ତୁଳା ରାଶି ଓ କୁମ୍ଭ ରାଶି ମଧ୍ୟରେ କେଉଁ ରାଶି ସବୁଠାରୁ ଅଧିକ ଭାଗ୍ୟଶାଳୀ ?

ବନ୍ଧୁଗଣ ରାଶିଚକ୍ର ରେ 12ଟି ରାଶି ଅଛି । ଗ୍ରହ ମାନଙ୍କର ଚଳନ କାରଣରୁ ରାଶି ମାନଙ୍କ ଉପରେ ଭଲ ଓ ଖରାପ ପ୍ରଭାବ ପଡିଥାଏ । ଯାହା ଫଳରେ ଜାତକ ଜୀବନରେ କେବେ ଖୁସି ତ କେବେ ଦୁଃଖ ଆସିଥାଏ । ଆଜି ଆମେ ଜାଣିବା ରାଶିଚକ୍ର ଅନୁଯାୟୀ ତୁଳା ରାଶି ଓ କୁମ୍ଭ ରାଶି ମଧ୍ୟରେ ସବୁଠୁ ଶକ୍ତିଶାଳୀ କେଉଁ ରାଶି ଅଟେ । ପ୍ରଥମେ ଆସନ୍ତୁ ଜାଣିବା ତୁଳା ରାଶି ବିଷୟରେ ।

ଚିତ୍ରା ନକ୍ଷତ୍ରର ତୃତୀୟ ଓ ଚତୁର୍ଥ ପାଦ, ସ୍ଵାତି ଓ ବିଶାଖା ନକ୍ଷତ୍ରର ପ୍ରଥମ 3ଟି ପାଦରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ତୁଳା ରାଶିର ଅଟନ୍ତି । ଆପଣଙ୍କର ନାମର ପ୍ରଥମ ଅକ୍ଷରଟି ର, ରା, ପି, ରେ, ରୋ, ତ, ତି ଇତ୍ୟାଦି । ଏହି ରାଶିର ଜାତକ ଅନେକ ଗୁଣରେ ପାରଦର୍ଶିତା ଅଟନ୍ତି । ଏମାନେ ନିଜର ପ୍ରବୃତ୍ତ ବିକାଶ ପାଇଁ ଚେଷ୍ଟା କରିଥାନ୍ତି । ନିଆକୁ ସର୍ବଦା ଉନ୍ନତ କରିବା ପାଇଁ ବିଭିନ୍ନ ପ୍ରକାରର ପ୍ରୟାସ କରିଥାନ୍ତି ।

ଶୁକ୍ର ଏହି ରାଶିର ଅଧିପତି ଅଟନ୍ତି । ଆପଣ ଜଣେ ନ୍ୟାୟ ପରାୟଣ ବ୍ୟକ୍ତି ଅଟନ୍ତି । ଜଟିଳ ସମସ୍ୟାକୁ ଧର୍ଯ୍ୟ ସହକାରେ ମୁକାବିଲା କରନ୍ତି । ଭାଇ ଭଉଣୀ ଆପଣଙ୍କ ଉପରେ ଭରସା କରନ୍ତିନି । ସ୍ଵାମୀ ବା ସ୍ତ୍ରୀ ପ୍ରତି ଭରସା କରନ୍ତି ନାହିଁ । ମାନସିକ ଚିନ୍ତାରେ ଘେରି ହୋଇ ରହିଥାନ୍ତି । ଏମାନେ ତର୍କ ବୀର ଓ ଯୁକ୍ତିବାଦୀ ଅଟନ୍ତି । ଯାହା କାରଣରୁ ଦାମ୍ପତ୍ୟ ଜୀବନରେ ବ୍ୟାଘାତ ଆସିଥାଏ ।

ଲଭ ଲାଇଫ କ୍ଷେତ୍ରରେ ଏମାନେ ଧୋକା ଖାଇଥାନ୍ତି । ଏହି ରାଶିର ପୁରୁଷ ଓ ନାରୀ ପ୍ରଭୁତ୍ଵ ବିସ୍ତାର କରିବାକୁ ଚାହିଁଥାନ୍ତି । ଉପଯୁକ୍ତ ଜୀବନ ସାଥି ମିଳିଲେ ଜୀବନ ଉତ୍ତମ ହୋଇଥାଏ । ଏବେ ଆସନ୍ତୁ ଜାଣିବା କୁମ୍ଭ ରାଶିର ବ୍ୟକ୍ତି ବିଷୟରେ । ଏହି ରାଶିର ଜାତକଙ୍କର ଧନିଷ୍ଠ, ସତଭିକ୍ଷା, ପୁରୋହିତ ନକ୍ଷତ୍ର ହୋଇଥିବ । ଏମାନଙ୍କର ନାମର ପ୍ରଥମ ଅକ୍ଷର ଗୁ, ଗେ, ଗୌ, ସ, ସି, ସୁ, ତା, ତେ ଇତ୍ୟାଦି ।

ଏମାନଙ୍କର ଅଧିପତି ହେଉଛନ୍ତି ଶନି । ଏମାନେ ପଣ୍ଡିତ, ବିଦ୍ଵାନ, କବି, ସୁଲେଖକ, ବିଚକ୍ଷଣ ବୁଦ୍ଧି, ଗୀତ ବାଦ୍ୟ ପ୍ରିୟ ର ହୋଇଥାନ୍ତି । ଏମାନେ ଦେଖିବାକୁ ମାଧ୍ୟମ ଉଚ୍ଚ ସମ୍ପନ୍ନ ବ୍ୟକ୍ତି, କର୍କଶ କାନ୍ଥ ହୋଇଥାଏ । ଏମାନେ ଚତୁର ବୁଦ୍ଧି ସମ୍ପନ୍ନ, କାମାତୁର, କ୍ରୂର, ହିଂସ୍ରକ, ଶାନ୍ତ ସ୍ଵଭାବ, ଧର୍ମ ଦର୍ଶନର ବ୍ୟକ୍ତି ହୋଇଥାନ୍ତି । ମିଥ୍ୟା ମୋକଦମାରେ ପଡି ହଇରାଣ ହୁଅନ୍ତି ।

ପ୍ରକୃତି ଅସ୍ଥିର କାରଣରୁ ସମାଜରେ ନିନ୍ଦା ପାଇଥାନ୍ତି । ବହୁ ଆଡମ୍ବର ଦେଖାଇଥାନ୍ତି କିନ୍ତୁ କିଛି ଲାଭ ନାହିଁ । ଜୀବନକୁ ଆନନ୍ଦ ଉପଭୋଗରେ ବିତାଇଥାନ୍ତି । ଏହି ରାଶିର ଜୀବନ ସାଥିଙ୍କ ମଧ୍ୟରେ ବୁଝାମଣା ଠିକ ନ ରହିଲେ ବିବାହ ବିଛେଦ ହୋଇଥାଏ । ଆପଣଙ୍କ ପାଇଁ ଶୁଭ ଦିନ ଶନିବାର, ସଂଖ୍ୟା 1, ଶ୍ରେଷ୍ଠ ଧାତୁ ସୀସକ, ରତ୍ନ ଇନ୍ଦ୍ରଟିଳ ବା କୋବେଦ । ବିପଦ ସମୟରେ ଆପଣ ଭଗବାନଙ୍କୁ ଧ୍ୟାନ କରିଥାନ୍ତି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *