ତୁଳସୀ ଗଛ ର କେଉଁ କେଉଁ ଉପାୟ କରିବା ଦ୍ଵାରା ଧନର ବର୍ଷା ହୋଇଥାଏ ?

ବନ୍ଧୁଗଣ ତୁଳସୀ ର ପୂଜା କରିବା ମାନେ ସକାଳୁ ଜଳ ଅର୍ପଣ କରିବା, ସନ୍ଧ୍ୟାରେ ଦୀପ ଜଳାଇବା ତାହା ଶୁଦ୍ଧ ଘିଅରେ ହୋଇଥିବା ଉଚିତ । ଏହାକୁ ବହୁତ ଶ୍ରେଷ୍ଠ ମାନାଯାଏ । ପ୍ରତେକ ହିନ୍ଦୁ ଘରେ ତୁଳସୀ ର ପୂଜା କରାଯାଏ । ସନ୍ଧ୍ୟା ସମୟରେ ଯେବେ ଶୁଦ୍ଧ ଘିଅର ଦୀପ ଜଳାନ୍ତି ଓ ସକାଳେ ଜଳ ଅର୍ପଣ କରାଯାଏ ସେତିକି ମାତ୍ରାରେ ଜୀବନରେ ଆଗକୁ ଆସୁଥିବା ବିପଦ ଦୂର ହୋଇଯାଏ ।

ତୁଳସୀରେ ଦୀପ ଜାଳିବା ସମୟରେ ଦୀପ ତଳେ ଚାଉଳ ରଖିବା ଉଚିତ । ଆଜି ଆମେ ଜାଣିବା ତୁଳସୀ ଗଛର କେଉଁ କେଉଁ ଉପାୟ କରିବା ଦ୍ଵାରା ଧନ ଜନିତ ସମସ୍ଯା ଦୂର ହୋଇଥାଏ । ପ୍ରତେକ ଦିନ 2ରୁ 3ଟି ତୁଳସୀ ପତ୍ର ପାଣିରେ ପକାଇ ଘରେ ଛିଞ୍ଚିଲେ ଘର ପବିତ୍ର ହୋଇଥାଏ । ଯାହାବି ଅସୁବିଧା ଥିବ ତାହା ଦୂର ହୋଇଯିବ । ତୁଳସୀ ଏତେ ଚମତ୍କାରିତା ଗଛ କି ଏହାର ଚେର, ଡାଳ, ପତ୍ରରେ ସବୁ କିଛି ଚମତ୍କାରିତା ରହିଛି ।

ଗୁରୁବାର ଦିନ ସକାଳୁ ସ୍ନାନ କରିବା ପରେ ଏହି ଖାସ ଉପାୟ କରିବାକୁ ହେବ । ଗୁରୁବାର ଦିନ ହଳଦିଆ ବସ୍ତ୍ର ଧାରଣ କରି ହଳଦିଆ ଟୀକା ମଥାରେ ଲଗାନ୍ତୁ । ଯେ କୌଣସି ତୁଳସୀ ଗଛରେ ଜଳ ଅର୍ପଣ କରନ୍ତୁ । ତୁଳସୀ ଗଛରୁ କିଛି ଚେର ନେଇ ଧାନ ରଖୁଥିବା ଜାଗାରେ ରଖି ଦିଅନ୍ତୁ । ଚେରକୁ ସଫା ପାଣିରେ ଧୋଇ ଗଙ୍ଗାପାଣି ରେ ଧୋଇ ଦିଅନ୍ତୁ । ଏହାପରେ ଦୀପ, ଧୂପ ଦେଇ ପୂଜା କରି ଟଙ୍କା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ ।

 

ଏହି ଚେର କୁ ନେବା ସମୟରେ ମନରେ ବିଶ୍ଵାସ ରଖିବାକୁ ହେବ କି ମା ଲକ୍ଷ୍ମୀଙ୍କୁ ନେଇ ସ୍ଥାନ କରୁଛନ୍ତି । ଏହା ଦ୍ଵାରା ଧନର ବୃଦ୍ଧି, ବ୍ୟାପାରରେ ଲାଭ ମିଳିବ । ତୁଳସୀ ଚେର ଘରେ ରଖିଲେ ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁ ବିରାଜମାନ ହେବେ । ଯେଉଁ ତୁଳସୀ ଗଛ ଆପଣ ପୂଜା କରୁଥିବେ ସେଠାରେ ହିଁ ଛୋଟ ଛୋଟ ତୁଳସୀ ଗଛ ନିଶ୍ଚୟ ଉଠିଥିବ ।

ସେହି ତୁଳସୀ ଗଛକୁ ଟଙ୍କା ରଖୁଥିବା ଜାଗାରେ ଗୁରୁବାର ଦିନ ଆଣି ରଖନ୍ତୁ । ଏହା ପୂର୍ବରୁ ତୁଳସୀ ର ପୂଜା କରି ସାରି ସେହି ଗଛକୁ ଆଣି ଗଙ୍ଗାଜଳରେ ଧୋଇ ଦୀପ ଧୂପ ଦେଇ ଲକ୍ଷ୍ମୀ ସମାନ ମାନି ଧନ ରଖୁଥିବା ଜାଗାରେ ରଖି ଦିଅନ୍ତୁ । ଏହି ଉପାୟ କରିବା ଦ୍ବାରା ଧନ ଜନିତ, ବ୍ୟାପାର ବାଣିଜ୍ୟ ସମସ୍ଯା ଯାହା ବି ସମସ୍ଯା ଥିବ ତାହା ଦୂରେଇଯିବ ।

ତୁଳସୀ ଯେତିକି ଶ୍ରେଷ୍ଠ ଅଟେ ତାଠାରୁ ଅଧିକ ଶ୍ରେଷ୍ଠ ତୁଳସୀ ଗଛର ଛୋଟ ଗଛ ଅଟେ । ବ୍ୟାପାରରେ କ୍ଷତି ହେଉଛି, ଚାକିରିରେ ପ୍ରମୋଶନ ହେଉ ନାହିଁ, ଧନ ହାନି ହେଉଛି ତେବେ ତୁଳସୀ ର ଛୋଟ ଗଛ ର ଏହି ଉପାୟ କୁ ନିଶ୍ଚୟ କରନ୍ତୁ । ଜୀବନରେ ସୁଖ ସମୃଦ୍ଧି ର ଅଭାବ ରହିବ ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *