Tulasi Puja Vidhi: ତୁଳସୀ ଗଛରେ ଜଳ ଅରପଣ କରିବାର ବିଧି ? କେଉଁ ଦିନ ତୁଳସୀ ଗଛରେ ଜଳ ଦେବେ ଓ କେଉଁ ଦିନ ଦେବେ ନାହିଁ ?

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ତୁଳସୀ ଗଛରେ ଜଳ ଦେବାର ବିଧି ଓ ରବିବାର ଦିନ ତୁଳସୀ ଗଛରେ ପାଣି ଦେବା ଉଚିତ କି ନୁହେଁ ସେହି ବିଷୟରେ କହିବାକୁ ଯାଉଛୁ । ହିନ୍ଦୁ ଧର୍ମରେ ମାତା ତୁଳସୀ ବା ମା ବୃନ୍ଦାବତୀ ଙ୍କୁ ପ୍ରତେକ ଘରେ ଘରେ ପୂଜା କରା ଯାଇଥାଏ । ଏଭଳି ଘରେ କୌଣସି ଦୁର୍ଘଟଣା ଆସେ ନାହି । ତେଣୁ ପ୍ରତେକ ଦିନ ତୁଳସୀ ମାତା ଙ୍କୁ ପୂଜା କରିବା ଉଚିତ । ଯେଉଁ ସମୟରେ ସୂର୍ଯ୍ୟଦେବ ଉଦୟ ହେବେ ସେହି ସମୟରେ ସ୍ନାନାଦି କର୍ମ ସାରି ସୂର୍ଯ୍ୟଦେବଙ୍କୁ ଜଳ ଦେବା ପରେ ତୁଳସୀ ଗଛକୁ ଜପ ସମର୍ପଣ କରିବା ଉଚିତ ।

ଯଦି ଆପଣ ସୂର୍ଯ୍ୟ ଉଦୟ ସମୟରେ ମାତା ତୁଳସୀଙ୍କୁ ଜଳ ଅର୍ପିତ କରୁଛନ୍ତି ତେବେ ଶୁଭ ଫଳ ମିଳିଥାଏ । କିନ୍ତୁ ରବିବାର ଓ ଏକାଦଶୀ ଦିନ ମାତା ତୁଳସୀଙ୍କୁ ଜଳ ଦେବା ଅନୁଚିତ । ଏହାର କାରଣ ଶାସ୍ତ୍ର ଅନୁଯାୟୀ ରବିବାର ଓ ଏକାଦଶୀରେ ମାତା ତୁଳସୀ ପ୍ରଭୁ ବିଶୁଣୁଙ୍କ ପାଇଁ ନିର୍ଜଳା ବ୍ରତ ରଖିଥାନ୍ତି । ଏକାଦଶୀ ଦିନ ନିର୍ଜଳା ଏକାଦଶୀ ବ୍ରତ ଓ ରବିବାର ଦିନ ପ୍ରଭୁ ଗୋଲକ ବିହାରୀ ବିଶୁଣୁଙ୍କ ପାଇଁ ନିର୍ଜଳା ବ୍ରତ ରଖିଥାନ୍ତି । ଏମିତିକି ଏହି ଦୁଇ ବାରରେ ତୁଳସୀ ମା ଙ୍କୁ ସ୍ପର୍ଶ କରାଯାଏ ନାହି ।

ପ୍ରତେକ ଦିନ ସକାଳ ଓ ସ୍ନାଧ୍ୟରେ ମାତା ତୁଳସୀଙ୍କୁ ଦୀପ ଦାନ କରିବା ଉଚିତ । ଦୀପକୁ ତଳେ ନ ରଖି ପତ୍ର ବା ଫୁଲ ଉପରେ ରଖିଲେ ଶୁଭ ଫଳ ମିଳିଥାଏ । ପ୍ରତେକ ଦିନ ତୁଳସୀ ମାତା ଙ୍କୁ ଦୀପ ଦାନ କରି ହେବ । ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛରେ ପାଣି ଦେବା ସମୟରେ ପୂର୍ବ ଦିଗକୁ ମୁଖ କିମ୍ବା ଉତ୍ତାରେ ଦିଗରେ ମୁଖ କରିବା ଉଚିତ । ମାତା ତୁଳସୀଙ୍କୁ ଜଳ ଦେବା ସମୟରେ ଉପର ବାଟେ ନ ଦେଇ ତୁଳସୀ ଗଛର ମୂଳରେ ଦେବା ଉଚିତ । ଏହା ପରେ ପ୍ରଦୀକ୍ଷଣ କରିବା ସହ ଆଉ ଥରେ ତୁଳସୀ ଗଛରେ ଜଳ ଦେଇ ପାରିବେ ।

୩ ଥର ପ୍ରଦୀକ୍ଷଣ କରିବା ସମୟରେ ମଧ୍ୟ ତୁଳସୀଙ୍କୁ ଜଳ ସମର୍ପଣ କରି ହେବ । ମାତା ତୁଳସୀଙ୍କୁ ଜଳ ସମର୍ପଣ କରିବା ସମୟରେ ବୃଦ୍ଧା ଓ ତର୍ଜନୀ ଆଙ୍ଗୁଳି ଅଲଗା ରଖିବେ କେବେ ଏକାଠି ରଖି କରିବେ ନାହି । ଆପଣ ଯେଉଁ ଢାଳ ରେ ଜଳ ଦେବେ ଦୁଇ ଆଙ୍ଗୁଠିକୁ ବାଦ ଦେବେ କାରଣ ଏହା ହେବ ରାକ୍ଷସୀମୁଦ୍ରା ଯାହା ଦ୍ଵାରା ସେହି ଜଳ ରକ୍ତ ହୋଇଯାଏ । ତେଣୁ ଶାସ୍ତ୍ର ଅନୁଯାୟୀ ଖୋଲା ହାତରେ ମାତା ତୁଳସୀଙ୍କୁ ଜଳ ସମର୍ପଣ କରିବା ଉଚିତ । ଭଗବାନ ସୂର୍ଯ୍ୟଙ୍କୁ ଓ ମାତା ତୁଳସୀଙ୍କୁ ଜଳ ଦେବା ସମୟରେ ଖୋଲା ହାତରେ କରନ୍ତୁ ।

ଜଳ ଦେବା ସମୟରେ ତୁଳସୀଙ୍କ ଗାୟତ୍ରୀ ମନ୍ତ୍ର ଓମ ତୁଳାଶଏ ବିଗମହେ ଭଗବତେ ଧୀମହୀ ତନୋ ବୃନ୍ଦା ପ୍ରଚୋଦୟା ଜପ କରିବା ଉଚିତ । ଏହା ଛଡା ଅନ୍ୟ ଏକ ମନ୍ତ୍ର ହେଉଛି ଶ୍ରୀଇଂ କ୍ରିଙ୍ଗ କ୍ଲିଙ୍ଗ ଅଇଙ୍ଗ ବୃନ୍ଦାବତୀହି ନମହ ଉଚ୍ଚାରଣ କରି ତୁଳସୀ ମାତାଙ୍କୁ ଜଳ ଦାନ କରି ପାରିବେ । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *