନା ଅଧୀନ ଲୁଙ୍ଗା ପଞ୍ଚାୟତର ବାରିକ ସାହି ଗାଁ ର ସୁଶାନ୍ତ ବାରିକଙ୍କ ଝିଅ ପୁଷ୍ପଲତା ବାରିକ ଙ୍କ ମଧ୍ୟରେ ଥିଲା ପ୍ରେମ ସମ୍ପର୍କ ।

ଆଉ ଦୁହିଙ୍କ ସମ୍ପର୍କ ବିଷୟରେ ଅରିବାର ଲୋକେ ଜାଣିବା ପରେ ଉଭୟଙ୍କ ବିବାହ କୁ ନେଇ ପୁଅକୁ ପ୍ରତିଶ୍ରୁତି ଦେଇଥିଲେ ଝିଅର ଘର ପାଖ । କିନ୍ତୁ ଅନ୍ୟ ପକ୍ଷରେ ଝିଅ ଘର ଲୋକ ଅନ୍ୟତ୍ର ବାହାଘର ପାଇଁ ପ୍ରସ୍ତୁତ କରୁଥିଲେ । ବାହାଘର ଖବର ପାଇବା ପରେ ଝିଅର ବାପାଙ୍କ ସହ ଯୋଗାଯୋଗ କରିଥିଲା ପୁଅ । କିନ୍ତୁ କେହି ତାଙ୍କର ଫୋନ କଲ ଉଠାଇ ନ ଥିଲେ ।

ଯେତେବେଳେ ଝିଅର ବାପା ପୁଅର ଫୋନ ନ ଉଠାଇଲେ ସେହି ସମୟରେ ଥାନାରେ ଏତାଲା ଦେଇଥିଲେ ପୁଅ । ରାତିରେ ପୋଲିସ କିଛି ନ କରିବାରୁ ସକାଳୁ ବର କନ୍ୟା ବିଦାୟ ହେବା ସମୟରେ ଏମିତି ରାସ୍ତା ରେ ବର ଗାଡିକୁ ଅଟକାଇ ଥିଲେ ଦୀନବନ୍ଧୁ । କେଉଁ କାରଣ ପାଇଁ ବର ଙ୍କ ଗାଡିକୁ ରାସ୍ତା ମଝିରେ ଅଟକା ଯାଇଛି ତାହାକୁ ନେଇ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ପୁଷ୍ପଲତା ଙ୍କ ଶାଶୁଘର ଲୋକ ଓ ସ୍ଵାମୀ ।

ଦୀନବନ୍ଧୁ ଙ୍କ କହିବା ଅନୁଯାୟୀ ଝିଅ ଘର ଲୋକେ ତାଙ୍କ ଭଲ ପାଇବା ବିଷୟରେ ଜାଣିଥିଲେ ଓ ସମର୍ଥନ ମଧ୍ୟ କରୁଥିଲେ । ଝିଅ ଘର ଲୋକ ଯେତେବେଳେ ଟଙ୍କା ମାଗିଥିଲେ ଦୀନବନ୍ଧୁ ଦେଇଥିଲେ । କିନ୍ତୁ ଝିଅର ବାପା ପୁଷ୍ପଲତା ଙ୍କ ବାହାଘର ବିଷୟରେ କିଛି ବି ଜଣାଇ ନ ଥିଲେ ।

ଏମିତିକି ପୁଷ୍ପଲତା ଅଧ୍ୟ ଏ ବିଷୟରେ ଦୀନବନ୍ଧୁ ଙ୍କୁ କିଛି ବି ଅବଗତ କରାଇ ନାହାନ୍ତି । ଯାହାକୁ ନେଇ ପ୍ରେମିକ ଦୀନବନ୍ଧୁ ରାସ୍ତା ରେ ମଝିରେ ଏମିତି ଗାଡି ଅଟକ କରିଛନ୍ତି । ଅନ୍ୟ ପକ୍ଷ ରେ ରାସ୍ତା ଉପରେ ଉତେଜନା ଖବର ପାଇ ପୋଲିସ ପହଞ୍ଚି ୩ ପକ୍ଷଙ୍କ ସହ ଆଲୋଚନା କରିଥିବା ନେଇ ଜଣା ପଡିଛି ।

ତେବେ ପ୍ରେମିକ ଦୀନବନ୍ଧୁ ଓ ଝିଅର ବାପା ଙ୍କୁ କିଛି ସମୟ ପୋଲି ଥାନାରେ ଅଟକ ରଖିଥିଲା । ହେଲେ ପରେ ଛାଡି ଦେଇଥିବା ନେଇ ଜଣା ପଡିଛି । ତେବେ ସେ ଯାହା ଅବି ହେଉ ଅଧା ରାସ୍ତା ରେ ବର ଗାଡି ଏମିତି ଅଟକାଇବା କୁ ନେଇ ପୁରା ରାଜ୍ୟ ରେ ବେଶ ଚର୍ଚ୍ଚା ଜୋର ଧରିଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ବାବଦରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଅବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *